୩୦ ତଳେ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଏହା ୩ ହଜାର ୮୦୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୨ ରହିଛି। ଏହି ସମୟରେ ସକ୍ରିୟ ମାମଲା ୨୦ ହଜାର ଟପିଛି। ଏହା ୨୦ ହଜାର ୩୦୩ ରହିଛି।

ସେହିପରି ୨୪ ଘଣ୍ଟାରେ ୩ ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୯୮ ହଜାର ୭୪୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୫୪ ହଜାର ୪୧୬ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୦ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୧ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୬୫୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୮୨ ଜଣ, କେରଳରେ ୪୦୦ ଜଣ, ଉତ୍ତରପ୍ରଦେଶରେ ୩୨୦ ଜଣ, ମହାରାଷ୍ଟ୍ରରେ ୨୦୫ ଜଣ କର୍ନାଟକରେ ୧୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ କୋର୍ଟରେ ଏକ ବଡ଼ ଝଟକା ଲାଗିଛି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ଦେଇଥିବା ଏକ ବିବାଦୀୟ…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୬ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri