ମାଛ, ଚିଙ୍ଗୁଡ଼ି ଚାଷରେ ମାରାତ୍ମକ ଆଣ୍ଟିବାୟୋଟିକ୍ସ

ପାରାଦୀପ, ୨୩ା୨(ସ୍ବ.ପ୍ର.): ସମ୍ପ୍ରତି ଉପକୂଳବର୍ତ୍ତୀ ଓଡ଼ିଶାର ଅନେକ ସ୍ଥାନରେ ମାଛ ଓ ଭେନାମି ଚିଙ୍ଗୁଡ଼ି ଚାଷ ଅଧିକ ମାତ୍ରାରେ ହେଉଛି। ସ୍ବଳ୍ପ ସମୟ ମଧ୍ୟରେ ଅଧିକ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ପାଇଁ କେତେଜଣ ଚାଷୀ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ପୋଖରୀରେ ଚାଷ ବେଳେ ବ୍ୟବହାର କରୁଛନ୍ତି। ଏପରି ଆଣ୍ଟିବାୟୋଟିକ୍ସ ଔଷଧ ମିଶୁଥିବା ମାଛ ଓ ଚିଙ୍ଗୁଡ଼ି ବିଦେଶକୁ ରପ୍ତାନି କରାଯାଉଛି। ସେହି ରପ୍ତାନିଯୋଗ୍ୟ ମାଛ ଓ ଚିଙ୍ଗୁଡ଼ିକୁ ୟୁରୋପୀୟ ଦେଶଗୁଡ଼ିକ ବ୍ୟାନ୍‌ କଲେଣି। ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌ପିଇଡିଏ) ୨୦ ପ୍ରକାର ଆଣ୍ଟିବାୟୋଟିକ୍ସ ଔଷଧ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେଗୁଡ଼ିକ ହେଲା ୧-କ୍ଲୋରାମ୍‌ଫେନିକଲ, ୨-ନାଇଟ୍ରୋଫୁରାନ୍ସ ଏବଂ ଏହାର ଅନ୍ତର୍ଗତ ଫୁରାଜାଲିଡନ, ଫୁରାଲାଟଜୋନ୍‌, ଫୁରିଲଫଉରାମାଇଡ୍‌, ନାଇଟ୍ରୋଫ୍ୟୁରାଣ୍ଟନ, ନିଫଉରାଟେଲ୍‌, ନିଫୁରୋଜାଇମ୍‌, ନିଫୁପ୍ରଜାଇନ୍‌, ନାଇଟ୍ରୋ ଫୁରାଇନ୍‌, ୩- ନିୟୋମାଇସିନ୍‌, ୪-ନାଲିଡିକଶିକ୍‌ ଏସିଡ୍‌, ୫- ସାଇଫା ମିଥୋସ୍କାଜୋଲ, ୬- ଆରିଷ୍ଟୋଲେଚିଆ ଓ ତାର ଉପାଦାନ, ୭- କ୍ଲୋରୋଫର୍ମ, ୮- କ୍ଲୋରୋପ୍ରୋମାଜିନ, ୯- କଲଚିସାଇନ୍‌, ୧୦-ଡାପସନ୍‌, ୧୧-ଡିମିଟ୍ରିଇଡାଜଲ୍‌, ୧୨-ମେଟ୍ରୋନିଡାଜୋଲ୍‌, ୧୩- ରନିଡ଼ାଜୋଲ, ୧୪- ଆଇପ୍ରନିଡାଜୋଲ, ୧୫-ଅନ୍ୟାନ୍ୟ ନାଇଟ୍ରୋମିଡ଼ାଜୋଲ, ୧୬-କ୍ଲେନବୁଟେରାଲ, ୧୭-ଡାଇ ଇଥାଇଲ ଷ୍ଟିଲ ବେଷ୍ଟରୋଲ, ୧୮-ସାଲଫୋନାମାଇଡ ଔଷଧ(ସ୍ବୀକୃତିପ୍ରାପ୍ତ ଡାଇମିଥେଶକସିନ, ସଲଫାବ୍ରୋମୋ ମିଥଶଜିନ ଓ ସଲ୍‌ଫସ ଇକୋକ୍ସି ପାଇରାଇଡଶଜିନ୍‌ ବ୍ୟତୀତ), ୧୯-ଫ୍ଲୋରୋ କୁଇନୋଲୋନ୍ସ ଓ ୨୦-ଗ୍ଲାଇକୋ ପେପ୍‌ ଟାଇଡସ୍‌।

