ରାଉରକେଲାରେ ହାଜତ ମୃତ୍ୟୁ

ଷ୍ଟିଲ୍‌ ସିଟି ରାଉରକେଲାରେ ଗତ ସପ୍ତାହକ ମଧ୍ୟରେ ୫ଟି ହତ୍ୟାକାଣ୍ଡ ଘଟିବା ପରେ ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିଗିଡ଼ି ଯାଇଥିବା କୁହାଯାଉଥିବାବେଳେ ଏବେ ଅବକାରୀ ପୋଲିସ ମାଡ଼ରେ ଜଣେ ଗିରଫ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗିରଫର ମାତ୍ର ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ହାଜତରେ ପିଟି ପିଟି ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଅବକାରୀ ପୋଲିସ ଏବଂ ଜେଲ କର୍ତ୍ତୃପକ୍ଷ ଉଭୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ରାଉରକେଲା,୧୭ା୪(ସଙ୍ଗୀତା ଜେନା): ଏକ ଅବକାରୀ ମାମଲାରେ ଗିରଫ ହୋଇ ରାଉରକେଲା ସ୍ବତନ୍ତ୍ର ଜେଲରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କ ବୁଧବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ରାଏବୋଗା ଥାନା ଅନ୍ତର୍ଗତ ଦଲକୀ ଦୁଙ୍ଗାଘାଟ ଗ୍ରାମର ରାଜେଶ କୁଜୁର(୪୫)। ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌) ମର୍ଗ ହାଉସରେ ରଖାଯାଇଛି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ରଘୁନାଥପାଲି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩୩/୨୫) ରୁଜୁ କରି ଅଧିକ ତଦନ୍ତ କରୁଛି। ରାଜେଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ତ୍ରୀ ଅମ୍ରିତା କୁଜୁର ବୁଧବାର ଅପରାହ୍ନରେ ରଘୁନାଥପାଲି ଥାନାରେ ଲିଖିତ ଏତଲା ଦେଇଛନ୍ତି। ତାଙ୍କ ସ୍ବାମୀଙ୍କୁ ପିଟି ପିଟି ମାରି ଦିଆଯାଇଥିବା କୁଜୁର ଅଭିଯୋଗ କରିଛନ୍ତି। ସେହିପରି ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ବୀରମିତ୍ରପୁର ନିବାସୀ ରଶ୍ମି ଏକ୍କା, ଆଲବର୍ଟ କିଣ୍ଡୋଙ୍କ ନେତୃତ୍ୱରେ ପରିବାର ଲୋକେ ଏବଂ ଗ୍ରାମବାସୀ ଆର୍‌ଜିଏଚ୍‌ ମର୍ଗ ହାଉସ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏପରି କି ଦାବି ପୂରଣ ନ ହେବା ଯାଏ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି କହି ଫେରି ଯାଇଛନ୍ତି।
ମୃତକଙ୍କ ସ୍ତ୍ରୀ ଅମ୍ରିତା କୁଜୁରଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଭୋର୍‌ ସାଢ଼େ ୫ଟାରେ ବୀରମିତ୍ରପୁର ଅବକାରୀ ବିଭାଗ ରାଜେଶଙ୍କୁ ମିଛ ମଦ ମାମଲାରେ ଘରୁ ଉଠାଇ ନେଇଥିଲା। ସେତେବେଳେ ତାଙ୍କ ସ୍ବାମୀ ସୁସ୍ଥସବଳ ଥିଲେ। ହଠାତ୍‌ ରାତି ୧୦ଟାରେ ଜେଲ କର୍ତ୍ତୃପକ୍ଷ ଫୋନ୍‌ ଯୋଗେ ରାଜେଶ ଅସୁସ୍ଥ ଥିବା ସୂଚନା ଦେଇଥିଲେ। ବୁଧବାର ସକାଳେ ପରିବାର ଲୋକେ ଆର୍‌ଜିଏଚ୍‌ ଆସି ରାଜେଶଙ୍କ ମୃତ୍ୟୁ ହୋଇସାରିଥିବା ଦେଖିବାକୁ ପାଇଥିଲେ। ତାଙ୍କ ଦେହସାରା କ୍ଷତଚିହ୍ନ ସହ ରକ୍ତାକ୍ତ ଥିଲା। ଏପରି କି ସେ ପିନ୍ଧିଥିବା ପୋଷାକ ମଧ୍ୟ ଛିଣ୍ଡି ଯାଇଥିଲା। ରାଜେଶଙ୍କୁ ଅବକାରୀ ଥାନା କିମ୍ବା ଜେଲରେ ପିଟି ପିଟି ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଅମ୍ରିତା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ରାଉରକେଲା ସ୍ବତନ୍ତ୍ର ଜେଲ ଅଧିକାରୀ ରତିକାନ୍ତ ଶୁକ୍ଳା କହିଛନ୍ତି, ରାଜେଶଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ ପରେ ଜେଲକୁ ଅଣାଯାଇଥିଲା। ରାତି ସାଢ଼େ ୮ଟାରେ ରାଜେଶଙ୍କୁ ସ୍ବତନ୍ତ୍ର ଜେଲ ପରିସରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ବୁଧବାର ଭୋର୍‌ ୫ଟା ୪୫ ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାଁରେ ଆପରାଧିକ ମାମଲା ସମ୍ପର୍କରେ କୌଣସି ତଥ୍ୟ ତାଙ୍କ ନିକଟରେ ନାହିଁ ବୋଲି ଶୁକ୍ଳା କହିଥିଲେ। ଅପରପକ୍ଷରେ ହାଜତ ମୃତ୍ୟୁ ଅଭିଯୋଗକୁ ରାଉରକେଲା ଅବକାରୀ ପୋଲିସ ଖଣ୍ଡନ କରିଛି। ବୀରମିତ୍ରପୁର ଓଆଇସି ଇଦ୍ରିସ ହୁସେନ୍‌ ଅଭିଯୁକ୍ତଙ୍କୁ ୧୮ଲିଟର ମଦ ରଖିବା ଅଭିଯୋଗରେ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପୂର୍ବରୁ ଡାକ୍ତରୀମାଇନା ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜାମିନ ଖାରଜ ହେବା ପରେ ପରେ ତାଙ୍କୁ ସ୍ବତନ୍ତ୍ର ଜେଲକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କୌଣସି ଆପରାଧିକ ମାମଲା ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖନୀୟ, ମୃତକଙ୍କ ୩ କନ୍ୟା ଓ ଏକ ପୁତ୍ର ସନ୍ତାନ ରହିଛନ୍ତି। ରାଜେଶଙ୍କ ମୃତ୍ୟୁପରେ ତାଙ୍କ ପରିବାରର ଭରଣପୋଷଣ ଏବେ ଚିନ୍ତାର ବିଷୟ ପାଲଟିଛି। ତେଣୁ ତାଙ୍କ ପରିବାରକୁ ନ୍ୟାୟ ସହ କ୍ଷତିପୂରଣ ଦିଆଯାଉ ବୋଲି ସମ୍ପର୍କୀୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri