ମଣ୍ଡି ପ୍ରସ୍ତୁତିରେ ବିଳମ୍ବ: ବଢୁଛି ଚାଷୀ ଅସନ୍ତୋଷ

କୁଚିଣ୍ଡା, ୧୦।୧୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଆରଏମ୍‌ସି ପକ୍ଷରୁ ମଣ୍ଡି ପ୍ରସ୍ତୁତିରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଗତ ବର୍ଷରେ ମାସେ ପୂର୍ବରୁ ମଣ୍ଡି ପ୍ରସ୍ତୁତି ହେଉଥିବା ବେଳେ ଚଳିତବର୍ଷ ନଭେମ୍ବର ୧୦ସୁଦ୍ଧା ଆରଏମ୍‌ସି ପକ୍ଷରୁ ମଣ୍ଡି ପ୍ରସ୍ତୁତି ନିମନ୍ତେ ସେଭଳି କୌଣସି ତତ୍ପରତା ପରିଲକ୍ଷିତ ହେଉନାହିଁ। ମଣ୍ଡି ଶୁଭାରମ୍ଭ ପାଇଁ ମାତ୍ର ୧୦ରୁ ୧୫ ଦିନ ଥିବାରୁ ଏତେ କମ୍‌ ଦିନରେ କିଭଳି ମଣ୍ଡି ପ୍ରସ୍ତୁତି ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାଛଡ଼ା ଗ୍ରେଡିଂ ଇକ୍ୟୁପମେଣ୍ଟ (ଆବଶ୍ୟକ ସରଞ୍ଜାମ) ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନ ଥିବାରୁ ଆରଏମ୍‌ସିର କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆରଏମ୍‌ସି ଅଧୀନରେ ଥିବା ଓଜନ କଣ୍ଟାଗୁଡିକ ଏପର୍ଯ୍ୟନ୍ତ ଯାଞ୍ଚ ହୋଇ ନ ଥିବାରୁ କିଭଳି ମଣ୍ଡି ଆରମ୍ଭ ହେବ ସେନେଇ ଚାଷୀ ସନ୍ଦିହାନରେ ପଡ଼ିଛନ୍ତି।

ଧାନକ୍ରୟର ଯଥେଷ୍ଟ ପୂର୍ବରୁ ଚାଷୀ, ଚାଷୀ ପ୍ରତିନିଧି, କ୍ରୟକାରୀ ସଂସ୍ଥା ଓ ସରକାରୀ ଅଧିକାରୀଙ୍କୁ ନେଇ ବ୍ଲକୱାରି ଆଭ୍ୟନ୍ତରୀଣ ସମନ୍ବୟ ବୈଠକ ହେବାର ସରକାରୀ ପ୍ରାବଧାନ ରହିଛି। ହେଲେ ଆରଏମ୍‌ସି ପକ୍ଷରୁ ସେଭଳି କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ।

ବିଗତ ବର୍ଷରେ ସଚେତନତା ରଥ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳିଛି। ମଣ୍ଡି ସଫେଇ, ଟେଣ୍ଟ, ଜଗୁଆଳି, ବିଦ୍ୟୁତ୍‌ ସଂଯୋଗ, ପାଣି, ତାର୍ପୋଲିନ, ଆବଶ୍ୟକ ଯନ୍ତ୍ରପାତି, ସିସି କ୍ୟାମେରା ବ୍ୟବସ୍ଥା ନେଇ ଆଦୌ କୌଣସି ପ୍ରସ୍ତୁତି ହୋଇ ନ ଥିବା ବେଳେ କୁଚିଣ୍ଡା ଓ ଜମନକିରାରେ ଥିବା ଦୁଇଟି ୱେ ବ୍ରିଜ ମଧ୍ୟ ଯାଞ୍ଚ ହୋଇନାହିଁ।

ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଭଳ ଫସଲ ହୋଇଥିଲେ ହେଁ ଆରଏମ୍‌ସିର ଖାମଖିଆଲି ମନୋଭାବକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏ ସମ୍ପର୍କରେ ଆରଏମସି ସମ୍ପାଦକ ସୁଧୀର କୁମାର ନାଏକଙ୍କୁ ପଚାରିବାରେ ମଣ୍ଡି ସଫେଇ କାମ ଚାଲିଛି। ଆଇଇସି ଓ ଆଭ୍ୟନ୍ତରୀଣ ସମନ୍ବୟ ବୈଠକ ଖୁବ୍‌ଶୀଘ୍ର କରାଯିବ। ଏଥି ସହ ଯନ୍ତ୍ରପାତି ଏବଂ ୱେ ବ୍ରିଜ ଯାଞ୍ଚ ନିମନ୍ତେ ଚିଠି କରାଯାଇଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?