ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ଡିସିପିଙ୍କ ପରାମର୍ଶ

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): ନିଜର କଓ୍ବୋଇସି ଅପ୍‌ଡେଟ୍‌ କରିବା କିମ୍ବା ମାଗଣା ମୋବାଇଲ୍‌ ଡାଟା ମିଳିବାର ପ୍ରତିଶ୍ରୁତି ଦେଉଥିବା ବିଭ୍ରାନ୍ତକାରୀ ମେସେଜଗୁଡିକ ପ୍ରତି ସାବଧାନ ରୁହନ୍ତୁ। ଏଭଳି ମେସେଜ୍‌ରେ ଦିଆଯାଇଥିବା କୌଣସି ନମ୍ବର୍‌ରେ କଲ୍‌ କରନ୍ତୁ ନାହିଁ କିମ୍ବା କୌଣସି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ। ଅଜଣା କିମ୍ବା ସନ୍ଦେହଜନକ ନମ୍ବର୍‌ରୁ ଆସୁଥିବା କଲ୍‌ରେ ନିଜର ବ୍ୟକ୍ତିଗତ ବିବରଣୀ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି ଠକାମିର ଶିକାର ହୋଇଛନ୍ତି, ତୁରନ୍ତ ହେଲ୍ପ ଡେସ୍କ ନଂ.୭୪୪୦୦୦୬୭୦୯ ସହିତ ଯୋଗାଯୋଗ କରନ୍ତୁ ବୋଲି ଡିସିପି ଉମାଶଙ୍କର ଦାଶ ଟୁଇଟ୍‌ ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଏବେ ସାଇବର ଠକେଇ ର଼୍ୟାକେଟ ସକ୍ରିୟ ରହିଛି। ବିଭିନ୍ନ ଉପାୟରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଉଛନ୍ତି। ଏହାକୁ ନେଇ ଗତ ୧୧ ତାରିଖରେ ‘ଧରିତ୍ରୀ’ରେ ‘ଲିଙ୍କ୍‌ରେ କ୍ଲିକ୍‌ କଲେ ଆକାଉଣ୍ଟ ହ୍ୟାକ, କରୋନା କାଳରେ ମାତିଛନ୍ତି ସାଇବର ହ୍ୟାକର’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ପୂର୍ବରୁ ସାଇବର ଠକ ବିଭିନ୍ନ ଆଳରେ କଲ୍‌ କରି ଲୋକଙ୍କ ବ୍ୟାଙ୍କ ତଥ୍ୟ ନେଇ ଠକୁଥିବା ବେଳେ ଏବେ ସୋସିଆଲ୍‌ ମିଡିଆରେ ଲିଙ୍କ୍‌ ପଠାଇ ଜନସାଧାରଣଙ୍କୁ ଫସାଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହାଦ୍ୱାରା ଅଧିକ ଶିକାର ହେଉଛନ୍ତି। ଏପରିକି ଓଡ଼ିଶାର ଜଣାଶୁଣା ଆଇଏଏସ୍‌, ଆଇପିଏସ୍‌ ଅଫିସର, ଡାକ୍ତର ଓ ଖବରଦାତା ମଧ୍ୟ ବିଭିନ୍ନ ସମୟରେ ଏଭଳି ଠକଙ୍କ ଶିକାର ହେଉଥିବାରୁ ଏହାକୁ ରୋକିବାରେ ଡିସିପିଙ୍କ ଟୁଇଟ୍‌ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri