Posted inଖେଳ

ଅବସରରୁ ଫେରିପାରନ୍ତି ଡି’ଭିଲର୍ସ

କେପ୍‌ଟାଉନ, ୧୭।୪-
ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅବସରରୁ ଫେରିପାରନ୍ତି। ଆସନ୍ତା ଟି୨୦ ବିଶ୍ୱକପରେ ତାଙ୍କୁ ପୁଣି ଦକ୍ଷିଣ ଆଫ୍ରିକା ଜର୍ସିରେ ଦେଖିବାକୁ ମିଳିପାରେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା କୋଚ୍‌ ମାର୍କ ବାଉଚର। ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ୩ ବର୍ଷ ହେଲା ଅବସର ନେଇଥିଲେ ହେଁ ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ବାଉଚର ଅନୁଭବ କରୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୦ ଏବଂ ୨୦୨୧ ଆରମ୍ଭରେ ଡି’ଭିଲର୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ପାଇଁ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଅଧିକ ଆଲୋଚନା ହୋଇପାରି ନ ଥିଲେ ହେଁ ତାଙ୍କୁ ଦଳକୁ ଆଣିବାକୁ ଯୋଜନା ରହିଛି ବୋଲି ବାଉଚର ପ୍ରକାଶ କରିଛନ୍ତି। ଚଳିତ ଆଇପିଏଲ ପୂର୍ବରୁ ଡି’ଭିଲର୍ସଙ୍କ ସହ ବାଉଚର ଆଲୋଚନା କରିଛନ୍ତି। ଏହା ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି। ଏବେ ଭାରତୀୟ ପରିବେଶରେ ଡି’ଭିଲର୍ସ ଆଇପିଏଲ ଖେଳୁଛନ୍ତି। ଆଇପିଏଲ ଖେଳାଯାଉଥିବା ଷ୍ଟାଡିୟମ ଗୁଡ଼ିକରେ ଟି୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଚଳିତ ବର୍ଷ ଆରମ୍ଭରେ ଡି’ଭିଲର୍ସ ଭଲ ଟଚ୍‌ରେ ଥିବା ଜଣାଯାଇଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭ ବଲ୍‌ରୁ ମ୍ୟାଚ ବିଜୟୀ ୪୮ ରନର ଇନିଂସ ଖେଳିଥିଲେ। ଫଳରେ ବିରାଟ କୋହଲିଙ୍କ ଦଳ ଚେପକ୍‌ରେ ଲଢ଼ୁଆ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚହଲ, କୁଲଦୀପ ଆଗକୁ ଆହୁରି ପ୍ରଭାବୀ ସାବ୍ୟସ୍ତ ହେବେ: ହସି

ମୁମ୍ବାଇ,୨୮।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଆଗକୁ ଭାରତର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଆହୁରି ଭଲ ପ୍ରଦର୍ଶନ କରି ପ୍ରଭାବୀ ସାବ୍ୟସ୍ତ...

ଭାରତୀୟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନୂଆଦିଲ୍ଲୀ,୧୦।୬: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ନେଇ ଭାରତକୁ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ...

ଫଲୋଅନ୍‌ ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଲା ମହିଳା ଦଳ

ବ୍ରିଷ୍ଟଲ,୧୯।୬: ଫଲୋଅନ୍‌ ପରେ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍‌ର ଉଭୟ ଇନିଂସରେ...

ସେଦିନ କୋହଲିଙ୍କ ପରିବାର ନେଇଥିଲେ ବଡ ନିଷ୍ପତ୍ତି, ନହେଲେ ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ...

ପ୍ରମୋଦଙ୍କୁ ସ୍ବର୍ଣ୍ଣ, ରୌପ୍ୟ, ଶୁଭ୍ରଜିତ୍‌ଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୭।୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଅନୁଷ୍ଠିତ ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ...

ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଓ୍ବାର୍ନରଙ୍କ ସମାଲୋଚନା

ଆବୁଧାବି,୨୮।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ପରେ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଦଳର ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ...

ଫୁଟସାଲ ଦଳର ଜର୍ସି ଉନ୍ମୋଚିତ

ଟିଟିଲାଗଡ଼,୨୨ା୮(ଡି.ଏନ.ଏ.): ମହାରାଷ୍ଟ୍ରର ନାସିକସ୍ଥିତ ଡିଭିଜିନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଇନ୍‌ଡୋର ୟୁରୋପିଆନ ଗେମ୍‌ର ପଞ୍ଚମ ଫୁଟସାଲ ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ...

ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି।...

Advertisement
Archives

Model This Week