ଅନନ୍ୟା ଏମିତି କଲେ ମୁଁ ମରିଯିବି: ଭାବନା

ମୁମ୍ବାଇ: ‘କଫି ୱିଥ କରନ ୭’ ଏହି ଚାଟ ଶୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହାର ୧୨ ତମ ଏପିସୋଡରେ ଗୌରି ଖାଁ, ମହିପ କପୁର ଓ ଭାବନା ପାଣ୍ଡେ ଭାଗ ନେଇଥିଲେ । ଏହି ସମୟରେ ଏମାନେ ଏମିତି କିଛି କଥା କହିଥିଲେ ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଏହି ତିନି ଜଣ ‘ଫ୍ୟାବୁଲସ ଲାଇଭସ୍ ଅଫ୍ ବଲିଉଡ ୱାଇଫସ’ ଶୋ’ରେ ଅଂଶ ଗ୍ରହଣ କରିଥିଲେ । ଏହି ଶୋ’ରେ ୩ଜଣ ଯାକ ଷ୍ଟାର ୱାଇଫସ ଏମିତି କିଛି କଥା କହିଥିଲେ ଯାହା ସମସ୍ତଙ୍କୁ ଅଜଣା ଥିଲା । ଏହି ଶୋ’ର ରାପିଡ ରାଉଣ୍ଡରେ ଭାବନା ପାଣ୍ଡେ ପତି ଚଙ୍କି ପାଣ୍ଡେ ଓ ଝିଅ ଅନନ୍ୟା ପାଣ୍ଡେ ଓ ରିୟାସା ପାଣ୍ଡେଙ୍କ ବିଷୟରେ କଥା ହୋଇଥିଲେ । ଭାବନା କହିଥିଲେ ଯେ ସେ ଝିଅମାନଙ୍କୁ ଡେଟିଂ ବିଷୟରେ ପରାମର୍ଶ ଦେଇଥାଆନ୍ତି ।
ଭାବନା କୁହନ୍ତି ଯେ ଫନ କର ହେଲେ ଏହି ଏଜ୍‌ରେ ସିରିୟସ ହେବା ବି ଜରୁରୀ । ଏହି ସମୟରେ ପ୍ରେଗ୍ନେଂଟ ହେବାର ଭୟ କଥା କରଣ ଜୋହର ଉଠାଇଥିଲେ । ଏଥିରେ ଭାବନା ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯଦି ଏମିତି କିଛି ଘଟେ ତେବେ ସେ ମରିଯିବେ । ଏହାସହ ଅନନ୍ୟାଙ୍କୁ ଯେତେବେଳେ ବିଜୟ ଦେବରକୋଣ୍ଡାଙ୍କ ସହ ଡେଟରେ ଯିବାର ଦୃଶ୍ୟ କଥା କରନ ଉଠାଇଥିଲେ ଭାବନା କହିଥିଲେ ସେ ଗୁଡ ଲୁକିଙ୍ଗ ।
କରନ ଏହି ସମୟରେ କଥା ଉଠାଇଥିଲେ କି ଗୋଟିଏ ସମୟ ଥିଲା ଯେତେବେଳେ ଆଦିତ୍ୟ ରୟ କପୁରଙ୍କୁ ଭାବନା ଖୁବ୍ ହଟ୍ ଲାଗୁଥିଲେ । ଏତିକିରେ ଭାବନାଙ୍କ ମୁହଁ ଲାଲ ପଡିଯାଇଥିଲା । ତେବେ ପତି ଚଙ୍କି ପାଣ୍ଡେଙ୍କୁ ନେଇ ଭାବନା ପାଣ୍ଡେ କହିଛନ୍ତି, ଯେତେବେଳେ ଚଙ୍କିଙ୍କ ଜୀବନରେ ଅନେକ ମହିଳା ଥିଲେ ଅର୍ଥାତ୍ ଚଙ୍କି ଅନେକ ମହିଳାଙ୍କ ସହ ସମ୍ପର୍କରେ ଥିଲେ ସେତେବେଳେ ସେ ତାଙ୍ ଜୀବନରେ ଆସିଥିଲେ । ଆଉ ଭାବନା ଆସିବା ପରେ ଚଙ୍କିଙ୍କ ସବୁ ଦ୍ୱାର ବନ୍ଦ ହୋଇଯାଇଥିଲା । ଅର୍ଥାତ୍ ଚଙ୍କିଙ୍କର ଆଉ କାହା ସହ ରିଲେସନ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri