ଏହି କାରଣରୁ ବିଜୟ ମାଲ୍ୟାଙ୍କ ପୁଅଙ୍କ ସହ ପ୍ରେମ ସମ୍ପର୍କକୁ ଭୁଲି ଯାଇଥିଲେ ଦୀପିକା; ବ୍ରେକ୍‌ଅପ୍‌କୁ ନେଇ କହିଥିଲେ…

ବମ୍ବେ: ଅଭିନେତା ରଣବୀର ସିଂହଙ୍କୁ ବିବାହ ପୂର୍ବରୁ ଦୀପିକା ପାଦ୍ୟୁକୋନ ଅନେକଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଶିଖର ଛୁଉଁଥିଲା। ଅଭିନେତ୍ରୀଙ୍କ ପ୍ରେମିକମାନଙ୍କ ମଧ୍ୟରୁ ଜଣେ ଥିଲେ ବିଜିନେସ ଟାଇକୁନ୍‌ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା। ଉଭୟଙ୍କ ସମ୍ପର୍କ ବେଶି ଦିନ ଚାଲି ନ ଥିଲେ ହେଁ ବେଶ୍‌ କିଛି ଦିନ ଚର୍ଚ୍ଚାରେ ରହିଥିଲା। ହେଲେ ଅଲଗା ହେବା ପରେ ଉଭୟ ଭିନ୍ନ କାରଣ ଦେଇଥିଲେ।

ଫିଲ୍ମ ଦୁନିଆରେ ପାଦ ରଖିବା ସମୟରେ ରଣବିର କପୁରଙ୍କୁ ଭଲ ପାଇ ବସିଥିଲେ ଦୀପିକା। ସେମାନେ ଦୀର୍ଘଦିନ ଧରି ସମୟ ବିତାଇବା ସହ ଛୁଟି କଟାଉଥିଲେ। ଏପରିକି ଉଭୟ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ହଠାତ ଅଲଗା ହେବାର ନିଷ୍ପତ୍ତି ନେଇ ସେମାନେ ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ। ପରେ ଦୀପିକା ରଣବୀର ପ୍ରତାରଣା କରିଥିବା ଯୋଗୁ ଏପରି କରିଥିବା କହିଥିଲେ।

ରଣବିରଙ୍କଠାରୁ ଅଲଗା ହେବା ପରେ ଦୀପିକା ଡିପ୍ରେସନକୁ ଚାଲିଯାଇଥିଲେ। ଏହି ସମୟରେ ସିଦ୍ଧାର୍ଥ ତାଙ୍କ ଜୀବନରେ ଆସିଥିଲେ। ପ୍ରଥମେ ବନ୍ଧୁତା ହୋଇଥିଲା। ପରେ ଉଭୟ ପ୍ରେମରେ ପଡ଼ିଥିଲେ। ସିଦ୍ଧାର୍ଥଙ୍କ ସହ ଦୀପିକା ବିଭିନ୍ନ ଆଓ୍ବାର୍ଡ ଶୋ’ଠାରୁ ଆରମ୍ଭ କରି ପାର୍ଟିରେ ନଜର ଆସୁଥିଲେ। ହେଲେ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରି ସିଦ୍ଧାର୍ଥଙ୍କଠାରୁ ଅଲଗା ହୋଇଥିଲେ ଦୀପିକା।

ବ୍ରେକ୍‌ଅପ୍‌ ପରେ ସଫେଇ ଦେଇ ଅଭିନେତ୍ରୀ କହିଥିଲେ, ସମ୍ପର୍କ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଛି। ହେଲେ ସିଦ୍ଧାର୍ଥ ବେଶ ଅଜବ। ମୋତେ ଏହି ସମ୍ପର୍କରେ ଭବିଷ୍ୟତ ନଜର ଆସିଲାନାହିଁ। ଏଣୁ ଅଲଗା ହେବା ଶ୍ରେୟସ୍କର ବୋଲି ଭାବିଥିବା ସେ କହିଥିଲେ। ଅପରପକ୍ଷେ ସିଦ୍ଧାର୍ଥ ଦୀପିକାଙ୍କ ଉପରେ ଦୋଷ ଲଦିଥିଲେ। ତାଙ୍କୁ ଦାମୀ ଉପହାର, ବଡ ପାର୍ଟି ଦେଇଥିବା ସତ୍ତ୍ୱେ ସେ ବିପଦ ସମୟରେ ସାଙ୍ଗରେ ରହିଲେ ନାହିଁ। ସମ୍ପର୍କକୁ ନେଇ ସେ ଭୁଲ କଥା କହୁଥିବା ସିଦ୍ଧାର୍ଥ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri