ଟାଇମ୍ ମାଗାଜିନରେ ପୁଣି ସ୍ଥାନ ପାଇ ରେକର୍ଡ କଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ବଲିଉଡ ଜଗତରେ ଜଣେ ଆଗଧାଡିର ନାୟିକା । ଯିଏ ନିଜର ଅଭିନୟରେ ବକ୍ସ ଅଫିସରେ ହଙ୍ଗାମା କରନ୍ତି । କିଛି ହିଟ ମୁଭି ଭେଟି ଦେଇଥିବା ଦୀପିକା ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ । କିଛି ବଡ ବଡ ଆୱାର୍ଡ ନିଜ ନାଁରେ କରିସାରିଥିବା ଏହି ଅଭିନେତ୍ରୀ ଏଥର ପୁଣିଥରେ ଏକ ରେକର୍ଡ ନିଜ ନାଁରେ ଯୋଡି ଦେଇଛନ୍ତି । ଦୀପିକା ଏବେ ପ୍ରଥମ ଇଣ୍ଡିଆନ ସେଲିବ୍ରିଟି ପାଲଟି ଯାଇଛନ୍ତି ଯିଏ ଟାଇମ ମାଗାଜିନର ୧୦୦ ଇମ୍ପାକ୍ଟ ଆୱାଡିର ପାୱାରଫୁଲ ଲିଷ୍ଟରେ ପୁଣିଥରେ ସାମିଲ ହୋଇଛନ୍ତି ।
ପାଖାପାଖି ଏକ ଦଶକ ପର୍ଯ୍ୟନ୍ତ ସେ ସଫଳତାର ସହ ବଲିଉଡରେ ରାଜ କରିଛନ୍ତି । ଏବେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ହୋଇଥବା ଖବରକୁ ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି । ଇଣ୍ଟର‌୍ୟାଶନାଲ ଟାଇମ ମାଗାଜିନର ୨୦୨୨ର ୧୦୦ ଇମ୍ପାକ୍ଟ ଆୱାଡି ପୱାରଫୁଲ ଲିଷ୍ଟରେ ସେ ସାମିଲ ହୋଇଛନ୍ତି । ବଡ କଥା ହେଲା ଟାଇମ ମାଗାଜିନ ଦ୍ୱାରା ଦୁଇଥର ସମ୍ମାନିତ ହୋଇଥିବା ପ୍ରଥମ ଇଣ୍ଡିଆନ ସେଲିବ୍ରିଟି ପାଲଟି ଯାଇଛନ୍ତି ଦୀପିକା ପାଦୁକୋନ । ଏହି ଲିଷ୍ଟରେ ବିଶ୍ୱର କେତେଜଣ ବୈଜ୍ଞାନିକ, ସିଇଓ, ଆର୍ଟିଷ୍ଟ ଓ ଆକ୍ଟିଭିଷ୍ଟ, ପପ୍ ଷ୍ଟାର ଓ ପଲିଟିସିଆନ ସାମିଲ ଅଛନ୍ତି ।
ଏହାପୂର୍ବରୁ ୨୦୧୮ରେ ଫେମଶ ମାଗାଜିନ ଟାଇମର ୧୦୦ ପ୍ରଭାବଶାଳୀ ଲୋକଙ୍କ ଲିଷ୍ଟ ବାହାର କରାଯାଇଥିଲା । ଯେଉଁଥିରେ ଇଣ୍ଡିଆନ ମୁଭି ୱାର୍ଲଡର କେବଳ ଦୀପିକା ପାଦୁକୋନଙ୍କୁ ସ୍ଥାନ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?