ଦୁବାଇ, ୧୮।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ରବିବାର ଖେଳାଯାଇଥିବା ୨ୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଫଳରେ ପଞ୍ଜାବ ସାମ୍ନାରେ ୧୭୭ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୁମ୍ବାଇ ପକ୍ଷରୁ ଉଇକେଟ୍କିପର କ୍ୱିଣ୍ଟନ ଡି କକ୍ ୫୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ୩୪, କିରନ ପୋଲାର୍ଡ ୩୪* ଓ ନାଥନ କୁଲ୍ଟର-ନିଲ୍ ୨୪* ରନ କରିଥିଲେ। ଅଧିନାୟକ ରୋହିତ୍ ଶର୍ମା (୯)ଙ୍କ ସମେତ ସୂର୍ଯ୍ୟକୁମାର ଯାଦବ (୦), ଇଶାନ କିଶାନ (୭), ହାର୍ଦ୍ଦିକ ପାଣ୍ଡ୍ୟା (୮) ନିରାଶ କରିଥିଲେ। ସଫଳ ବୋଲର ଭାବେ ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ଅର୍ସଦୀପ୍ ସିଂ ୨ଟି ଲେଖାଏ ଉଇକେଟ୍ ନେଇଥିଲେ।
Posted inଆଇପିଏଲ୍-୨୦୨୨, ଖେଳ