ସଲମାନଙ୍କ ସହ କାମ କରିବାକୁ ମନା କରିଥିଲେ ଦୀପିକା, ଏବେ ଖୋଲିଲେ ରାଜ୍‌

ମୁମ୍ବାଇ: ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଜାଣନ୍ତି କି ବଲିଉଡ୍‌ର ପ୍ରଥମ ଅଫର୍‌ ଦୀପିକାଙ୍କୁ ସଲମାନ ଖାନ ହିଁ ଦେଇଥିଲେ। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ସେ ନିଜେ ଏହାର ରାଜ୍‌ ଖୋଲିଛନ୍ତି।

ଦୀପିକା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏ କି ବିଭିନ୍ନ ଚରିତ୍ର ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି। ୨୦୦୫ରେ ସେ ପ୍ରଥମେ ହିମେଶ ରେଶମିଆଙ୍କ ମ୍ୟୁଜିକ୍‌ ଭିଡିଓ ‘ନାମ ହୈ ତେରା’ରେ ଅଭିନୟ କରିଥିଲେ। ଏହି ମ୍ୟୁଜିକ୍‌ ଭିଡିଓ ପରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୨୦୦୭ରେ ଶାହାରୁଖଙ୍କ ସହ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ସଲମାନ ଏହା ପୂର୍ବରୁ ଦୀପିକାଙ୍କୁ ଫିଲ୍ମ ଅଫର ଦେଇଥିଲେ। ମାତ୍ର ଦୀପିକା ମନା କରିଦେଇଥିଲେ।
ଦୀପିକା କହିଛନ୍ତି, ମୋର ଏବଂ ସଲମାନଙ୍କ ସମାନତା ସବୁବେଳେ ସୁନ୍ଦର ଥିଲା। ମୁଁ ତାଙ୍କ ନିକଟରେ ସର୍ବଦା କୃତଜ୍ଞ କରିବି। କାରଣ ସେ ହିଁ ମୋତେ ପ୍ରଥମ ଫିଲ୍ମ ଅଫର ଦେଇଥିଲେ। ମୁଁ ସେତେବେଳେ ମଡେଲିଂ ଆରମ୍ଭ କରିଥିଲି ଏବଂ ମୋ ସହ କାମ କରିଥିବା ବ୍ୟକ୍ତି ତାଙ୍କୁ ମୋ ନାମ ଦେବାକୁ ପରାମର୍ଶ ଦେଇଥିଲେ। ସେ ମୋ ଭିତରେ ଥିବା ସମ୍ଭାବନାକୁ ଦେଖିଥିଲେ। ଯାହାକି ମୁଁ ନିଜେ ମଧ୍ୟ ଜାଣି ନ ଥିଲି।

ଦୀପିକା କହିଛନ୍ତି, ସେହି ସମୟରେ ସେ ଅଭିନୟ ଏବଂ ଫିଲ୍ମ ପ୍ରତି ଆଗ୍ରହୀ ନ ଥିଲେ। ଆଦୌ ଅଭିନୟ କରିବାକୁ ଚାହୁଁ ନ ଥିଲେ। ତେଣୁ ସଲମାନଙ୍କ ଫିଲ୍ମକୁ ନା କହିଥିଲେ। ଅବଶ୍ୟ, ଦୁଇ ବର୍ଷ ପରେ ମୁଁ ‘ଓମ୍‌ ଶାନ୍ତି ଓମ୍‌’ ପାଇଲି। ସେତେବେଳକୁ ମୋର ମନ ବଦଳିଗଲା ଏବଂ ମୁଁ ଫିଲ୍ମକୁ ହଁ କହିଥିଲି।

ଦୀପିକା ଆଶା କରିଛନ୍ତି, ସେ ଦିନେ ନା ଦିନେ ସଲମାନଙ୍କ ସହ କାମ କରିବେ। ଏକ ପ୍ରୋଜେକ୍ଟରେ ଦୀପିକା ଏବଂ ସଲମାନଙ୍କୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ବି ବହୁତ ଉତ୍ସାହିତ ଅଛନ୍ତ। ଦେଖାଯାଉ ଏହା କେବେ ସମ୍ଭବ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri