ଆର୍‌ସିବି ସହ ଯୋଗଦେଲେ ଡିଭିଲର୍ସ, ଷ୍ଟେଇନ

ଦୁବାଇ, ୨୨।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ରେ ଅଂଶଗ୍ରହଣ କରିବା ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ୟୁଏଇରେ ପହଞ୍ଚି ସାରିଛି। ବାଙ୍ଗାଲୋର ଦଳର ଷ୍ଟାର୍‌ ଖେଳାଳି ତଥା ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡି ଭିଲର୍ସ ବିଳମ୍ବରେ ଦୁବାଇରେ ଦଳ ସହ ଯୋଗଦେଇଛନ୍ତି। ଡି ଭିଲର୍ସଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଆଉ ୨ଜଣ କ୍ରିକେଟର୍‌ ଡେଲ୍‌ ଷ୍ଟେଇନ୍‌ ଓ କ୍ରିସ୍‌ ମୋରିସ ମଧ୍ୟ କୋହଲିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆର୍‌ସିବି ଦଳ ଶୁକ୍ରବାର ଭାରତରୁ ଆସି ଦୁବାଇରେ ପହଞ୍ଚତ୍ଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାର ଏହି ୩ ଜଣ କ୍ରିକେଟର୍‌ ସ୍ବଦେଶରୁ ଆସି ଆର୍‌ସିବି ପରିବାର ସହ ଦୁବାଇରେ ଯୋଡ଼ି ହୋଇଛନ୍ତି। ଡି ଭିଲର୍ସ, ଷ୍ଟେଇନ୍‌ ଓ ମୋରିସଙ୍କ କରୋନା ଟେଷ୍ଟ କରାଯିବା ପରେ ସେମାନେ ସାଥୀ ଖେଳାଳିଙ୍କ ସହ ଏକାଠି ହେବାର ସୁଯୋଗ ପାଇବେ। ଦୁବାଇରେ ପହଞ୍ଚିବା ପରେ ଡି ଭିଲର୍ସ କହିଛନ୍ତି, ଏଠାକୁ ଆସି ବହୁତ ଉତ୍ସାହିତ ରହିଛି। ଯାତ୍ରା ସାମାନ୍ୟ ଅଲଗା ଥିଲା। କିନ୍ତୁ ସାଥୀ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ସହ ଏଠାରେ ପହଞ୍ଚତ୍ବାପରେ ଆର୍‌ସିବି ପରିବାର ସହ ଯୋଡ଼ି ହୋଇ ଖୁସି ଅଛୁ। ଏବେ ଆମେ ଆମର କୋଭିଡ୍‌ ଟେଷ୍ଟକୁ ଅପେକ୍ଷା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌, ନାଡାଲଙ୍କ ସହ ସିଡେଡଙ୍କ ଖେଳାଳିଙ୍କ ବିଜୟ ଅଭିଯାନ

ମେଲବୋର୍ନ,୨୧।୨(ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ ମଙ୍ଗଳବାର ଦ୍ୱିତୀୟ ଦିବସରେ ପହଞ୍ଚିଛି। ବିଶ୍ୱର ୧ ନମ୍ବର ପୁରୁଷ ଖେଳାଳି ସ୍ପେନର ରାଫାଲ...

ପରିବାର ଚଳାଇବା ପାଇଁ ଘରେ ମଦ ତିଆରିକରି ବିକ୍ରି କରୁଛନ୍ତି ସ୍ବର୍ଣ୍ଣ ପଦକ ବିଜେତା ଏହି ଖେଳାଳି

ଯେତେବେଳେ କେହି ଜଣେ ସ୍ବର୍ଣ୍ଣ ପଦକ ଜିତିଥାନ୍ତି, ତାଙ୍କ ପରିବାର ସହ ପଡୋଶୀ ମଧ୍ୟ ବହୁତ ଖୁସି ହୋଇଥାନ୍ତି। ସେମିତି ଜଣେ ହେଲେ ଝାରଖଣ୍ଡର ଭିମଲା...

ଘରୋଇ କ୍ରିକେଟ ସେସନକୁ ଛୋଟ କଲା ବିସିସିଆଇ: କେବଳ ରଣଜୀ, ବିନୁ ମଙ୍କଡ ଟ୍ରଫି ଖେଳାଯିବ

ମୁମ୍ବାଇ,୧୯।୭(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଘରୋଇ...

ଚେନ୍ନାଇରେ ବିଦାୟୀ ମ୍ୟାଚ୍‌ ଖେଳିବାକୁ ଚାହେଁ

ଚେନ୍ନାଇ,୬।୧୦: ଚଳିତ ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଅନ୍ତିମ ସିଜନ ହୋଇପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ...

ବୁମ୍‌ରା-ଜାଡେଜାଙ୍କ ଅନୁପସ୍ଥିତିରେ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ବାରି ହୋଇ ପଡ଼ିବ। ହେଲେ ଏହାଦ୍ୱାରା ନୂତନ ଚାମ୍ପିୟନ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ...

ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୧।୨: ଆଇପିଏଲ୍‌ ୨୦୨୩ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରେ ଆରମ୍ଭ ହୋଇପାରେ। ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପାଇଁ...

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୬।୫: ମୁମ୍ବାଇର ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୪ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ...

Advertisement
Archives

Model This Week