ସାଙ୍ଗର ଜନ୍ମଦିନ କହି ଘରକୁ ଫେରି ନ ଥିଲେ, ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଜେଲ ଗଲେ ଦୀପକ

ଦିଗପହଣ୍ଡି,୧୦ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ମଙ୍ଗଳବାର ଦୀପକ ନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ମାମଲା ନଂ.୨୦୧/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଯାଇଛି।

ଗତ ଶନିବାର ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ସାଙ୍ଗର ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ଘରୁ ଯାଇଥିଲେ। ରାତି ୮ ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ନ ଥିଲେ। ଅଭିଯୁକ୍ତ ଦୀପକ ପୂର୍ବରୁ ତାଙ୍କ ଝିଅ ମୋବାଇଲ ଫୋନକୁ ବାରମ୍ବାର ଫୋନ କରିଥିବାରୁ ସେ ହିଁ ତାଙ୍କ ଝିଅକୁ ଅପହରଣ କରିଥିବା ନେଇ ଛାତ୍ରୀଙ୍କ ମା’ ସନ୍ଦେହ କରି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ମକଦ୍ଦମା ରୁଜୁ କରି ଏସ୍‌ଆଇ ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ତଦନ୍ତକାରୀ ଅଧିକାରୀ ବିଭିନ୍ନ ଅଞ୍ଚଳରେ ଚଢାଉ କରି ଅପହୃତା ଛାତ୍ରୀଙ୍କୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରିଥିଲେ। ଏହି ସମୟରେ ଅଭିଯୁକ୍ତ ଦୀପକଙ୍କୁ ଥାନାକୁ ଉଠାଇ ଆଣିଥିଲେ। ମଙ୍ଗଳବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପରେ ଅଭିଯୁକ୍ତ ଦୀପକଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri