ଆଜିଠୁ IGNOUରେ ଓଡ଼ିଆରେ ଡିଇସିଇ ପାଠ୍ୟକ୍ରମ

ଭଞ୍ଜନଗର,୧୮ା୮(ବାବୁଲା ପ୍ରଧାନ): ସୋମବାରଠାରୁ IGNOUରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ପଢ଼ାହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରରେ କରିଥିଲେ। ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରଓ୍ବାଲ, ଇଗ୍ନୋ ଉପକୁଳପତି ଉମା କାଞ୍ଜିଲାଲ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଇଗ୍ନୋ ଷ୍ଟଡି ସେଣ୍ଟର ଯୋଡ଼ି ହୋଇଥିଲେ। ରାଜ୍ୟରେ ପ୍ରାୟ ୪୧ ହଜାର ଛାତ୍ରୀଛାତ୍ର ଉକ୍ତ ପାଠ୍ୟକ୍ରମରେ ନାମ ଲେଖିଛନ୍ତି। ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ବାଲ୍‌ ବାଟିକା, ଅଙ୍ଗନଓ୍ବାଡ଼ି ପ୍ରମୁଖ ନିଯୁକ୍ତିରେ ସୁଯୋଗ ମିଳିବ।

ସୂଚନାଯୋଗ୍ୟ, ଇଗ୍ନୋରେ ଇଂରାଜୀ ଏବଂ ହିନ୍ଦୀରେ ଶିକ୍ଷାଦାନ ଓ ପରୀକ୍ଷା ହୁଏ। କିନ୍ତୁ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଇଗ୍ନୋ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା
(ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ତାହାର ଶୁଭାରମ୍ଭ ହୋଇଥିଲା। ଏହିଭଳି ଭଞ୍ଜନଗରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ଇଗ୍ନୋ ଷ୍ଟଡି ସେଣ୍ଟର ସଂଯୋଜକ ବିଭାସ ଦାସ, ଅଧ୍ୟାପକ ଡ. ରବୀନ୍ଦ୍ର ମିଶ୍ର, କିରାଣି ପ୍ରଦୀପ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ଆଉ କିଛି ପାଠ୍ୟକ୍ରମ ମଧ୍ୟ ଓଡ଼ିଆରେ ଶିକ୍ଷାଦାନ ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

୪ ଦୁର୍ଗମ ଗ୍ରାମର ୫୯ ଜଣଙ୍କୁ ମିଳିବ ଜନ୍ମ ପ୍ରମାଣପତ୍ର

ଗୁଡାରି , ୧।୫ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡାରି ତହସିଲଦାର ଏ. ସ୍ନେହଲତାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଏକ ଟିମ୍‌ ବ୍ଲକର ଦୁର୍ଗମ ଅଞ୍ଚଳ…

୪ ସାଙ୍ଗ ମିଶି ଦୁଇ ବାଇକ୍‌ରେ ଯାଉଥିଲେ, ବାଟରେ ଛକିଥିଲା ଯମ, ଚାଲିଗଲା୨ ଜୀବନ

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ…

‘ମୋର ଗୋଟିଏ କଲ୍‌ରେ ୮ ମହିଳାଙ୍କ ମୃତ୍ୟୁଦଣ୍ଡ ବନ୍ଦ ହୋଇଥିଲା’ – ଇରାନକୁ ନେଇ କାହିଁକି ବଡ଼ ବଡ଼ ଦାକି କରୁଛନ୍ତି ଟ୍ରମ୍ପ? ଜାଣନ୍ତୁ…

ତେହରାନ,୧।୫: ଗୁରୁବାର, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରିସ୍ଥିତି ସମ୍ପର୍କରେ ଅନେକ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

ଆଇସିଏସ୍‌ଇ ଦଶମ ପରୀକ୍ଷାଫଳ ପ୍ରକାଶ: ସତ୍ୟଜିତ ହୋତା ନ୍ୟୁଲାଇଫ୍‌ ଇଂଲିଶ ମିଡିୟମ ବିଦ୍ୟାଳୟ ଟପ୍ପର

ବିଷମ କଟକ, ୧।୫(ପ୍ରସନ୍ନ କୁମାର ପଣ୍ଡା): ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ରାୟଗଡା ଜିଲା ବିଷମ କଟକ ବ୍ଲକ ସଦର ନ୍ୟୁଲାଇଫ୍‌…

ନାମଯଜ୍ଞରେ କମ୍ପୁଛି ଅଞ୍ଚଳ: ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନାଟେଙ୍ଗା ଶ୍ରୀ ତ୍ରିନାଥ ସ୍ବାମୀଙ୍କ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶୁକ୍ରବାରଠାରୁ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଏହା ୪…

ପବନ ଖେରାଙ୍କୁ ବଡ଼ ଆଶ୍ୱସ୍ତି: ଏବେ ତାଙ୍କୁ ଗିରଫ କରିବ ନାହିଁ ଆସାମ ପୋଲିସ

ନୂଆଦିଲ୍ଲୀ,୧।୫: କଂଗ୍ରେସ ନେତା ପବନ ଖେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଆସାମ ପୋଲିସ ଏବେ ପବନ ଖେରାଙ୍କୁ ଗିରଫ କରିପାରିବ ନାହିଁ। ପ୍ରକୃତରେ, ସୁପ୍ରିମକୋର୍ଟ ପବନ ଖେରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri