ପୁଣି ବ୍ରେକ୍‌ଅପ୍‌ କାହାଣୀ ବଖାଣିଲେ ଦୀପିକା

ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନ ବେଶ୍‌ ଖୁସି ମିଜାଜ୍‌ର। ତାଙ୍କୁ ଦେଖି କେହି ଅନୁମାନ କରିପାରିବେ ନାହିଁ ଯେ ତାଙ୍କ ଜୀବନରେ ନିଶ୍ଚିତ ଭାବରେ କିଛି ଅସୁବିଧା ହୋଇଥଲା କିମ୍ବା ସେ ମଧ୍ୟ ଡିପ୍ରେସନର ଶିକାର ହୋଇପାରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା-ଅଭିନେତ୍ରୀ କେବେ କାମ ନ ପାଇବା ତ ଆଉ କେତେବେଳେ ସଫଳ ନ ହୋଇପାରିବା, ବ୍ରେକ୍‌ଅପ୍‌ ହେବା କାରଣରୁ ମଧ୍ୟ ଡିପ୍ରେସନ୍‌କୁ ଚାଲିଯାନ୍ତି। ନିକଟରେ ବଲିଉଡକୁ ଅନେକ ହିଟ ଦେଇଥିବା ଦୀପିକା ପାଦୁକୋନ ଏକ ସାକ୍ଷାତକାରରେ ୨୦୧୪ରେ ଡିପ୍ରେସନ ଥିଲେ ବୋଲି କହିଛନ୍ତି। ଡିପ୍ରେସନରେ ଥିବାବେଳେ ତାଙ୍କ ମା’ ସମର୍ଥନ କରିଥିଲେ। ତାଙ୍କ ମା ହିଁ ତାଙ୍କୁ ଏହି କଠିନ ସମୟରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଦୀପିକା କହିଛନ୍ତି ଯେ, ଥରେ ମୋ ପରିବାର ସଦସ୍ୟ ମୋତେ ଭେଟିବାକୁ ଆସିଥିଲେ, ଯେତେବେଳେ ସେମାନଙ୍କୁ ଫେରିବାର ସମୟ ଆସିଗଲା, ସେମାନେ ବ୍ୟାଗ ପ୍ୟାକ କରିବା ପରେ ମୁଁ କାନ୍ଦିବାକୁ ଲାଗିଲି। ମୋତେ ହଠାତ୍‌ କାନ୍ଦୁଥିବା ଦେଖି ମା’ ବୁଝିଗଲେ କ’ଣ ହେଲା? ସେତେବେଳେ ସେ ମୋତେ ଧୈର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଇଥିଲେ। ଦୀପିକା ପାଦୁକୋନ ଅନେକ ଥର କହିଛନ୍ତି ଯେ, ବ୍ରେକଅପ ପରେ ସେ ଡିପ୍ରେସନରେ ଥିଲେ। ବଲିଉଡରରେ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା। ଦୁହେଁ ମଧ୍ୟ ପରସ୍ପରର ଅତି ନିକଟତର ଥିଲେ କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା। ଦୀପିକା ଏହାକୁ ସହି ପାରି ନ ଥିଲେ ଏବଂ ଦୀର୍ଘ ସମୟ ଧରି ଡିପ୍ରେସନରେ ଥିଲେ। ପରେ ଦୀପିକା ଏସବୁ ଭୁଲି ରଣବୀର କପୁର ବିବାହ କରିଥିଲେ।
ଦୀପିକା ପାଦୁକୋନ ଖୁବ ଶୀଘ୍ର ହ୍ରିତିକ ରୋଶନଙ୍କ ସହ ଏରିଲ ଆକ୍ସନ ଫିଲ୍ମ ଫାଇଟର୍‌ରେ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ଫାଇଟର୍‌’ ଏକ ଜବରଦସ୍ତ ଫିଲ୍ମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?