ଭୁବନେଶ୍ୱରରେ ଯୁବତୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର,୨।୧୦ (ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଫ୍ୟାନ୍‌ରେ ଓଢଣି ଦ୍ୱାରା ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ପୋଲିସ ଜବତ କରିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଯୁବତୀ ହେଲେ ଢେଙ୍କାନାଳ ଜିଲାର କବିତା ବାରିକ। ଖବର ପାଇ ପୋଲିସ ସାଇଣ୍ଟଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରୁ ଏକ ଚିଠି ମିଳିଛି। ପାରିପାର୍ଶ୍ୱିକ ସ୍ଥିତି ଓ ଉକ୍ତ ଚିଠିରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରିଛି। ତେବେ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮୬/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଭୁବନେଶ୍ୱରର ଏକ ସେବା ପ୍ରଦାନକାରୀ ସଂସ୍ଥାରେ ଚାକିରି କରିଥିଲେ। ଗତ ୨ ମାସ ହେବ ନୟାପଲ୍ଲୀ ଅଞ୍ଚଳର ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କ ପାଖରେ କେୟାରଟେକର ଭାବେ ରହି ତାଙ୍କ ସେବା କରୁଥିଲେ। ଗୋଟିଏ ଘରେ ଉଭୟ ରହୁଥିଲେ। ଶନିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କବାଟ ବନ୍ଦ ଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ବାରମ୍ବାର ଡାକିଥିଲେ ମଧ୍ୟ ସେ ଜବାବ ଦେଇ ନ ଥିଲେ କି କବାଟ ଖୋଲି ନ ଥିଲେ। ଏହାପରେ ଉକ୍ତ ରୁମ୍‌ରେ ଶୋଇଥିବା ବୃଦ୍ଧା କବାଟ ଖୋଲିବା ପରେ ଯୁବତୀ ଜଣକ ଓଢଣି ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇବାରୁ ପିସିଆର୍‌ ଭ୍ୟାନ ପହଞ୍ଚତ୍ଥିଲା।
ସରସ ସୁନ୍ଦର ଜୀବନଯାପନ ସହ ବିଭିନ୍ନ ଆଶା ନେଇ ରାଜଧାନୀ ଭୁବନେଶ୍ୱରକୁ ଆସୁଛନ୍ତି ଲୋକେ। ହେଲେ ଏଠାକୁ ଆସିବା ପରେ ଜୀବନ ସଂଘର୍ଷମୟ ହୋଇପଡୁଛି। କିଏ ଏହି ସଂଘର୍ଷ ଭିତରେ ପ୍ରତିଷ୍ଠିତ ହେଉଛି ତ ପୁଣି କିଏ ହାରିଯାଉଛି। ସହରର ଗହଳି ଭିତରେ ଆଜି ଅନେକ ମଣିଷ ମଧ୍ୟ ଅସହାୟ ମଣୁଛନ୍ତି। ଶେଷରେ ଜୀବନ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡୁଛି। ଯେଉଁଥିପାଇଁ ଭୁବନେଶ୍ୱର କ୍ରମଶଃ ଆତ୍ମହତ୍ୟା ପ୍ରବଣ ରାଜଧାନୀରେ ପରିଣତ ହେବାରେ ଲାଗିଛି। ପାରିବାରିକ ବିବାଦ, ଆର୍ଥିକ ଅନଟନ, କ୍ୟାରିଅରରେ ବିଫଳତା, ପ୍ରେମ ବିଚ୍ଛେଦ ଆଦି ବିଭିନ୍ନ କାରଣ ପାଇଁ ଜଣକ ପରେ ଜଣେ ଜୀବନ ହାରୁଛନ୍ତି। ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୨୨୬ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଏଥିରେ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା କ୍ଷମତା: ଜବରଦଖଲ ଉଚ୍ଛେଦ କରିପାରିବେ ତହସିଲଦାର

ଭୁବନେଶ୍ୱର,୧୫।୯(ବ୍ୟୁରୋ): ସର୍ବସାଧାରଣ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ରାଜ୍ୟ ସରକାର ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଇଷ୍ଟେଟ ଅଫିସର କ୍ଷମତା ପ୍ରଦାନ କରିଛନ୍ତି। ଏ...

ଧରାପଡ଼ିଲେ ବ୍ରାଉନସୁଗାର ଡିଲର ଲାଡେନ, ରାଜୁ

ଭୁବନେଶ୍ୱର(ବ୍ୟୁରେ)/ବାଲିଅନ୍ତା (ଡି.ଏନ୍‌.ଏ.),୧୦।୨: ଅପରେଶନ ପଏଣ୍ଟ ଥିଲା ଫୁଲନଖରା ଛକରୁ ସିମ୍ପୋନୀ ମଲ୍‌ ସମ୍ମୁଖ ଜାତୀୟ ରାଜପଥ। ଟାର୍ଗେଟ ଥିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବ୍ରାଉନସୁଗାର ମାଫିଆ...

ସବୁଠୁ ଉଚ୍ଚା ଥିଲା ଗୋପୀନାଥ ମନ୍ଦିର

ନୟାଗଡ଼ ଅଫିସ,୧୩ା୬: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗାଁକୁ ନେଇଏବେ ସବୁଠି ଚର୍ଚ୍ଚା। ଗାଁର ବିଶାଳ ଗୋପୀନାଥ ମନ୍ଦିରର...

ଅନ୍ତର୍ଜାତୀୟ ପ୍ରସ୍ତର ମେଳାରେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ରାଜସ୍ଥାନ ସରକାରଙ୍କ ପକ୍ଷରୁ ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା (ଇଣ୍ଡିଆ ଷ୍ଟୋନ୍‌ ମାର୍ଟ-୨୦୨୨) ଗତ ୧୦ ତାରିଖରୁ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୩୧ କରୋନା ପଜିଟିଭ: ମୃତ୍ୟୁ ସଂଖ୍ୟା ଶୂନ

ଭୁବନେଶ୍ୱର, ୬।୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୨୧ରେ ପହଞ୍ଚିଛି। ଏ...

ଗଞ୍ଜାମ ବସ୍‌ ବନ୍ଦ: ୫ ରୁ୍‌ଟ୍‌ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍‌

ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ...

୧୧ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉପକୂଳରେ ଶୀତ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ତଳମୁହଁ। ରହିଛି। ରାଜ୍ୟର ୮ ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ...

ଜେଲରେ ରହି ସ୍ବାବଲମ୍ବୀ ଚିତ୍ତରଞ୍ଜନ

ଛତ୍ରପୁର,୨୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ମାଟି ହାଣ୍ଡିରେ ଚିତ୍ର ଆଙ୍କି ସ୍ବାବଲମ୍ବୀ ହୋଇଛନ୍ତି। ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଛି।...

Advertisement
Archives

Model This Week