ସ୍କୁଲ ହତାରେ ହଷ୍ଟେଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଖୋର୍ଦ୍ଧା,୪ା୧୧, (ପ୍ରଭାତ ପାଣିଗ୍ରାହୀ): ଜଟଣୀରେ ଟ୍ୟୁଶନ ଫି’ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ହତ୍ୟା ଘଟଣାର ୨ଦିନ ପରେ ଖୋର୍ଦ୍ଧାରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଶୁକ୍ରବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ. ଜାତୀୟ ରାଜପଥର ଚଣ୍ଡିଚୁଆ ଛକ ନିକଟ ଏକ ଘରୋଇ ସ୍କୁଲ ପରିସର ଆମ୍ବଗଛରୁ ପୋଲିସ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ ଗଜପତି ଜିଲା ହୁମା ଅଞ୍ଚଳର ପାବଲିଆସ କାର୍ଜି। ଛାତ୍ର ଜଣଙ୍କ ହଷ୍ଟେଲରେ ରହୁଥିବାବେଳେ ମୋବାଇଲ ବ୍ୟବହାର କରିବା ଏବଂ ଏହାକୁ ଓ୍ବାର୍ଡେନ ନେଇଯିବାରୁ ଭୟରେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ସଦର ଏସ୍‌ଡିପିଓ ଦିଲୀପ ଦାସ, ତହସିଲଦାର ବିଭାସ ପାଣିଗ୍ରାହୀ, ଥାନାଧିକାରୀ ତାରିକ ଅହମ୍ମଦ ପ୍ରମୁଖ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଅଧିକାରୀମାନେ ପାବଲିଆସ ରହୁଥିବା ହଷ୍ଟେଲ ଶଯ୍ୟା ଯାଞ୍ଚ କରିବା ସହ ଓ୍ବାର୍ଡେନ, ସ୍କୁଲ ଅଧ୍ୟକ୍ଷ ଏବଂ ଅନ୍ତେବାସୀ (ସହପାଠୀ)ଙ୍କୁ ପଚରାଉଚରା କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ମେଡିକାଲ ପଠାଇଛି। ଅନ୍ୟପଟେ ପୁଅର ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନେ ଏନେଇ ଥାନାରେ ଏତଲା ଦେବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୂଚନା ମୁତାବକ, ପାବଲିଆସ ହଷ୍ଟେଲରେ ରହି ପାଠ ପଢୁଥିଲେ। ପୂଜା ଛୁଟି ପରେ ଗତ ୩୦ତାରିଖ(ସୋମବାର)ରେ ବାପାଙ୍କ ସହ ସ୍କୁଲକୁ ଫେରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ହଷ୍ଟେଲ ଓ୍ବାର୍ଡେନ ରୁମ୍‌ ଚେକିଂ କରିବା ସମୟରେ ପାବଲିଆସଙ୍କ ଶଯ୍ୟା ନିକଟରେ
ସ୍କୁଲ ହତାରେ ହଷ୍ଟେଲ …
ମୋବାଇଲ ଚାର୍ଜରେ ଲାଗିଥିବା ଦେଖି ନେଇଯାଇଥିଲେ। ଏହାର କିଛି ସମୟ ପରେ ପାବଲିଆସଙ୍କ ନିଦ ଭାଙ୍ଗିଯିବାରୁ ସେ ମୋବାଇଲ ଖୋଜି ପାଇ ନ ଥିଲେ। କୋଠରି ଭିତରେ ସମସ୍ତେ ଶୋଇଥିବା ବେଳେ ହଷ୍ଟେଲ ପାର୍ଶ୍ୱ ଲୁହା ଗ୍ରୀଲ୍‌ ତାଲା ତାଡ଼ି ଛାତ ପାର୍ଶ୍ୱ ଆମ୍ବ ଗଛରେ ପାବଲିଆସ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅପରପକ୍ଷରେ ରାତିରେ କିପରି ପାବଲିଆସ୍‌ ଗ୍ରୀଲ୍‌ ତାଲା ତାଡ଼ିଲେ ଏବଂ ଏହାକୁ କେହି ଜାଣି ନ ପାରିଲେ ତାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। ତେବେ କେତେଜଣ ସହପାଠୀଙ୍କ କହିବାନୁଯାୟୀ, ପାବଲିଆସ ଜଣେ ମେଧାବୀ ଛାତ୍ର ଥିଲେ। କ୍ରୀଡ଼ାରେ ତାଙ୍କର ଋଚି ଥିଲା। ତାଙ୍କ ବାପା ପୋଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ସେ ପାଠପଢ଼ି ଆଇପିଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି, ଛାତ୍ରଙ୍କ ମୃତଦେହ ଜବତ କରାଯିବା ସହ ଘଟଣାସ୍ଥଳ ଯାଞ୍ଚ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ସେହିପରି ସ୍କୁଲ ଅଧ୍ୟକ୍ଷ ବି. ଇଜରାଏଲ କହିଛନ୍ତି, ସମ୍ପୃକ୍ତ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲେ। ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି। ହଷ୍ଟେଲ ଭିତରେ ଛାତ୍ରୀଛାତ୍ରଙ୍କୁ ମୋବାଇଲ ନିଷେଧ କରାଯାଇଛି। କେବଳ ରବିବାର ଏକ ଘଣ୍ଟା ପାଇଁ କଥା ହେବାକୁ ମୋବାଇଲ ଦିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?