Posted inଖେଳ

କୋହଲିଙ୍କ ନିଷ୍ପତ୍ତିକୁ ପ୍ରଖ୍ୟାତ ଖେଳାଳିଙ୍କ ସମର୍ଥନ

ଆବୁ ଧାବି,୨୧।୯: ନିଜର ବ୍ୟାଟିଂକୁ ଗୁରୁତ୍ୱ ଦେବା ପାଇଁ ବିରାଟ କୋହଲି ଟି୨୦ ଫର୍ମାଟରେ ଅଧିନାୟକ ପଦ ତ୍ୟାଗ କରି ଅନେକଙ୍କୁ ଚମକାଇ ଦେଇଛନ୍ତି। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡେଲ ଷ୍ଟେଇନ ଓ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ। ଦୁହେଁ ଅବସର ନେବା ପୂର୍ବରୁ କୋହଲିଙ୍କ ସହ ଆର୍‌ସିବି ପାଇଁ ଖେଳୁଥିଲେ।

ଟି୨୦ ବିଶ୍ୱକପ୍‌ ପରେ ଭାରତୀୟ ଟି୨୦ ଦଳର ନେତୃତ୍ୱ ନେବେ ନାହିଁ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ କୋହଲି। ଏହାର କିଛି ଦିନ ପରେ ଆର୍‌ସିବିର ଅଧିନାୟକ ଭାବେ ଚଳିତ ଆଇପିଏଲ ତାଙ୍କର ଶେଷ ଆଇପିଏଲ୍‌ ହେବ ବୋଲି ଘୋଷଣା କରିଥିଲେ।

ଷ୍ଟାର ସ୍ପୋଟର୍‌ସକୁ ଷ୍ଟେନ କହିଛନ୍ତି, ତାଙ୍କ ଖେଳ ଦେଖିଛି। ସେ ପ୍ରତ୍ୟେକ ବିଭାଗରେ ଜଡ଼ିତ ରୁହନ୍ତି। ଏପରି କି ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ କୋହଲି ସ୍ଲିପ ଅଞ୍ଚଳରେ ଥାନ୍ତୁ କି କଭରରେ ଫିଲ୍ଡିଂ କରୁ ଥାନ୍ତୁ, ବଲ ଉଇକେଟକିପରଙ୍କ ହାତରେ ପହଞ୍ଚିବା ମାତ୍ରେ ତୁରନ୍ତ ବଲ ମାଗନ୍ତି। କିନ୍ତୁ ବର୍ତ୍ତମାନ ସେ କୋଭିଡ୍‌ ସମୟ, ତାଙ୍କ ପରିବାର, ବିଜ୍ଞାପନରେ ବ୍ୟସ୍ତ ରହୁଛନ୍ତି। ଏଣୁ ଟି୨୦ ଅଧିନାୟକ ପଦ ଛାଡ଼ି ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ କୋହଲି ନିଷ୍ପତ୍ତି ନେଇଥାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍‌: ପ୍ରଶଂସକ କହିଲେ ବାଃ ବାଃ

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ...

ଶାମିଙ୍କୁ ସୁଯୋଗ ମିଳିବନି

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି କ୍ରିକେଟର ତିନୋଟି ଯାକ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ଗତ କିଛି ସମୟ ଧରି ତାଙ୍କୁ...

କ୍ରିକେଟର ‘ବଲ ଅଫ ଦି ସେଞ୍ଚୁରୀ’: ଜାଣନ୍ତୁ କେଉଁ ବୋଲର୍‌ ପକାଇଥିଲେ

ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସଚିନ ୱାର୍ନ ୧୪ ବର୍ଷ ପୂର୍ବେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କର ‘ବଲ ଅଫ...

ମୀରାବାଙ୍କୁ ଦ୍ୱିତୀୟ ଟାଇଟଲ

ଢାକା, ୨୨ା୧୨ (ପି.ଟି.)- ଭାରତର ମୀରାବା ଲୁଓ୍ବାଙ୍ଗ ବିଡବ୍ଲ୍ୟୁଏଫ୍‌ ବାଂଲାଦେଶ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ସିରିଜ ୨୦୧୯ ଜିତିଛନ୍ତି। ମଣିପୁରର ତଥା ଟପ୍‌ ସିଡ୍‌ ମୀରାବା...

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, କାଶ୍ୟପଙ୍କ ବିଦାୟ

ପ୍ୟାରିସ,୨୪ା୧୦ (ପି.ଟି.)- ଭାରତୀୟ ଶଟଲର କିଡାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲି କାଶ୍ୟପ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ...

ଗୋଟିଏ ଓଭରରେ ୩୫ ରନ୍‌: ରାହୁଲଙ୍କ ସମକକ୍ଷ ହେଲେ କୁମିନ୍ସ

ପୁଣେ,୭।୪: ଆଇପିଏଲ ୨୦୨୨ର ୧୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କେକେଆର୍‌ ୫ ଉଇକେଟରେ ଜିତିଛି।...

ଗୋଟିଏ ହାତରେ ଏଭଳି ଛକା ମାରିଲେ ଏହି କ୍ରିକେଟର, ଚକିତ ହେଲେ…

ପୁଣେ, ୨୭।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ହାଇସ୍କୋରିଂ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ୬ ଉଇକେଟରେ ଭାରତକୁ ପରାସ୍ତ କରିଛି। ଟସ୍‌ ହାରି...

ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍‌ ଯୋଗୁ ଐତିହାସିକ ରନ୍‌ କରିଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ...

Advertisement
Archives

Model This Week