Posted inଖେଳ

ଆର୍‌ସିବି ୯୨ରନ୍‌ କରିବା ପରେ ଚର୍ଚ୍ଚାରେ ଦୀପିକା; ୧୧ ବର୍ଷ ପୂର୍ବ…

ନୂଆଦିଲ୍ଲୀ,୨୧।୯: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ୍‌ ଆରମ୍ଭ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ର ବଡ଼ ପ୍ରଶଂସିକା। ଷ୍ଟାଡିୟମରେ ପହଞ୍ଚି ଆର୍‌ସିବି ମ୍ୟାଚ୍‌ ଦେଖିବାଠାରୁ ଆରମ୍ଭ କରି ଦଳର ବିଜୟରେ ଟୁଇଟ୍‌ କରି ଖୁସିବ୍ୟକ୍ତ କରନ୍ତି ସେ। ତେବେ ସୋମବାର କେକେଆର୍‌ ବିପକ୍ଷରେ ଆର୍‌ସିବି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଖେଳିଥିଲା। ଏଥିରେ ଦଳ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହାପରେ ଦୀପିକାଙ୍କ ୧୧ ବର୍ଷ ତଳର ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି।

୨୦୧୦ରେ ବିରାଟ କୋହଲିଙ୍କ ଟିମ୍‌ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୯୨ ରନ୍‌ରେ ଆଉଟ୍‌ କରିଦେଇଥିଲା। ଏହାପରେ ଦୀପିକା ଏକ ଟୁଇଟ୍‌ କରିଥିଲେ। ଆର୍‌ସିବି ଉକ୍ତ ମ୍ୟାଚ୍‌କୁ ୧୦ ଉଇକେଟରେ ଜିତିନେଇଥିଲା। ୨୦୨୧ ଆଇପିଏଲ୍‌ରେ ସମାନ ସ୍କୋର ଆର୍‌ସିବି କରିବା ପରେ ଦୀପିକାଙ୍କ ଟୁଇଟ୍‌ ଭାଇରାଲ ହୋଇଛି। ସେଥିରେ ଦୀପିକା ଲେଖିଥିଲେ, ୯୨ !! ଏହା କଣ ଗୋଟିଏ ସ୍କୋର। ବହୁତ ଭଲ ପ୍ରଦର୍ଶନ ଆର୍‌ସିବି। ଏହିଭଳି ଆଗକୁ ବଢ଼। ମୁଁ ଆପଣଙ୍କ ସହ ଅଛି। ପ୍ରତି ସେକେଣ୍ଡରେ ଏହାର ଲାଇଭ୍‌ ଦେଖୁଛି ବୋଲି ସେ କହିଥିଲେ। ଏବେ ଏହା ଭାଇରାଲ ହେବା ପରେ ବ୍ୟବହାରକାରୀ ଭଳିକି ଭଳି ମନ୍ତବ୍ୟ ଦେଉଛନ୍ତି।

ପ୍ରକାଶ ଯେ, କୋଲକାତା ନାଇଟ୍‌ ରାଇଡର୍ସ ଦଳ ଉଲ୍ଲେଖନୀୟ ବୋଲିଂ କରିବା ଯୋଗୁ ଆର୍‌ସିବି ଦଳ ୯୨ରେ ଅଲଆଉଟ୍‌ ହୋଇଥିଲେ। ପରେ କେକେଆର୍‌ ଟିମ୍‌ ୧୦ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଆ ପ୍ରଶଂସକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ କୋହଲି

ବିଶାଖାପାଟନା,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। କିନ୍ତୁ ମଙ୍ଗଳବାର କୋହଲି ତାଙ୍କର ଜଣେ ବଡ ପ୍ରଶଂସକଙ୍କୁ...

ମହିଳା ଟି୨୦: ବର୍ଷା ଯୋଗୁ ୨ୟ ମ୍ୟାଚ୍‌ ବାତିଲ

ସୁରତ, ୨୭।୯- ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଗୁରୁବାର ଖେଳାଯିବାକୁ ଥିବା ୨ୟ...

ଆଇନର ଆଶ୍ରୟ ନେଲେ ଦୂତୀ

ଭୁବନେଶ୍ୱର,୩।୯(କ୍ରୀଡ଼ା ପ୍ରତିନିଧି): ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସହ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ...

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିକେଟର୍‌

ନୂଆଦିଲ୍ଲୀ,୧୭।୯: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ମୋଦିଙ୍କ ଜନ୍ମଦିନ ପାଇଁ ଦଳମତ ନିର୍ବିଶେଷରେ ପ୍ରାୟ ଅଧିକାଂଶ ନେତା...

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଘୋଷଣା: ଏହିସବୁ ଖେଳାଳି ବାଦ୍‌ ପଡିଲେ

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଟିମ ଇଣ୍ଡିଆ ଏକାଦଶ ଘୋଷଣା କରିଛି। ଭାରତୀୟ ଦଳ ଦୁଇଟି ସ୍ପିନରଙ୍କ ସହ ସାଉଥମ୍ପଟନରେ ଅବତରଣ କରିବେ।...

ଓ୍ବାର୍ନର ଓହରିଲେ, କୁମିନ୍ସଙ୍କୁ ବିଶ୍ରାମ

ସିଡ୍‌ନୀ,୧ା୧୨(ପି.ଟି.): ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ...

ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ

ଭୁବନେଶ୍ୱର,୨୮।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ବିଦାୟ ନେଇଛି ପାକିସ୍ତାନ। ରବିବାର ଅନୁଷ୍ଠିତ ପୁଲ୍‌ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା...

ଆକମଲଙ୍କ ଅପିଲର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌

କରାଚି,୩୧।୫ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ମାମଲାର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌ ଫକିର ମହମ୍ମଦ ଖୋଖାର। ଦୁର୍ନୀତି କରିବାକୁ ଆକମଲଙ୍କୁ ପ୍ରସ୍ତାବ...

Advertisement
Archives

Model This Week