କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)।

ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ହାରିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦିଆଯାଇଛି। ସାଇବର ପୋଲିସର ଡେପୁଟି କମିଶନରଙ୍କୁ କରାଯାଇଥିବା ନୋଟିସ୍‌ରେ ଘଟଣାର ଏଫ୍‌ଆଇଆର କପି ଓ ଚିହ୍ନଟ କରାଯାଇଥିବା ଅଭିଯୁକ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କେଉଁ କେଉଁ ପଦକ୍ଷେପ ନିଆଯାଇଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି ନୋଟିସରେ।

ଡିସିଡବ୍ଲ୍ୟୁ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କହିଛନ୍ତି, ସାଥି ଖେଳାଳି ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି କରାଯାଉଥିବା ଟ୍ରୋଲିଂକୁ କୋହଲି ବିରୋଧ କରିଥିଲେ। ଏହା ପରଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟର୍ଗେଟ କରାଯାଉଛି। ଏହା ଏକ ଗୁରୁତର ବିଷୟ ଓ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri