ଜଳ ପରିଚାଳନାରେ ତ୍ରୁଟି, ଚାଷୀ ହତାଶ

ପଟ୍ଟାମୁଣ୍ଡାଇ,୮ା୪ (କଳ୍ପତରୁ ନାୟକ): ରାଜ୍ୟରେ ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ ଲାଭ କରିଥିବା କେନ୍ଦ୍ରାପଡ଼ା ଜିଲାର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଆଜି ବି ଶିଳ୍ପ ବିହୀନ ଅବସ୍ଥାରେ ପଡ଼ିରହିଛି। ଜିଲାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର ହୋଇ କୌଣସି କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଯାଉଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକମାନେ ଦାଦନ ଖଟିବା ପାଇଁ ମଧ୍ୟ ବାହାର ରାଜ୍ୟ ଓ ଦେଶକୁ ଯାଉଛନ୍ତି। ଯେଉଁମାନେ କୃଷି ଉପରେ ଭରସା କରି ନିଜର ଆଗାମୀ ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି। ଠିକ୍‌ ଜଳ ପରିଚାଳନା ଅଭାବ ସାଙ୍ଗକୁ କୃଷି ସାମଗ୍ରୀର ଉଚିତ ଦର ମିଳୁ ନାହିଁ । ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚି ଶୁଖି ନଷ୍ଟ ହେଉଛି। ଫଳରେ ଚାଷ କରି ଚାଷୀ ଲାଭ ପାଉନାହାନ୍ତି।
ଏ ସମ୍ପର୍କରେ କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା, ସୁଶାନ୍ତ ସାମଲ, ଭାସ୍କର ରାଉତ, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି, ଜଳସେଚନ ଅଭାବରୁ ପଟ୍ଟାମୁଣ୍ଡାଇ ଉତିକଣ ଭେଡ଼ା ଅଞ୍ଚଳରେ ଥିବା ଗଙ୍ଗାରାମପୁର, ସାନଜରିଆ, ଦିହୁଡିପୁର, ବଡ଼ପଡ଼ା, ବଡ଼ମୋହନପୁର, ଖଡିଅଣ୍ଟା, କକ୍ଷାରୁଣୀ, ନରସିଂହପୁର, ଡିହାପଡ଼ା, ମୂଳବସନ୍ତ ଆଦି ପଞ୍ଚାୟତ ବହୁଳ ଭାବେ ପନିପରିବା ଫସଲ କରାଯାଇଥିବା ବେଳେ ଏବେ ଶତାଧିକ ଏକର ବିଲ ଫାଠି ଅଁା କଲାଣି। ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ହେଉଛି। କିନ୍ତୁ ଜଳସେଚନ ଅଭାବରୁ ହଜାର ହଜାର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଛି। ଦୁଇ ଦଶନ୍ଧି ଧରି ପଟ୍ଟାମୁଣ୍ଡାଇ କେନାଲରେ ଡାଳୁଅ ପାଣି ନ ଆସିବାରୁ ଚାଷୀ ଡାଳୁଅ ଧାନ ଚାଷ ପ୍ରତି ବିମୁଖ ହୋଇ ପନିପରିବା ଚାଷ ଉପରେ ନିର୍ଭର କରିଆସୁଛନ୍ତି। ମାତ୍ର କେନାଲରେ ଆବଶ୍ୟକ ଜଳ ପରିଚାଳନା ନ ହେବା ସହ ନୟନଯୋରି ପୋତି ହୋଇଯିବାରୁ ଚାଷୀ ବିଲ ଫାଟି ଆଁ କରିବା ସହିତ ଫସଲ ଶୁଖି ଯାଉଛି। ଯେଉଁ ଫସଲ ଅମଳ ହେଉଛି ତାହା ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ତାହା ନଷ୍ଟ ହେଉଛି। ସେହିପରି ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ଥିବା ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ସିଂହଗଁା, ନୀଳକଣ୍ଠପୁର, ଡାମରପୁର, ବାଲିପାଟଣା, ବାଛରା, ଶ୍ରୀରାମପୁର, ବଳଭଦ୍ରପୁର ଆଦି ପଞ୍ଚାୟତ ଏବଂ ପୌରାଞ୍ଚଳ ବାଲିପଡ଼ା, କଷଣଅଣ୍ଟା, ଷଣ୍ଢପଲ୍ଲୀ, ତନୁପୁର, କାକୁଡିପଲ୍ଲୀ, ଅଳଭା ଆଦି ଧୋୟାଞ୍ଚଳରେ ପନିପରିବା ଫସଲ ହୋଇଥାଏ। ଏହି ଫସଲକୁ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ବିଭିନ୍ନ ହାଟ ବଜାରରେ ବିକ୍ରି କରାଯାଇଥାଏ। ଚାଷୀମାନେ ବହୁ କଷ୍ଟରେ ଚଢ଼ା ଦାମ୍‌ରେ ମଞ୍ଜି, ଚାରା, ପୋକମରା ଔଷଧ, ରାସାୟନିକ ସାର ବ୍ୟବହାର କରି ପନିପରିବା ଫସଲ କରିଥାନ୍ତି। ଏପରି କି ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ତେଣ୍ଡାରେ ବହୁ ପରିଶ୍ରମ କରି ଜମିକୁ ଜଳସେଚିତ କରିବା ସହିତ ଆଳୁ, ବାଇଗଣ, ଟମାଟୋ, ପୋଟଳ, କଖାରୁ, ଭେଣ୍ଡି, ପିଆଜ ଓ ରସୁଣ ଆଦି ଫସଲ କରିଥାନ୍ତି। ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟରେ ପନିପରିବା ବିକ୍ରି କରିବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବାକୁ କୃଷକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?