କଶ୍ମୀର କୋଳି ଚାଷରେ ସ୍ବାବଲମ୍ବୀ ରାଜେନ୍ଦ୍ର

କଳିଙ୍ଗନଗର,୨୩ା୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳରେ ନବେ ଦଶକରୁ କୃଷି ଧୂଳିସାତ ହୋଇସାରିଛି। ଅନ୍ୟପକ୍ଷରେ ଏହି ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଯୁବଗୋଷ୍ଠୀ ହତାଶ ହେଉଥିବାବେଳେ ନିଜ ନାଆରେ ନିଜେ ନାଉରୀ ପାଲଟିଛନ୍ତି ଏଠାକାର ଜଣେ ଉଦ୍ୟମୀ ଚାଷୀ ରାଜେନ୍ଦ୍ର ଘଡ଼ାଇ। ନିଜର ୨ ଏକର ଜମି ମଧ୍ୟରୁ ୧ ଏକର ଜମିରେ ସେ କଶ୍ମୀର କୋଳି ଚାଷ କରିଛନ୍ତି। ଏହି ଚାଷରେ ସେ କେବଳ ନିଜେ ସ୍ବାବଲମ୍ବୀ ହୋଇଛନ୍ତି ତାହା ନୁହେଁ, ଅନ୍ୟ ଦୁଇ ଜଣଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଇଛନ୍ତି।

ଦାନଗଦି ବ୍ଲକ୍‌ ମାନତୀରା ପଞ୍ଚାୟତ କେନ୍ଦୁଢିପି ଗ୍ରାମର ଚାଷୀ ରାଜେନ୍ଦ୍ର ଅନ୍ୟମାନଙ୍କ ପରି ଶିଳ୍ପରେ ଶ୍ରମିକ ଭାବେ ୧୨ ଘଣ୍ଟା ଖଟିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯୁକ୍ତ ୩ ପଢ଼ିଥିଲେ ମଧ୍ୟ ସେ ନିଜ ପୈତୃକ ଜମିରେ ପାରମ୍ପରିକ ଧାନ ଚାଷ କରୁଥିଲେ। ଗତ ବର୍ଷ ୟୁ-ଟ୍ୟୁବରେ ବିଦେଶୀ କୋଳି ଚାଷ ଓ ତାର ସଫଳତା ଦେଖି ଏଥିପ୍ରତି ସେ ମନ ବଳାଇଥିଲେ। ନିଜର ୧ ଏକର ଜମିରେ ବିଦେଶୀ କୋଳିର ପ୍ରାୟ ୪୦୦ ଚାରା ସେ ଲଗାଇଲେ। ମାତ୍ର ବର୍ଷକ ମଧ୍ୟରେ ସେହି ଗଛରେ ଏବେ ଅନେକ କୋଳି ଫଳିଛି। ଏଠାରେ ୪ ପ୍ରକାର ଗଛ ଲାଗିଛି। ଚାଷୀ ରାଜେନ୍ଦ୍ର ଅଦ୍ୟାବଧି ଖର୍ଚ୍ଚ କରିଥିବା ମୋଟ ୪୦ ହଜାର ଟଙ୍କା ଚଳିତ ବର୍ଷ ଆୟ ହୋଇଯିବା ପରେ ଆଗାମୀ ଫଳରେ ନିଶ୍ଚୟ ଅଧିକ ଲାଭ ମିଳିବ ବୋଲି ଆଶାବ୍ୟକ୍ତ ଅଛନ୍ତି। ଶିଳ୍ପାଞ୍ଚଳର ପ୍ରଦୂଷିତ ପରିବେଶ ମଧ୍ୟରେ ତାଙ୍କର ନିଆରା ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri