କଶ୍ମୀର କୋଳି ଚାଷରେ ସ୍ବାବଲମ୍ବୀ ରାଜେନ୍ଦ୍ର

କଳିଙ୍ଗନଗର,୨୩ା୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳରେ ନବେ ଦଶକରୁ କୃଷି ଧୂଳିସାତ ହୋଇସାରିଛି। ଅନ୍ୟପକ୍ଷରେ ଏହି ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଯୁବଗୋଷ୍ଠୀ ହତାଶ ହେଉଥିବାବେଳେ ନିଜ ନାଆରେ ନିଜେ ନାଉରୀ ପାଲଟିଛନ୍ତି ଏଠାକାର ଜଣେ ଉଦ୍ୟମୀ ଚାଷୀ ରାଜେନ୍ଦ୍ର ଘଡ଼ାଇ। ନିଜର ୨ ଏକର ଜମି ମଧ୍ୟରୁ ୧ ଏକର ଜମିରେ ସେ କଶ୍ମୀର କୋଳି ଚାଷ କରିଛନ୍ତି। ଏହି ଚାଷରେ ସେ କେବଳ ନିଜେ ସ୍ବାବଲମ୍ବୀ ହୋଇଛନ୍ତି ତାହା ନୁହେଁ, ଅନ୍ୟ ଦୁଇ ଜଣଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଇଛନ୍ତି।

ଦାନଗଦି ବ୍ଲକ୍‌ ମାନତୀରା ପଞ୍ଚାୟତ କେନ୍ଦୁଢିପି ଗ୍ରାମର ଚାଷୀ ରାଜେନ୍ଦ୍ର ଅନ୍ୟମାନଙ୍କ ପରି ଶିଳ୍ପରେ ଶ୍ରମିକ ଭାବେ ୧୨ ଘଣ୍ଟା ଖଟିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯୁକ୍ତ ୩ ପଢ଼ିଥିଲେ ମଧ୍ୟ ସେ ନିଜ ପୈତୃକ ଜମିରେ ପାରମ୍ପରିକ ଧାନ ଚାଷ କରୁଥିଲେ। ଗତ ବର୍ଷ ୟୁ-ଟ୍ୟୁବରେ ବିଦେଶୀ କୋଳି ଚାଷ ଓ ତାର ସଫଳତା ଦେଖି ଏଥିପ୍ରତି ସେ ମନ ବଳାଇଥିଲେ। ନିଜର ୧ ଏକର ଜମିରେ ବିଦେଶୀ କୋଳିର ପ୍ରାୟ ୪୦୦ ଚାରା ସେ ଲଗାଇଲେ। ମାତ୍ର ବର୍ଷକ ମଧ୍ୟରେ ସେହି ଗଛରେ ଏବେ ଅନେକ କୋଳି ଫଳିଛି। ଏଠାରେ ୪ ପ୍ରକାର ଗଛ ଲାଗିଛି। ଚାଷୀ ରାଜେନ୍ଦ୍ର ଅଦ୍ୟାବଧି ଖର୍ଚ୍ଚ କରିଥିବା ମୋଟ ୪୦ ହଜାର ଟଙ୍କା ଚଳିତ ବର୍ଷ ଆୟ ହୋଇଯିବା ପରେ ଆଗାମୀ ଫଳରେ ନିଶ୍ଚୟ ଅଧିକ ଲାଭ ମିଳିବ ବୋଲି ଆଶାବ୍ୟକ୍ତ ଅଛନ୍ତି। ଶିଳ୍ପାଞ୍ଚଳର ପ୍ରଦୂଷିତ ପରିବେଶ ମଧ୍ୟରେ ତାଙ୍କର ନିଆରା ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri