Posted inଜାତୀୟ

ହରିଦ୍ୱାରରେ ବିସର୍ଜନ ହେବ ସିଡିଏସ୍ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ ଅସ୍ଥି

ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥି ଶନିବାର ହରିଦ୍ୱାର ଗଙ୍ଗାରେ ବିସର୍ଜନ କରାଯିବ । ସକାଳ ୧୦ଟାରେ ଏହି ଅସ୍ଥି ବିସର୍ଜନ କରାଯିବ ବୋଲି ଜଣାପଡିଛି । ଜିଲାଧିକାରୀ ବିନୟ ଶଙ୍କର ପାଣ୍ଡେୟ କହିଛନ୍ତି ସ୍ୱର୍ଗତ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଅସ୍ଥି ହରିଦ୍ୱାରରେ ପହଞ୍ଚିବା କଥା ମୌଖିକ ଭାବେ ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ଲିଖିତ ଭାବେ ପ୍ରଶାସନକୁ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଡିଏମ୍ କହିଛନ୍ତି ରାୱତ ଦମ୍ପତିଙ୍କ ଅସ୍ଥିକୁ ତାଙ୍କ ଦୁଇ ଝିଅ କୃତିକା ଓ ତାରିଣୀ ତଥା ପରିବାରର ଅନ୍ୟ ସଦସ୍ୟ ନେଇ ଆସିବେ । ତାଙ୍କ ସହ ୬-୭ ଗାଡି ଆସିବ । ଭିଆଇପି ଘାଟରେ ଅସ୍ଥି ବିସର୍ଜନ କରାଯିବ । ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି ଓ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହାର କୌଣସି ଲିଖିତ କାର୍ଯ୍ୟକ୍ରମ ଜାରି କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷର ଝିଅକୁ ଅପହରଣ କଲେ ମା’

ଲକ୍ଷ୍ନୌ,୨୩।୫: ଉତ୍ତର ପ୍ରଦେଶର ଫତେହପୁର ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ୮ ବର୍ଷର ଝିଅକୁ ଅପହରଣ କରିନେଇଥିବା...

ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି

ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।...

ତବଲିଗ୍‌ ଜମାତ୍‌ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ

ବିଶାଖାପଟ୍ଟନମ୍‌,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା...

ଟିକାକରଣ ପାଇଁ ଆବଶ୍ୟକ ୮୦ ହଜାର କୋଟି: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୧୯।୧୨: ଭାରତରେ ଟିକାକରଣ ପାଇଁ ଆସନ୍ତା ବର୍ଷ ସୁଦ୍ଧା ୮୦ ହଜାର କୋଟି ଟଙ୍କା ଆବଶ୍ୟକ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି।...

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ବଢ଼ିଲା କଂଗ୍ରେସ କନ୍ଦଳ

ନୂଆଦିଲ୍ଲୀ, ୨୫ା୮: ପଞ୍ଜାବ, ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଥମିବାର ନାଁ ଧରୁ ନ ଥିବାବେଳେ ଏବେ ଛତିଶଗଡ଼ରେ କ୍ଷମତା ହାତେଇବାକୁ ନେଇ ଦଳରେ ଫାଟ ଦେଖାଦେଇଛି।...

‘ଅଗ୍ନିବୀର’ ନିଯୁକ୍ତି ପାଇଁ ଅଧିସୂଚନା ଜାରି

ନୂଆଦିଲ୍ଲୀ,୨୦।୬: ସେନାବାହିନୀରେ ନୂତନ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟ...

ମିଶନ ମୋଡ୍‌ରେ ପିଲାଙ୍କୁ ଟିକାକରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୧: ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାମାରୀ ସ୍ଥିତିର ସମୀକ୍ଷା...

Advertisement
Archives

Model This Week