ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନରେ ବିଳମ୍ବ

ଅମରପାଲି,୮ା୮(ପୀତାମ୍ବର ସାହୁ): ଜୁନରେ ଅନାବୃଷ୍ଟି ଏବଂ ଜୁଲାଇରେ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ଚାଷୀଙ୍କ ପାଇଁ ଦ୍ୱିମୁଖୀ ବିପର୍ଯ୍ୟୟ ସୃଷ୍ଟି କରିଛି। ଧାନ, କପା ସମେତ ବିଭିନ୍ନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠିକ୍‌ କ୍ଷୟକ୍ଷତିର ଆକଳନ ହୋଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସର୍ଭେ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜୋରଦାର କରିଛନ୍ତି। ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ ଏହି ପ୍ରବାଦ ଚଳିତବର୍ଷ ବୀରମହାରାଜପୁର ଅଞ୍ଚଳରେ ସତ୍ୟରେ ପ୍ରମାଣିତ ହୋଇଥିବା ଚାଷୀମାନେ କହୁଛନ୍ତି। ବର୍ଷା ଅଭାବରେ ବିଳମ୍ବରେ ଚାଷ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଲଗାଣ ବର୍ଷା ଯୋଗୁ ଅଧିକାଂଶ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଫଳରେ ଧାନ ତଳି ରୁଆ, ବିହୁଡ଼ା ଓ ତଳି ପାଣିରେ ପଚି ନଷ୍ଟ ହୋଇଥିବାବେଳେ ଅନେକ ଜମିରେ ବାଲିଚର ମଧ୍ୟ ପଡ଼ିଛି।
ଜୁଲାଇରେ ଜିଲାର ସ୍ବାଭାବିକ ବର୍ଷା ପରିମାଣଠାରୁ ବହୁଗୁଣା ଅଧିକ ରେକର୍ଡ ହୋଇଥିଲା। ସାଧାରଣତଃ ଜିଲାରେ ଜୁଲାଇରେ ଚାଷ ପାଇଁ ୩୯୨.୯ ମି.ମି. ବର୍ଷା ଆବଶ୍ୟକ ଥିବାବେଳେ ଜିଲାରେ ସମୁଦାୟ ୭,୨୪୯ ମି.ମି. ରେକର୍ଡ ବର୍ଷା ହୋଇଥିଲା। ତନ୍ମଧ୍ୟରୁ ବୀରମହାରାଜପୁର ବ୍ଲକରେ ଏହି ମାସରେ ୧୨୩୮ ମି.ମି. ବୃଷ୍ଟିପାତ ହୋଇଥିବା ରେକର୍ଡ ହୋଇଛି। ବ୍ଲକରେ ମାସର ୧୯ ଦିନ ବର୍ଷା ହୋଇଥିବାବେଳେ ୬ ଦିନରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଚାଷଜମି ଦୀର୍ଘଦିନ ଧରି ଜଳମଗ୍ନ ରହି ଫସଲ କ୍ଷତିଗ୍ରସ୍ତ ହୋଇଛି। କେବଳ ଚାଷ ନୁହେଁ, ଅତିବୃଷ୍ଟିରେ ବହୁ କଚ୍ଚାଘର ମଧ୍ୟ ଭୁଶୁଡ଼ି ପଡ଼ିଛି। ରାଜସ୍ବ ବିଭାଗର ସୂଚନା ଅନୁସାରେ, କେନଝିରିଆପାଲି ଆର୍‌ଆଇ ଅଞ୍ଚଳରେ ୧୬ଟି, ଖଣ୍ଡହତାରେ ୪ଟି, ଉଫୁଲାରେ ୨୫ଟି, ସୁବଳୟାରେ ୫ଟି ଏବଂ ମୁର୍ଷୁଣ୍ଢୀ ଅଞ୍ଚଳରେ ୨୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରକୃତ କ୍ଷତି ଏହାଠାରୁ ଅଧିକ।
ବହଳପଦର ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ଚାଷୀ ଶେଷଦେବ ମାଝୀ କହିଛନ୍ତି, ତାଙ୍କର ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଧ୍ୟହୋଇ ସେ ପୁଣିଥରେ ତଳି ରୋପଣ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିନାହାନ୍ତି। ସେହିପରି ଖଣ୍ଡହତା ଗ୍ରାମର ଚାଷୀ ନିତ୍ୟାନନ୍ଦ ସାହୁ କହିଛନ୍ତି, ୩ ଥର ଧାନ ତଳି ବର୍ଷା ପାଣିରେ ପଚି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ସରକାରୀ ସର୍ଭେ ହୋଇନାହିଁ। ଖଣ୍ଡହତା ରାଜସ୍ବ ନିରୀକ୍ଷକ ପୀତାମ୍ବର ସାହୁ କହିଛନ୍ତି, ଘରଭଙ୍ଗା ସମ୍ପର୍କରେ ଅଭିଯୋଗ ମିଳିଲେ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରାଯାଉଛି। ବୀରମହାରାଜପୁର ଜୋନ ୧ର ଜିଲାପରିଷଦ ସଭ୍ୟ ଲବ କୁମାର ସାହୁ କହିଛନ୍ତି, ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ପ୍ରଶାସନ ତୁରନ୍ତ ସର୍ଭେ କରି କ୍ଷତିପୂରଣ ପ୍ରଦାନ କରିବାରେ ବିଫଳ ହୋଇଛି। ଶୀଘ୍ର କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ ନ କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବୀରମହାରାଜପୁରର ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଶୁଭଲକ୍ଷ୍ମୀ ସାହୁ ପଚାରିବାରେ ବିଭାଗର ଭିଏଡବ୍ଲ୍ୟୁ ଓ ଅନ୍ୟ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ବାଲିଚର ପଡ଼ିଥିବା ଜମି ପାଇଁ ସହାୟତା ବ୍ୟବସ୍ଥା ରହିଛି। ତେବେ କ୍ଷତିପୂରଣ ନେଲେ ପୁନର୍ବାର ସେହି ଜମିରେ ଉତ୍ପାଦିତ ଫସଲ ମଣ୍ଡିରେ ବିକ୍ରି କରିବା ସମ୍ଭବ ନ ହେବାର ବ୍ୟବସ୍ଥା ଥିବାରୁ ଅନେକ ଚାଷୀ ଆବେଦନ କରିବାକୁ ଆଗ୍ରହ ଦେଖାଉନାହାନ୍ତି ବୋଲି ସେ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri