ମେ ୯ରୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌: ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

କୋରାପୁଟ,୭ା୫(ସ୍ବ.ପ୍ର.): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ସଂଯୋଗ ହେବ ଆଇସିଏଫ୍‌ ଭିଷ୍ଟାଡମ୍‌(ଶୀତତାପ ନିୟନ୍ତ୍ରିତ)କୋଚ୍‌। ମେ ୯ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ସ୍ବତନ୍ତ୍ର କୋଚ୍‌ ସୁବିଧା ସହ ଏହି ଟ୍ରେନ୍‌ ବିଶାଖାପାଟଣାରୁ କୋରାପୁଟ ଚଳାଚଳ କରିବ। ସେହିପରି ମେ ୧୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଏହା କୋରାପୁଟରୁ ବିଶାଖାପାଟଣା ଚଳାଚଳ କରିବ ବୋଲି ଡିଭିଜନାଲ କମର୍ସିଆଲ ମ୍ୟାନେଜର ଏ. କେ. ତ୍ରିପାଠୀ ସୂଚନା ଦେଇଛନ୍ତି।
ଭିଷ୍ଟାଡମ୍‌ କୋଚ୍‌ରେ ସ୍ବତନ୍ତ୍ର କାଚ ଝରକା ଲାଗିଥିବାବେଳେ ଆରାମଦାୟକ ବ୍ୟବସ୍ଥା ରହିଛି। ୨୨ ସିଟ୍‌ ବିଶିଷ୍ଟ ଏହି କୋଚ୍‌ ବିଶେଷକରି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି। ଏଥିରେ ପର୍ଯ୍ୟଟକମାନେ ଆରାମରେ ବସି କାଚ ଝରକା ବାଟରୁ କୋରାପୁଟ ଏବଂ ରାୟଗଡ଼ା ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପାହାଡ଼, ଝରଣା ଆଦିକୁ ଉପଭୋଗ କରିପାରିବେ। ସ୍ଥାନୀୟ ଲୋକଙ୍କ ପାଇଁ ଏହା ରୋଜଗାର ମଧ୍ୟ ସୃଷ୍ଟି କରିପାରିବ। ସ୍ବତନ୍ତ୍ର କୋଚ୍‌ ରହିଥିବା ଏହି ଟ୍ରେନ୍‌ ସୋମବାର, ବୁଧବାର ଓ ଶନିବାର ବିଶାଖାପାଟଣାରୁ କୋରାପୁଟ ଚାଲିବ। ସେହିପରି ମଙ୍ଗଳବାର, ଗୁରୁବାର ଏବଂ ରବିବାର କୋରାପୁଟରୁ ବିଶାଖାପାଟଣା ଚଳାଚଳ କରିବ। ଏହାଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଚେନ୍‌ ଲୁଟି ଗୁଳି ଫୁଟାଇଲେ

ବାହାନଗା, ୧୦|୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ବଜାରରେ ଖରାସାହପୁର ଗ୍ରାମର କରୁଣାକର ନାୟକ ତାଙ୍କ ସ୍ତ୍ରୀ ସସ୍ମିତା ଉଭୟ ମୋଟରସାଇକେଲ ଯୋଗେ ଜୁଣିଆଁ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କୁ ବିରୋଧ କଲେ କୋଭିଡ୍‌ ପାରାମେଡିକାଲ ଷ୍ଟାଫ୍‌

ବଲାଙ୍ଗୀର ଅଫିସ,୪ା୮: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ରାଜ୍ୟସ୍ତରୀୟ...

‘ପୋତାଧନ’ ନଁାରେ ଠକେଇ, ୩ ଗିରଫ

ବଲାଙ୍ଗୀର ଅଫିସ, ୭ା୬-ମାଟି ତଳେ ପୋତାଯାଇଥିବା ଏକ ହଣ୍ଡା ଭିତରୁ ଅସଲି ସୁନା (ପୋତାଧନ)ମିଳିଛି। ସେଥିପାଇଁ କମ୍‌ଦାମରେ ବିକ୍ରି ହେବ କହି ଜଣେ ବେପାରୀଙ୍କୁ ଠକେଇ...

ଅଭିଯୋଗ ଲାଗି ଅଟକିଛି ବିଦ୍ୟାଳୟ ମରାମତି କାର୍ଯ୍ୟ, ନୂତନ ଗୃହ ନିର୍ମାଣ ପରେ ସ୍ବାଭାବିକ ହେବ ପାଠପଢ଼ା

ଆନନ୍ଦପୁର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭୋଳନୂଆଗାଁରେ ଗତ ୨୨ ତାରିଖ ସୋମବାର ଅଭିଭାବକମାନେ ଭୋଳନୂଆଗାଁ ୟୁଜିଏମଇ ସ୍କୁଲରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହ...

ଲାଗିଲା କଟକଣା, ପର୍ଯ୍ୟଟନସ୍ଥଳୀ ଶୂନଶାନ୍‌

ଭୋଗରାଇ, ୨୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମନ୍ଦିର ଓ ହାଟବଜାର ଉପରେ...

୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା...

ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି

ଆର.ଉଦୟଗିରି,୨୪ା୪(ଡି.ଏନ୍‌.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ...

ଧାମନଗର ବିଡିଓଙ୍କୁ ଗାଳିଗୁଲଜ କରିବା ଅଭିଯୋଗ: ଧାରଣାରେ ବସିଲେ ବ୍ଲକ, ତହସିଲ କର୍ମଚାରୀ

ଧାମନଗର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଅଫିସ ମଧ୍ୟରେ ପଶି ଗାଳିଗୁଲଜ କରିବା ଅଭିଯୋଗରେ ଧାମନଗର ତହସିଲ ଏବଂ ବ୍ଲକ କର୍ମଚାରୀମାନେ ଶୁକ୍ରବାର ନିଜ କାର୍ଯ୍ୟାଳୟ...

Advertisement
Archives

Model This Week