କମୁଛି କୋଭିଡ୍‌ ଟିକା ଚାହିଦା

ନୂଆଦିଲ୍ଲୀ, ୯।୧୨: କୋଭିଡ୍‌ ଟିକା ଯୋଗାଣ ତୁଳନାରେ ଚାହିଦା କମିଗଲାଣି। ତେଣୁ ବୁଷ୍ଟର ଡୋଜ୍‌ ପ୍ରସ୍ତୁତି ପାଇଁ ଅନୁମତି ପ୍ରଦାନ ନିମନ୍ତେ ଭାରତୀୟ ଭାକ୍ସିନ୍‌ ନିର୍ମାତାମାନେ ସରକାରଙ୍କ ନିକଟରେ ଲବି କରୁଥିବା ଜଣାପଡ଼ିଛି। ରୁଷିଆର ସ୍ପୁଟ୍‌ନିକ ଟିକା ପ୍ରସ୍ତୁତ କରୁଥିବା ଏକ କମ୍ପାନୀ ୧୦ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ପ୍ରସ୍ତୁତି ଯୋଜନାକୁ ସ୍ଥଗିତ ରଖିଥିବା କହିଛି। ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇଆଇ) ଏବଂ ସ୍ପୁଟ୍‌ନିକର ଭାରତୀୟ ବିତରକ ଥିବା ଡ. ରେଡ୍ଡିସ୍‌ ଲାବରେଟୋରି ବୁଷ୍ଟର ଡୋଜ୍‌ ପାଇଁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା କହିଛନ୍ତି।
ଦେଶର ୯୪.୪ କୋଟି ସାବାଳକଙ୍କୁ ସମ୍ପୂର୍ଣ୍ଣ ଟିକାଦାନ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଭାରତରେ ବୁଷ୍ଟର ଡୋଜ୍‌ ଆବଶ୍ୟକ କି ନାହିଁ ତାହା ଉପରେ ଇମୁନାଇଜେଶନ ବିଶେଷଜ୍ଞମାନେ ଅନୁଧ୍ୟାନ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ସାବାଳକ ଜନସଂଖ୍ୟାର ୫୦%ରୁ ଅଧିକ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିବାବେଳେ ୮୬ ପ୍ରତିଶତ ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଛନ୍ତି। ଦେଶରେ ମୋଟ ୧୩୦ କୋଟି ଡୋଜ୍‌ ଟିକା ଦିଆଗଲାଣି। ସେଥିରୁ ପାଖାପାଖି ୯୦ ପ୍ରତିଶତ ହେଉଛି ସିଆଇଆଇ ପ୍ରସ୍ତୁତ କୋଭିଶିଲ୍ଡ। ଅଧିକାଂଶ ସାବାଳକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ଲାଗି ସରକାର ମୋଟ ୧୭୦ କୋଟି ଡୋଜ୍‌ ଚାହୁଁଛନ୍ତି। ସରକାରଙ୍କ ଅର୍ଡରର ବକେୟା ଡୋଜ୍‌ ଆସନ୍ତା ସପ୍ତାହ ସୁଦ୍ଧା ପ୍ରସ୍ତୁତ କରିଦେବାକୁ ଏସ୍‌ଆଇଆଇ ଯୋଜନା କରିଛି। ଚାହିଦା କମୁଥିବାରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହାର ମାସିକ କୋଭିଶିଲ୍ଡ ଉତ୍ପାଦନ ଅଧା କମାଇ ଦେବାକୁ ଯୋଜନା କରିଥିବା କହିଛି।
ସ୍ପୁଟ୍‌ନିକ-ଭି ଟିକାର ପାଖାପାଖି ୧୦୦ କୋଟି ଡୋଜ୍‌ ପ୍ରସ୍ତୁତି ଲାଗି ରୁଷିଆ ସରକାରଙ୍କ ଅର୍ଥ ଲଗାଣକାରୀ ସଂସ୍ଥା ଆର୍‌ଡିଆଇଏଫ୍‌ ଏସ୍‌ଆଇଆଇ ସମେତ ୭ ଭାରତୀୟ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଏହା ଭାରତରେ ବ୍ୟବହାର ହେବା ସହ ବିଦେଶକୁ ରପ୍ତାନି ହୋଇଥାନ୍ତା। ତେବେ ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତରେ ମାତ୍ର ୧୨ ଲକ୍ଷ ସ୍ପୁଟ୍‌ନିକ-ଭି ଡୋଜ୍‌ ବ୍ୟବହାର ହୋଇଛି। ରୁଷିଆରୁ ଆମଦାନି ହୋଇ ଭାରତରେ ବଟଲିଂ ହୋଇଥିବା ପ୍ରାୟ ୪ ନିୟୁତ ଡୋଜ୍‌ ବିଦେଶକୁ ରପ୍ତାନି ହୋଇଛି। ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଦେବା ନିମନ୍ତେ ଆମେ ଦେଶର ଔଷଧ ନିୟନ୍ତ୍ରକ ସଂସ୍ଥା ସହ କଥାବାର୍ତ୍ତା ଚଳାଇଛୁ ବୋଲି ଡ. ରେଡ୍ଡିସ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜି.ଭି. ପ୍ରସାଦ କହିଛନ୍ତି। ଏବେ ଆଉ ଟିକା ଚାହିଦା ନାହିଁ। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଯଥେଷ୍ଟ ଟିକା ଯୋଗାଇ ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୋଗାଣ ପାଇଁ ଚାପ ପଡ଼ୁ ନ ଥିବା ସେ କହିଛନ୍ତି। ୧୦୦ ନିୟୁତ ସ୍ପୁଟ୍‌ନିକ ଡୋଜ୍‌ ଉତ୍ପାଦନ ଯୋଜନାକୁ ଅନ୍ୟ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ସ୍ଥଗିତ ରଖିଛି। ଏହା ବଦଳରେ କମ୍ପାନୀ ଅନ୍ୟ ଟିକା ଉତ୍ପାଦନ ଉପରେ ଜୋର୍‌ ଦେଉଛି। ଚାହିଦା ବଢ଼ିଲେ ଉକ୍ତ କମ୍ପାନୀ ସ୍ପୁଟ୍‌ନିକ ଟିକା ଉତ୍ପାଦନ କରିବ ବୋଲି କହିଛି। ରପ୍ତାନି ବଜାର ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଆର୍‌ଡିଆଇଏଫ୍‌ର ଭାରତରେ ଉତ୍ପାଦନ ସହଯୋଗୀ ଥିବା କମ୍ପାନୀର ମୁଖପାତ୍ର ସୂଚନା ଦେଇଛନ୍ତି। ଏହା ପରିବର୍ତ୍ତେ ସ୍ପୁଟ୍‌ନିକ ଲାଇଟ୍‌କୁ ଭାରତରେ ଖୁବ୍‌ଶୀଘ୍ର ଅନୁମତି ମିଳିବା ଆଶା କରାଯାଉଛି। ଏହାକୁ ଦେଶରେ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯାଇପାରିବ। ବାୟୋଲୋଜିକାଲ-ଇ କମ୍ପାନୀର ପ୍ରୋଟିନ୍‌ ଆଧାରିତ ଭାକ୍ସିନ, ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସିନ ଏବଂ ଜିନୋଭା କମ୍ପାନୀର ଏମ୍‌ଆର୍‌ଏନ୍‌ଏ ଟିକା ପରୀକ୍ଷା କିମ୍ବା ଅନୁମୋଦନ ଅପେକ୍ଷାରେ ରହିଛି।

