ସଜାନ୍ତୁ ରୋଷେଇ ଘର

ଘର ସଜାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଦୀପାବଳିରେ ଆପଣ ଘର ସଜାଉଥିଲେ ଏଥିରେ ରୋଷେଇ ଘରକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ..

ଆପଣ ନିଜ କିଚେନକୁ କ୍ଲାସିକ୍‌ କିମ୍ବା ଲାଇଟ୍‌ କଲରରେ ସଜାଇ ପାରିବେ। କିଚେନ୍‌ରେ ସୁନ୍ଦର କୋଟେସନ୍‌ ସହ କିଛି ପେଣ୍ଟିଙ୍ଗର ଫ୍ରେମ ଟାଙ୍ଗନ୍ତୁ। ଥାକମାନଙ୍କରେ କିଛି ରୁପା କିମ୍ବା ରୁପା ଭଳି ଦିଶୁଥିବା ସାମଗ୍ରୀ ରଖନ୍ତୁ। ଏହା ରୋଷେଇ ଘରକୁ ୟୁନିକ ଲୁକ୍‌ ଦେବ।
ଆପଣଙ୍କର ଯଦି ରୋଷେଇ ଘରକୁ କଲର୍‌ କରିବାକୁ ସମୟ ନାହିଁ ତେବେ ଆପଣ ଡ୍ରାପ୍ସ ଏବଂ ଫର୍ନିଚରକୁ ସଜାଇ ପାରିବେ। ଡ୍ରାପ୍ସ ଦ୍ୱାରା କିଚେନକୁ ଟ୍ରାଡିଶନାଲ ଲୁକ୍‌ ଦିଅନ୍ତୁ। ଏହାସହ ଫର୍ନିଚରକୁ ମଧ୍ୟ କଲର କରିପାରିବେ।
ରୋଷେଇ ଘରକୁ ସୁନ୍ଦର ଫୁଲରେ ସଜାଇ ପାରିବେ। ଝରକା ପାଖରେ ଫୁଲକୁଣ୍ଡ ରଖନ୍ତୁ। ଫୁଲ ବ୍ୟତୀତ ଫୁଲଦାନୀରେ ଅନ୍ୟ ଗଛ ରଖିଲେ ତାହା ନୂଆ ଲୁକ୍‌ ଦେଇପାରିବେ।
ବାସନ ଷ୍ଟାଣ୍ଡରେ ଅତିଥିମାନଙ୍କୁ ପରଷିବା ପାଇଁ ରଙ୍ଗବେରଙ୍ଗର ଶଙ୍ଖ ପ୍ଲେଟ୍‌ କିମ୍ବା ଡିଜାଇନର ଥାଳି, କପ୍‌ ଆଣି ସଜାଡି ରଖନ୍ତୁ।
ମର୍ଡନ କିଚେନ୍‌ ନ ଥିଲେ ରୋଷେଇ ଘର ସୁନ୍ଦର କରିବାକୁ କାଠର ବାସନ ଷ୍ଟାଣ୍ଡ ବା ଥାକ ଲଗେଇ ପାରିବେ। ଏହା ସହ ବିଭିନ୍ନ ଡିଜାଇନର ଟାଇଲ୍‌ ଲଗାଇଲେ ରୋଷେଇ ଘରର ସୁନ୍ଦରତା ବେଶି ବଢ଼ିବ ।
ରୋଷେଇ ଘରର ତାଜାରେ ଯଦି ଘରୋଇ ବ୍ୟବହାର୍ଯ୍ୟ ଜିନିଷ ଅସଜଡା ହୋଇ ପଡିଛି ତେବେ ତା’ ଉପରେ ପରଦା ଢାଙ୍କି ଦିଅନ୍ତୁ। ଏହା କଭର୍‌ ହୋଇ ରହିବା ସହ ଏଥିରେ ବେଶି ତେଲ ଆଉ ମଇଳା ଲାଗିବନି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri