ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ହତ୍ୟା ଧମକ: ତେଜୁଛି ବିଜେଡି-ଭାଜପା କଳି

କୁଜଙ୍ଗ, ୧୭।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଡିଓ ଦୀପକ ପ୍ରସାଦ ସ୍ବାଇଁଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ଘଟଣାକୁ ନେଇ ପାରାଦୀପରେ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ଖବରଦାତା ସମ୍ମିଳନୀ ଡାକି ପରସ୍ପରକୁ ଦୋଷ ଦେଉଛନ୍ତି।
ଜିରୋ ପଏଣ୍ଟ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଭୂତମୁଣ୍ଡେଇ ସରପଞ୍ଚ ରୋହିତ ଜେନାଙ୍କ ସଂଯୋଜନାରେ ଖବରଦାତା ସମ୍ମିଳନୀ ଡକାଯାଇ କୁହାଯାଇଛି ଯେ, ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିବା ବିଜେଡି ନେତା ବାପି ସର୍ଖେଲ କୁଜଙ୍ଗରେ ବଳ ପ୍ରୟୋଗ କରିବାକୁ ଉଦ୍ୟମ କରୁଛନ୍ତି। ଏହାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଗତ ୧୩ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ଇଙ୍ଗିତରେ କୁଜଙ୍ଗ ବିଡିଓଙ୍କୁ କେତେଜଣ ହାତଗଣତି ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସେମାନଙ୍କ ସ୍ବାମୀମାନେ ସମ୍ମିଳନୀ କକ୍ଷରେ କବାଟ ଦେଇ ଫଲ୍ସ ବିଲ୍‌ରେ ଦସ୍ତଖତ କରିବାକୁ ବାଧ୍ୟ କରିବା ସହ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାର ଦୁଇଦିନ ପୂର୍ବରୁ ଷଣ୍ଢପୁର କାର୍ଯ୍ୟାଳୟରେ କେତେଜଣ ନିର୍ବାଚିତ ପ୍ରତିନିଧିଙ୍କୁ ଏକାଠି କରି ବିଡିଓଙ୍କୁ ଘେରାଉ କରି ଜୋରଜବରଦସ୍ତ କରିବାକୁ ସର୍ଖେଲ ପରାମର୍ଶ ଦେଇଥିଲେ। ଏହାର ପ୍ରତିଫଳନ ୧୩ ତାରିଖରେ ଦେଖିବାକୁ ମିଳଥିଲା। ରୋହିତ ଆହୁରି କହିଛନ୍ତି, ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଫତେପୁର ପଞ୍ଚାୟତ ଟେରାକୋଟା କେନ୍ଦ୍ର, ପିୟୁଆର୍‌ଏ ଯୋଜନାରେ ଭୂତମୁଣ୍ଡେଇଠାରେ ହୋଇଥିବା ମାର୍କେଟ କମ୍ପ୍ଲେକ୍ସର ବିଦ୍ୟୁତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ୯ ଲକ୍ଷ ଟଙ୍କାରେ ବ୍ୟାପକ ଦୁର୍ନୀତି ହୋଇଛି। ସେହିପରି ବ୍ଲକ କାର୍ଯ୍ୟାଳୟ ବିଦ୍ୟୁତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ୨୨ ଲକ୍ଷ ଟଙ୍କାରେ ମଧ୍ୟ ହେରଫେର ହୋଇଛି। ଏହାକୁ ଲୁଚାଇବା ପାଇଁ ଅଧ୍ୟକ୍ଷା ଏସବୁ ନାଟକ କରୁଛନ୍ତି ବୋଲି ସେ କହିଥିଲେ । ଏହାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ରୋହିତ କହିଥିଲେ। କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ଅଭିଯୋଗ କରିଛନ୍ତି, ଅଣଆନୁଷ୍ଠାନିକ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା କେତେଜଣ ହାତଗଣତି ପ୍ରତିନିଧିଙ୍କୁ ଉସୁକେଇ ବିଡିଓଙ୍କୁ ଜୋରଜବରଦସ୍ତ ସମ୍ମିଳନୀ କକ୍ଷକୁ ନେଇ ଦୁର୍ବ୍ୟବହାର କରିଥିଲେ। ସେହିସମୟରେ ତାଙ୍କ କାମ ପଡ଼ିବାରୁ ବିଡିଓଙ୍କ ନିକଟକୁ ଯାଇଥିଲେ। ସେଠାରେ ଅଧ୍ୟକ୍ଷାଙ୍କ ସମେତ କେତେଜଣ ନିର୍ବାଚିତ ପ୍ରତିନିଧି ବିଡିଓଙ୍କୁ ନିର୍ଯାତନା ଦେଉଥିବା ଦେଖି ସମ୍ମିଳନୀ କକ୍ଷ ବାହାରେ ଥିବା ପୋଲିସକୁ ଜଣାଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲିଆ ସରପଞ୍ଚ ସରୋଜିନୀ ନାୟକ, ବାଗୋଇ ସରପଞ୍ଚ ପ୍ରବଞ୍ଜଳୀ ସେଠୀ, ଗଣ୍ଡକିପୁର ସରପଞ୍ଚ ବନିତା ପ୍ରିୟଦର୍ଶିନୀ, ପଙ୍କପାଳ ସରପଞ୍ଚ ସରୋଜ ସେଠୀ, ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତ, ପ୍ରଜ୍ଞାଦୀପ୍ତ ପଟ୍ଟନାୟକ, ଅଭୟ ପରିଡ଼ା, ଗୋଟିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ବାଇଁଙ୍କ ସମେତ ୧୫ରୁ ଊଦ୍ଧର୍‌ବ ସରପଞ୍ଚ ଉପସ୍ଥିତ ଥିଲେ।
ରବିବାର ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବାପି ସର୍ଖେଲ ଓ ଅଧ୍ୟକ୍ଷା ସାହୁ ଖବରଦାତା ସମ୍ମିଳନୀ ଡାକି ଅଭିଯୋଗ କରିଥିଲେ ଯେ, ଭାଜପା ସମର୍ଥତ୍ତ ପ୍ରତିନିଧି ଗୁଣ୍ଡାବାହିନୀ ଡାକି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଏନେଇ ୩ ଦିନ ହେବ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ସେମାନଙ୍କୁ ଗିରଫ କରୁନାହିଁ। ଅଭିଯୁକ୍ତମାନଙ୍କୁ ୩ ଦିନ ମଧ୍ୟରେ ଗିରଫ କରା ନ ଗଲେ ସେପ୍ଟେମ୍ବର ୨୦ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?