Posted inଖେଳ

ଧାଓ୍ବନଙ୍କ ଧମାଲ ଜାରି: ଅରେଞ୍ଜ କ୍ୟାପ୍‌ ରେସ୍‌ରେ ରାହୁଲଙ୍କୁ ପଛରେ ପକାଇଲେ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଶିଖର ଧାୱନଙ୍କ ଶାସନ ପୁଣି ଥରେ ଜଲଓ୍ବା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪୨ ରନର ଇନିଂସ ଖେଳି ପୁଣିଥରେ ଅରେଞ୍ଜ୍‌ କ୍ୟାପକୁ ନିଜ କବ୍ଜାକୁ ନେଇଛନ୍ତି। ଧାୱନ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ ରାହୁଲଙ୍କୁ ପଛରେ ପକାଇଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ଏହି ବିସ୍ଫୋରକ ଓପନର୍‌ ମଧ୍ୟ ଆଇପିଏଲ ୨୦୨୧ରେ ୪୦୦ ରନ ମାର୍କ ଅତିକ୍ରମ କରିଛି। ଧାୱନ ବର୍ତ୍ତମାନ ୯ଟି ମ୍ୟାଚରେ ୪୨୨ ରନ କରିଛନ୍ତି। ସେ ତିନି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଆଇପିଏଲରେ ଏହା କ୍ରମାଗତ ଷଷ୍ଠ ସିଜିନ୍‌ରେ ଧାୱନ ୪୦୦ ରୁ ଅଧିକ ସ୍କୋର କରିଛନ୍ତି। ମୋଟାମୋଟି ଧାୱନ ଏହି ଏପରି କାର୍ଯ୍ୟ ଆଠ ଥର କରିଛନ୍ତି । ଦିଲ୍ଲୀ ବ୍ୟାଟ୍ସମ୍ୟାନ ୨୦୧୧, ୨୦୧୨, ୨୦୧୬, ୨୦୧୭, ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୧ ରେ ୪୦୦ରୁ ଅଧିକ ସ୍କୋର କରିଛନ୍ତି। ଏହା ସହ ଧାୱନ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏବଂ ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଡେଭିଡ ୱାର୍ଣ୍ଣରଙ୍କୁ ସାତଥର ପଛରେ ପକାଇଛନ୍ତି। ଆଇପିଏଲରେ ସର୍ବାଧିକ ୪୦୦ ପ୍ଲସ ସ୍କୋରର ରେକର୍ଡ ଚେନ୍ନାଇ ସୁପର କିଙ୍ଗ୍ସର ସୁରେଶ ରାଇନା (୯ ଥର) ଙ୍କ ନାମରେ ଅଛି।
ଦିଲ୍ଲୀ କ୍ୟାପିଟାଲର ଓପନର୍‌ ପୃଥ୍ବୀ ଶ’ ୩୧୯ ରନ ସହ ଅରେଞ୍ଜ୍‌ କ୍ୟାପ ଦୌଡ଼ରେ ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ଏହି ଆଇପିଏଲରେ ତିନି ଅର୍ଦ୍ଧଶତକ ହାସଲ କରିଛନ୍ତି। ୮ ଟି ମ୍ୟାଚରୁ ୩୮୦ ରନ ସହ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ ରାହୁଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ମୟଙ୍କ ଅଗ୍ରୱାଲ ୮ ଟି ମ୍ୟାଚରେ ୩୨୭ ରନ ସଂଗ୍ରହ କରିଛନ୍ତି। ସିଏସକେର ଫାଫ ଡୁ ପ୍ଲେସିସ ୮ଟି ମ୍ୟାଚରେ ୩୨୦ ରନ ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ୮ ଟି ମ୍ୟାଚରେ ୨୮୪ରନ ସହ ରୁତୁରାଜ ଆଇପିଏଲ ୧୪ ରେ ଷଷ୍ଠ ସ୍ଥାନରେ ଅଛନ୍ତ।
ସେହିପରି ଟପ ୫ ବୋଲର ତାଲିକାରେ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ଯୋଗ ଦେଇଛନ୍ତି। ରସିଦ ଖାନ, ରାହୁଲ ଚହର, ମହମ୍ମଦ ଶାମି ଏବଂ କାଗିସୋ ରାବାଡା ପ୍ରତ୍ୟେକ ୧୧ ଟି ଉଇକେଟ ନେଇଛନ୍ତି କିନ୍ତୁ ଭଲ ହାରାହାରି ଆଧାରରେ ହାଇଦ୍ରାବାଦ ସ୍ପିନରରସିଦ ଶୀର୍ଷରେ ଅଛନ୍ତି। ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହର୍ଷଲ ପଟେଲ ୮ଟି ମ୍ୟାଚରେ ୧୭ ଉଇକେଟ ନେଇ ପର୍ପଲ କ୍ୟାପ ତାଲିକାର ଶୀର୍ଷରେ ରହିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସର ଆବେଶ ଖାନ ୯ଟି ମ୍ୟାଚରେ ୧୪ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ରାଜସ୍ଥାନ ରୋଲ୍ସର କ୍ରିସ ମୋରିସ ମଧ୍ୟ ୮ଟି ମ୍ୟାଚରେ ୧୪ ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୪ ଉଇକେଟ ନେଇଥିବା ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂ ୧୨ ଉଇକେଟ ନେଇ ଚତୁର୍ଥ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୩।୯: ଏସିଆ କପ ୨୦୨୩ ସୁପର-୪ର ଏକ ମ୍ୟାଚ୍‌ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୪୧ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ...

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ...

ମେଡିକାଲରେ ଭର୍ତ୍ତି ହେଲେ ରାହୁଲ

ଅହମ୍ମଦାବାଦ,୨।୫ : ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଯିବ। ଏହି କାରଣରୁ ତାଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି।...

ପଡ଼ିଆ ଭିତରକୁ ଆସିଲା ଆମ୍ବୁଲାନ୍ସ

କୋଇମ୍ବାଟୁର, ୧୭।୯(ପି.ଟି.): ଦୁଲିପ ଟ୍ରଫି କ୍ରିକେଟ ସେମିଫାଇନାଲ ଅବସରରେ ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ପଡ଼ିଆ ଭିତରକୁ ଆସିବାକୁ ପଡ଼ିଛି। ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ...

ଉଇକେଟ୍‌ ନେବା ପରେ ବୋଲର୍‌ କଲେ ଏମିତି କାମ, ଯାହା ପୂର୍ବରୁ କେବେ ଶୁଣି ନ ଥିବେ

ନୂଆଦିଲ୍ଲୀ,୨୮।୭: ରୋମାନିଆର  କ୍ରିକେଟର ପାଭେଲ ଫ୍ଲୋରିନ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଅନନ୍ୟ ବୋଲିଂ ଆକ୍ସନ  ପାଇଁ ଫ୍ଲୋରିନ ଉଇକେଟ୍‌ ନେବା ପରେ...

ଭାରତକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ସମ୍ମୁଖରେ ପାକିସ୍ତାନ ୧୫୦ ରନ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ...

ବିଷ୍ନୋଇ ହୋଇପାରିବେ ପରବର୍ତ୍ତୀ ରଶିଦ ଖାଁ: ରାଇନା

ନୂଆଦିଲ୍ଲୀ, ୩।୨: ଯୁବ ବୋଲର ରବି ବିଷ୍ନୋଇଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ଯେଉଁଭଳି ଭାବେ ବିଷ୍ନୋଇ ବୋଲିଂ କରନ୍ତି...

ଓ୍ବାଙ୍ଖଡେରେ ଏମଆଇ ସିଏସକେ ମୁହାଁମୁହିଁ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ...

Advertisement
Archives

Model This Week