ଅନନ୍ୟା ଏମିତି କଲେ ମୁଁ ମରିଯିବି: ଭାବନା

ମୁମ୍ବାଇ: ‘କଫି ୱିଥ କରନ ୭’ ଏହି ଚାଟ ଶୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହାର ୧୨ ତମ ଏପିସୋଡରେ ଗୌରି ଖାଁ, ମହିପ କପୁର ଓ ଭାବନା ପାଣ୍ଡେ ଭାଗ ନେଇଥିଲେ । ଏହି ସମୟରେ ଏମାନେ ଏମିତି କିଛି କଥା କହିଥିଲେ ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଏହି ତିନି ଜଣ ‘ଫ୍ୟାବୁଲସ ଲାଇଭସ୍ ଅଫ୍ ବଲିଉଡ ୱାଇଫସ’ ଶୋ’ରେ ଅଂଶ ଗ୍ରହଣ କରିଥିଲେ । ଏହି ଶୋ’ରେ ୩ଜଣ ଯାକ ଷ୍ଟାର ୱାଇଫସ ଏମିତି କିଛି କଥା କହିଥିଲେ ଯାହା ସମସ୍ତଙ୍କୁ ଅଜଣା ଥିଲା । ଏହି ଶୋ’ର ରାପିଡ ରାଉଣ୍ଡରେ ଭାବନା ପାଣ୍ଡେ ପତି ଚଙ୍କି ପାଣ୍ଡେ ଓ ଝିଅ ଅନନ୍ୟା ପାଣ୍ଡେ ଓ ରିୟାସା ପାଣ୍ଡେଙ୍କ ବିଷୟରେ କଥା ହୋଇଥିଲେ । ଭାବନା କହିଥିଲେ ଯେ ସେ ଝିଅମାନଙ୍କୁ ଡେଟିଂ ବିଷୟରେ ପରାମର୍ଶ ଦେଇଥାଆନ୍ତି ।
ଭାବନା କୁହନ୍ତି ଯେ ଫନ କର ହେଲେ ଏହି ଏଜ୍‌ରେ ସିରିୟସ ହେବା ବି ଜରୁରୀ । ଏହି ସମୟରେ ପ୍ରେଗ୍ନେଂଟ ହେବାର ଭୟ କଥା କରଣ ଜୋହର ଉଠାଇଥିଲେ । ଏଥିରେ ଭାବନା ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯଦି ଏମିତି କିଛି ଘଟେ ତେବେ ସେ ମରିଯିବେ । ଏହାସହ ଅନନ୍ୟାଙ୍କୁ ଯେତେବେଳେ ବିଜୟ ଦେବରକୋଣ୍ଡାଙ୍କ ସହ ଡେଟରେ ଯିବାର ଦୃଶ୍ୟ କଥା କରନ ଉଠାଇଥିଲେ ଭାବନା କହିଥିଲେ ସେ ଗୁଡ ଲୁକିଙ୍ଗ ।
କରନ ଏହି ସମୟରେ କଥା ଉଠାଇଥିଲେ କି ଗୋଟିଏ ସମୟ ଥିଲା ଯେତେବେଳେ ଆଦିତ୍ୟ ରୟ କପୁରଙ୍କୁ ଭାବନା ଖୁବ୍ ହଟ୍ ଲାଗୁଥିଲେ । ଏତିକିରେ ଭାବନାଙ୍କ ମୁହଁ ଲାଲ ପଡିଯାଇଥିଲା । ତେବେ ପତି ଚଙ୍କି ପାଣ୍ଡେଙ୍କୁ ନେଇ ଭାବନା ପାଣ୍ଡେ କହିଛନ୍ତି, ଯେତେବେଳେ ଚଙ୍କିଙ୍କ ଜୀବନରେ ଅନେକ ମହିଳା ଥିଲେ ଅର୍ଥାତ୍ ଚଙ୍କି ଅନେକ ମହିଳାଙ୍କ ସହ ସମ୍ପର୍କରେ ଥିଲେ ସେତେବେଳେ ସେ ତାଙ୍ ଜୀବନରେ ଆସିଥିଲେ । ଆଉ ଭାବନା ଆସିବା ପରେ ଚଙ୍କିଙ୍କ ସବୁ ଦ୍ୱାର ବନ୍ଦ ହୋଇଯାଇଥିଲା । ଅର୍ଥାତ୍ ଚଙ୍କିଙ୍କର ଆଉ କାହା ସହ ରିଲେସନ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?