ଶୁଦ୍ଧିକ୍ରିୟାକୁ ଯାଉଥିଲେ, ବାଟରେ ଚାଲିଗଲା ଜୀବନ

ଖୁଣ୍ଟା,୨୨।୯(ଡି.ଏନ.ଏ.): ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିଲେ,ହେଲେ ବାଟରେ ଜଗିଥିଲା ଜମ। କିଛି ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ। ଗୁରୁବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳା ହେଲେ ଖୁଣ୍ଟା ଥାନା ଅଧୀନ ବଡ଼ସାତଶୂଳ ଗ୍ରାମର ହାଡ଼ିଆ ହାଁସଦାଙ୍କ ସ୍ତ୍ରୀ କାର୍ମୀ (୪୫)। ସୂଚନାଯୋଗ୍ୟ, ହାଡ଼ିଆ, କାର୍ମୀ ଓ ତାଙ୍କ ସମ୍ପର୍କୀୟ ଖୁଡ଼ି ଆର୍ସୁ ସୋରେନ ଏକ ବାଇକ୍‌ରେ ଖଣ୍ଡାବୁଡ଼ା ଗ୍ରାମକୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଉଥିଲେ। ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର କେନାଲ ଛକଠାରେ ପଛପଟୁ ଆସୁଥିବା ଏକ ଅଟୋ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ହାଡ଼ିଆ ଓ ଆର୍ସୁ ଆହତ ହୋଇଥିବା ବେଳେ କାର୍ମୀ ଚେତାଶୂନ୍ୟ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୁଣ୍ଟା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି

ବସ୍ତା,୨୨।୯(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା,...

ସିଟୁ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବୁଧବାର ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ପ୍ରତିବାଦ କରାଯାଇଛି। ସଂଗଠନ ମୁଖ୍ୟ ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ...

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ ଅଫିସ୍‌, ୬।୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରିଛନ୍ତି। ପରିଚାଳନା କମିଟି...

ଆଖଣ୍ଡଳମଣି ପୀଠର ବିକାଶ ଲାଗି ଉଦ୍ୟମ ଆରମ୍ଭ

ଆରଡି, ୨୪ା୯ (ଡି.ଏନ.ଏ.)-ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠର ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ...

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଓ କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌ ଓ ଏସ୍‌ଓଜି ପକ୍ଷରୁ ମିଳିତ କୋମ୍ବିଂ...

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, ୨ ଫଟୋ ସାମ୍ବାଦିକଙ୍କୁ କରୋନା

ବ୍ରହ୍ମପୁର ଅଫିସ,୧୧ା୭- ବ୍ରହ୍ମପୁର ମହାନଗର ଅଞ୍ଚଳରେ କାର୍ଯ୍ୟରତ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ ୨ଜଣ ଫଟୋ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ଶୀତଳାପଲ୍ଲୀସ୍ଥିତ...

ଓଏମ୍‌ସି ଗନ୍ଧମାର୍ଦ୍ଦନ ଲୌହଖଣି, ପାରିପାର୍ଶ୍ୱିକ ଗ୍ରାମରେ ବିଶୋଧନ

କେନ୍ଦୁଝର,୧୭ା୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଓଡ଼ିିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହଖଣି ଏବଂ ଏହାର ଚତୁଃପାର୍ଶ୍ୱରେ ଅବସ୍ଥିତ ଗ୍ରାମଗୁଡିକୁ ଓଏମ୍‌ସି ଖଣିରେ ଉତ୍ତୋଳନ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ସର୍ଭେ କାମ ଆରମ୍ଭ

ପୁରୀ ଅଫିସ, ୩୦।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ପ୍ରସଙ୍ଗରେ ସୋମବାର ସାମାଜିକ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ୫ଜଣ ନବ ନିଯୁକ୍ତ ଆଇଏସ୍‌...

Advertisement
Archives

Model This Week