୫୭ ଦେଶକୁ ବ୍ୟାପିଲା ଓମିକ୍ରନ୍‌

କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ୫୭ ଦେଶକୁ ବ୍ୟାପିଲାଣି। ସଂକ୍ରମଣ ବଢ଼ୁଥିବାରୁ ରୋଗୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଜରୁରୀ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବୁଧବାର କୁହାଯାଇଛି। ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ କେତେ ଗୁରୁତର ଏବଂ ଟିକା ଦ୍ୱାରା ସୃଷ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରୁଛି କି ନାହିଁ, ତାହା ଜାଣିବା ପାଇଁ ଅଧିକ ତଥ୍ୟର ଆବଶ୍ୟକତା ରହିଥିବା ଡବ୍ଲ୍ୟୁଏଚ୍‌ଓର ସାପ୍ତାହିକ ରିପୋର୍ଟରେ କୁହାଯାଇଛି। ଯଦିଓ ଏହା ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ସଂକ୍ରମିତ ଅଧିକ ଗୁରୁତର ହେଉନାହାନ୍ତି, ତେବେ ସଂକ୍ରମଣ ବଢ଼ିଲେ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍‌ର ନୂଆ ଭାରିଆଣ୍ଟକୁ ନଭେମ୍ବର ୨୬ରେ ଡବ୍ଲ୍ୟୁଏଚ୍‌ଓ ଓମିକ୍ରନ୍‌ ଭାବେ ନାମିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?