ରାତିରେ ଅଟୋ ଚାବି-ମୋବାଇଲ୍ ଛଡ଼ାଇ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ

ବଞ୍ଚୋ/ହାଟଡିହୀ, (ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍‌ ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମଦନପୁର ଗ୍ରାମର ପଦନ ଜେନାଙ୍କ ପୁଅ ସତ୍ୟାନନ୍ଦ ଜେନା (୩୮)। ପୋଲିସ ଭୟରେ ସେ ଫେରାର ଥିବା ବେଳେ ଗୁରୁବାର ରାମଚନ୍ଦ୍ରପୁର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଏସଡିପିଓ ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ, କୁମ୍ଭନଗର ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କ ପୁଅ ବିଭୂତି ବେହେରା (୨୧) ଗତ ଜୁନ୍ ୨୧ ତାରିଖ ରାତି ପ୍ରାୟ ୯ଟା ସମୟରେ ବାତୋ ବଜାରରୁ ନିଜ ଅଟୋ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଅଭିଯୁକ୍ତ ସତ୍ୟାନନ୍ଦ ତାଙ୍କୁ ଅଟକାଇଥିଲା। ସେ ବିଭୂତିଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଭୟପୂର୍ଣ୍ଣ ଧମକ ଦେଇଥିଲା।

ଏତିକିରେ ଅଭିଯୁକ୍ତର ମନ ଶାନ୍ତ ହୋଇ ନ ଥିଲା। ସେ ବିଭୂତିଙ୍କୁ ଜୋର ଜବରଦସ୍ତ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଅଟୋ ଚାବି ଏବଂ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲା। ସତ୍ୟାନନ୍ଦଙ୍କ ଘନ ଘନ ଆକ୍ରମଣ ଯୋଗୁ ବିଭୂତିଙ୍କ ବାମ ହାତ ଭାଙ୍ଗି ଯାଇଛି।

ଏହି ବର୍ବରୋଚିତ ଘଟଣା ନେଇ ପୀଡ଼ିତ ବିଭୂତି ବେହେରାଙ୍କ ଅଭିଯୋଗକୁ ଆଧାର କରି ରାମଚନ୍ଦ୍ରପୁର ଥାନାରେ ଏକ ମାମଲା (ନଂ ୧୯୮/୨୦୨୬) ରୁଜୁ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ଫେରାର ଥିବା ଅଭିଯୁକ୍ତ ସତ୍ୟାନନ୍ଦକୁ ଗୁରୁବାର ଗିରଫ କରିବାରେ ସଫଳ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

କୋଣ ଅନୁକୋଣରେ ପହଞ୍ଚିବ କୃମି ନାଶକ ବଟିକା: ଲୋକଙ୍କୁ କରାଯିବ ସଚେତନ

ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri