Posted inଜାତୀୟ

ଡେଲିଭରୀ ବୟଙ୍କ ପରିବାରକୁ ୧୦ ଲକ୍ଷ ଦେବ ଜମାଟୋ

ନୂଆଦିଲ୍ଲୀ,୧୩।୧: ମଦ ନିଶାରେ ଥିବା ପୋଲିସ କନଷ୍ଟେବଳଙ୍କ ଏସ୍‌ୟୁଭି ଧକ୍କାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ଜମାଟୋ ଡେଲିଭରୀ ବୟ ସଲିଲ ତ୍ରିପାଠୀ। ତାଙ୍କ ବିୟୋଗରେ ଜମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଦୁଃଖ ପ୍ରକାଶ କରିଛନ୍ତି।

“ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଡେଲିଭରୀ ପାର୍ଟନର ସଲିଲ ତ୍ରିପାଠୀଙ୍କ ବିୟୋଗରେ ଆମେ ଗଭୀର ମର୍ମାହତ। ଏଭଳି ଦୁଃଖ ସମୟରେ ତାଙ୍କ ପରିବାରକୁ ଆମେ ଯଥା ସମ୍ଭବ ସହଯୋଗ କରୁଛୁ” ବୋଲି ଦୀପିନ୍ଦର ଟୁଇଟ୍‌ କରିଛନ୍ତି।

ଦୁର୍ଘଟଣା ପରଠୁ ମୃତକଙ୍କ ପରିବାରକୁ ଆମେ ସମସ୍ତ ପ୍ରକାର ସହଯୋଗ କରୁଛୁ। ତାଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ। ମୃତକଙ୍କ ସ୍ତ୍ରୀଙ୍କୁ ଚାକିରି ଦେବାକୁ ଟୁଇଟର ବିବୃତିରେ ପ୍ରତିଶ୍ରୁତି ଦେଇଛନ୍ତି ଜମାଟୋ ପ୍ରତିଷ୍ଠାତା। ତେବେ ମୃତକ ସଲିଲଙ୍କ ସ୍ତ୍ରୀ ସୁଚେତା ତ୍ରିପାଠୀ ଟୁଇଟରରେ ‘ଅନ୍ଧାରରେ ମୋ ଭବିଷ୍ୟତ’ ପୋଷ୍ଟ କରିବା ପରେ ଜମାଟୋ ପ୍ରତିଷ୍ଠାତା ଉକ୍ତ ବିବୃତି ଜାରି କରିଥିଲେ।

ଶନିବାର ରାତିରେ ତ୍ରିପାଠୀ ଫୁଡ୍‌ ଡେଲିଭର କରିବା ପାଇଁ ରୋହିଣିର ବୁଦ୍ଧ ବିହାର ଅଞ୍ଚଳରେ ଅପେକ୍ଷା କରିଥିବା ବେଳେ ଦ୍ରୁତଗତିରେ ଏସ୍‌ୟୁଭି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ମଦ୍ୟପ ପୋଲିସ କନେଷ୍ଟବଲଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ ସର୍ବସମ୍ମୁଖରେ ଦିଆଯାଉ ଫାଶୀ, କହିଲେ ସଞ୍ଜୟ ରାଉତ…

ମୁମ୍ବାଇ,୧୬।୧୧ : ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲା ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ବିରୋଧୀ...

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୭ା୮(ପି.ଟି.)- ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ...

‘ମନ କି ବାତ୍‌’ ନୁହେଁ ‘ପେଟ୍ରୋଲ କି ବାତ୍‌’ ଦରକାର

କୋଲକାତା,୭।୭: ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ଏଥି ନେଇ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରୁଥିବା...

ମାନହାନି ମାମଲା:ରାହୁଲ, ୟେଚୁରୀଙ୍କୁ ଜାମିନ

ମୁମ୍ବାଇ,୫।୭(ପି.ଟି.):ଏକ ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଗୁରୁବାର କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ...

ଗସ୍ତ ଥିଲା ଟ୍ରମ୍ପଙ୍କର କିନ୍ତୁ ଦୃଷ୍ଟି ଆକର୍ଷଣ କଲେ ଇଭାଙ୍କା!

ନୂଆଦିଲ୍ଲୀ,୨୫।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ତାଙ୍କ ସହ ଥିଲେ ତାଙ୍କ...

ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା

ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉପହାର ସ୍ବରୂପ ମହଙ୍ଗା ଭତ୍ତା ୩ ପ୍ରତିଶତ...

ପୋଲିସକର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ଉପରେ ଲାଗିବ ଏନ୍‌ଏସ୍‌ଏ: ଯୋଗୀ

ଲକ୍ଷ୍ନୌ,୩।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ପୋଲିସକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ...

Advertisement
Archives

Model This Week