ଏହାକୁ ବ୍ୟବହାର କଲେ ଏବଂ ଖାଇଲେ ତା’ର କୁପ୍ରଭାବ ସମ୍ପର୍କରେ ସିଫା (ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ରେଶ୍‌ୱାଟର ଆକ୍ୱାକଲ୍‌ଚର)ର ବୈଜ୍ଞାନିକ ଡା, ଅମ୍ବିକା ପ୍ରସାଦ ରାୟ କୁହନ୍ତି, ଅନେକ ସମୟରେ ରୋଗ ପ୍ରତିଶେଧକ କିମ୍ବା ଉପଚାର ପାଇଁ ବ୍ୟବହୃତ ଆଣ୍ଟିବାୟୋଟିକ ଔଷଧ ଅବଶିଷ୍ଟାଂଶ ଚାଷ ହେଉଥିବା ଭେନାମି ଚିଙ୍ଗୁଡ଼ିର ଜୀବକୋଷରେ ରହିଥାଏ। ଏହି ଚିଙ୍ଗୁଡ଼ି ଖାଇଲେ ମନୁଷ୍ୟ ଶରୀରରେ ଆଲର୍ଜି, ଆନ୍ତ୍ରିକ ରୋଗ ହେଲା ଭଳି ସମସ୍ୟା ସୃଷ୍ଟି ହୁଏ। ଖାଦ୍ୟରେ କ୍ଲୋରାମଫେନିକଲ ପ୍ରଭାବରେ ରକ୍ତହୀନତା, ଅସ୍ଥିମଜାଗତ ଦୂରାରୋଗର କାରଣ ପାଲଟିଥାଏ। ନାଇଟ୍ରୋଫୁରାନ୍ସ ଆଣ୍ଟିବାୟୋଟିକ୍ସ ପାଇଁ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଥିପାଇଁ ନିରାପଦ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ଲାଗି ଉପରୋକ୍ତ ୨୦ ପ୍ରକାର ଆଣ୍ଟିବାୟୋଟିକ୍ସ ଔଷଧକୁ ନିଷେଧ କରାଯାଇଛି।
ଓଡ଼ିଶାର ମାଛ ଚାଷୀମାନେ କିନ୍ତୁ କେତେକ ସ୍ଥାନରେ ଏଭଳି ଆଣ୍ଟିବାୟୋଟିକ ଔଷଧ ବ୍ୟବହାର କରୁଥିବା ଅଭିଯୋଗ ହୁଏ। କାରଣ ମାଛଘେରିରୁ ରପ୍ତାନି ହୋଇଥିବା ଚିଙ୍ଗୁଡ଼ି ଜାହାଜ ୨୦୨୨ ମସିହାରେ ବିଦେଶରୁ ଫେରିଥିଲା ବୋଲି ଏମ୍‌ପିଇଡିଏ ସଂଯୋଜକ ଗୟାଧର ଜେନା କହିଛନ୍ତି। କିନ୍ତୁ ଆମ ଦେଶରେ ଏହା ଅବାଧରେ ଚାଲିଛି, ବିଶେଷକରି ଭୋଜିରେ ଏଭଳି ଚିଙ୍ଗୁଡ଼ି ଅଧିକ ଲୋକ ଖାଉଛନ୍ତି। ଏହାର ବଜାର ମୂଲ୍ୟ କିଲୋ ପିଛା ୨୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ବୋଲି ଅଠରବାଙ୍କୀ ବାଲିପ୍ଲଟ ଅଞ୍ଚଳର ମାଛ ବ୍ୟବସାୟୀ ପରେଶ ମଣ୍ଡଳ କହିଛନ୍ତି। ଏପରି ଭେନାମି ଚିଙ୍ଗୁଡ଼ି ଖାଇବା ଦ୍ୱାରା ଆମେ ଅଜାଣତରେ ଅନେକ ରୋଗକୁ ଆମନ୍ତ୍ରଣ କରୁଛେ। ଏହାକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri