ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା, ଦୈନିକ ସଂକ୍ରମଣ କମିଲା…

ନୂଆଦିଲ୍ଲୀ, ୨୨।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିବାବେଳେ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଏହି ସମୟ ମଧ୍ୟରେ ୧୩ ହଜାର ୪୦୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଦେଶରେ କରୋନାରେ ଏହି ସମୟ ମଧ୍ୟରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଦୈନିକ ମୃତ୍ୟୁ ସଂଖ୍ୟା ୨୦୬ ଥିଲା। ଗତ ୨୪ ଘଣ୍ଟାରେ ୩୪ ହଜାର ୨୨୬ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୨ ଲକ୍ଷ ୨ହଜାର ୧୩୧ ରେ ପହଞ୍ଚିିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୩୪୪ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୮ ଲକ୍ଷ ୫୧ ହଜାର ୯୨୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୧ ଲକ୍ଷ ୫୮ ହଜାର ୫୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୪,୦୬୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମ୍‌ରେ ୧,୬୭୫, ମଧ୍ୟପ୍ରଦେଶରେ ୮୪୭, ମହାରାଷ୍ଟ୍ରରେ ୮୦୬, ତାମିଲନାଡୁରେ ୭୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୬୭୯ ଏବଂ ରାଜସ୍ଥାନରେ ୫୬୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୫କୋଟି ୮୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୫ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri