‘ବିଧାୟକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି’

ଭୁବନେଶ୍ୱର,୧୬।୪ (ବ୍ୟୁରୋ): ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲାକୁମାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଏବେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ତେବେ ଚେଲ୍ଲାକୁମାର ଏନେଇ ମୁହଁ ଖୋଲିବା ସହ ଏହା ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେବେ ଚୟନ ପ୍ରକ୍ରିୟାରେ ଲୋକଙ୍କ ଗ୍ରହଣୀୟତା ଓ କର୍ମୀଙ୍କ ସହମତିକୁ ଅଧିକ ଗୁରୁତ୍ୱ ଦିଆଯିବ। ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଯାଇ ପିସିସି ସଭାପତି ମନୋନୟନ ନେଇ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ମୁହାଁମୁହିଁ ଆଲୋଚନା କରାଯିବ। ଇତିମଧ୍ୟରେ ପ୍ରାୟ ସମସ୍ତଙ୍କ ସହିତ ଏହି ବିଷୟରେ ଆଲୋଚନା ସରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ହାଇକମାଣ୍ଡଙ୍କୁ ଜଣାଇଛନ୍ତି। ଏହା ଉପରେ ଏଆଇସିସି ପକ୍ଷରୁ କାର୍ଯ୍ୟକରୀ ସଭାପତି ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ। ମୋତେ ପିସିସି ସଭାପତି ଚୟନ ଦାୟିତ୍ୱ ଦିଆଯାଇଛି ତାହା ଉପରେ ମୁଁ କାର୍ଯ୍ୟ କରୁଛି। ତେବେ ଚୟନ ପ୍ରକ୍ରିୟା ସମ୍ପର୍କରେ ସେ କହିଛନ୍ତି, ନୂତନ ପିସିସି ସଭାପତି ଚୟନ ପାଇଁ ଅନେକ ପ୍ରକ୍ରିୟା ରହିଛି। ଚୟନ ପୂର୍ବରୁ ଦଳ ଓ ନେତାଙ୍କ ଭଲ ଓ ମନ୍ଦ ଉଭୟ ପ୍ରତି ଧ୍ୟାନ ଦେବକୁ ହେବ। ମନୋନୟନ ପ୍ରକ୍ରିୟା ମାଧ୍ୟମରେ ଉପଯୁକ୍ତ ନେତାଙ୍କୁ ଚୟନ କରାଯିବ। ଶେଷରେ ସମସ୍ତଙ୍କ ସହମତିରେ ଯିଏ ଗ୍ରହଣୀୟ ହେବେ ତାଙ୍କୁ ସଭାପତି ପଦ ପାଇଁ ଚୂଡ଼ାନ୍ତ କରାଯିବ ବୋଲି ଚେଲ୍ଲାକୁମାର କହିଛନ୍ତି।
ସୂଚନାଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ଦଳ ଭିତରେ ବିରୋଧ ଲାଗି ରହିଥିବାବେଳେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହି ଦାବି ତେଜିବାରେ ଲାଗିଛି।

ଏପରିସ୍ଥିତିରେ ନିରଞ୍ଜନ ନିଜ ପଦରୁ ଇସ୍ତଫା ଦେଇଥିବା ଗୁରୁବାର ସ୍ପଷ୍ଟ କରିଛନ୍ତି। ଯେତେ ଶୀଘ୍ର ସମ୍ଭବ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଥିଲେ। ଅପରପକ୍ଷେ, କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରାଯିବାକୁ ନେଇ ବିଧାୟକମାନେ ଦାବି କରୁଛନ୍ତି। ନିର୍ବାଚିତ ନେତୃବୃନ୍ଦଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ପ୍ରଦାନ କଲେ ଦଳରେ ନେତୃତ୍ୱ ଓ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟତା ବୃଦ୍ଧି ପାଇବ ବୋଲି ସେମାନେ ଯୁକ୍ତି ରଖିଛନ୍ତି। ତେବେ ପୂର୍ବତନ ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରରେ ରଖିବାବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଓ ବିଧାୟକଙ୍କ ମଧ୍ୟରୁ ଜଣେ ମନୋନୟନ ପ୍ରକ୍ରିୟା ପାଇଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?