Posted inଜାତୀୟ

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ବିବି ଲାଲଙ୍କ ପରଲୋକ…

ନୂଆଦିଲ୍ଲୀ, ୧୦।୯ : ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ପ୍ରଫେସର ଡ, ବିବି ଲାଲଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ବିବି ଲାଲଙ୍କୁ ଭାରତର ସବୁଠାରୁ ବରିଷ୍ଠ ପ୍ରତ୍ନତତ୍ତ୍ୱବିତ୍ ଭାବରେ ବିବେଚନା କରାଯାଉଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସେ ପ୍ରତ୍ନତତ୍ତ୍ୱ ସମ୍ବନ୍ଧୀୟ ଗବେଷଣା ଏବଂ ଏହାର ଲେଖାରେ ସକ୍ରିୟ ଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ବ୍ରଜବାସୀ ଲାଲ।

ବିବି ଲାଲ ୨ ମେ ୧୯୨୧ ରେ ଝାନସୀ ଜିଲାର ବଡୋରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଶିମଲାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିର ନିର୍ଦ୍ଦେଶକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୨୦୦୦ ମସିହାରେ ବିବି ଲାଲଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ଏହା ପରେ ୨୦୨୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ବିବି ଲାଲ ମହାଭାରତ ଏବଂ ରାମାୟଣ ତଥା ସିନ୍ଧୁ ସଭ୍ୟତା ଏବଂ କାଲିବାଙ୍ଗନ ସହ ଜଡିତ ଅଞ୍ଚଳଗୁଡିକରେ ବହୁତ କାମ କରିଥିଲେ। ତାଙ୍କ କାର୍ଯ୍ୟ ସହ ଜଡିତ ଅନେକ ପୁସ୍ତକ ଏବଂ ଶହ ଶହ ଅନୁସନ୍ଧାନ ପତ୍ର ପ୍ରକାଶ ପାଇଛି। ବିବି ଲାଲ ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ନିର୍ଦ୍ଦେଶକ ଥିଲେ। ଏହା ବ୍ୟତୀତ ସେ ୟୁନେସ୍କୋର ବିଭିନ୍ନ କମିଟିରେ ମଧ୍ୟ ଜଡିତ ଥିଲେ। ୧୯୪୪ ମସିହାରେ, ସାର୍‌ ମୋର୍ଟିମର୍‌ ହୱିଲର୍‌ ତାଙ୍କୁ ତକ୍ଷଶିଳାରେ ତାଲିମ ଦେଇଥିଲେ। ରାମ ଜନ୍ମଭୂମିର ପ୍ରମାଣ ସେ ଖୋଜି ବାହାର କରିଥିଲେ। ସେ ୧୯୭୫ ମସିହାରେ ରାମାୟଣ ସାଇଟଗୁଡିକର ପ୍ରତ୍ନତତ୍ତ୍ୱ ପ୍ରକଳ୍ପ ଆରମ୍ଭ କରିଥିଲେ। ଏହା ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଜିୱାଜୀ ବିଶ୍ୱବିଦ୍ୟାଳୟ ଗ୍ବାଲିଅର୍‌ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା। ଏହି ପ୍ରକଳ୍ପ ୩୧ ମାର୍ଚ୍ଚ ୧୯୭୫ ରେ ଅଯୋଧ୍ୟାରେ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଅଯୋଧ୍ୟା, ଭରଦ୍ୱାଜ ଆଶ୍ରମ, ନନ୍ଦିଗ୍ରାମ, ଚିତ୍ରକୂଟ ଏବଂ ଶ୍ରୀଙ୍ଗଭଓ୍ବେରପୁର ଇତ୍ୟାଦି ସ୍ଥାନଗୁଡିକ ଯାଞ୍ଚ କରାଯାଇଥିଲା। ଏହି ଅନୁସନ୍ଧାନ ଆଧାରରେ ଅଯୋଧ୍ୟାରେ ଏକ ରାମ ମନ୍ଦିର ରହିବା ପ୍ରସଙ୍ଗ ସ୍ଥାପିତ ହୋଇଥିଲା।

ବିବି ଲାଲଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ବିବି ଲାଲ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ଜଣେ ବୈଦ୍ଧିକ ବ୍ୟକ୍ତିତ୍ୱ ଭାବରେ ସ୍ମରଣ କରାଯିବ, ଯିଏ ଆମର ସମୃଦ୍ଧ ଅତୀତ ସହିତ ଗଭୀର ସଂଯୋଗ ସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?