Posted inଖେଳ

ପନ୍ତଙ୍କ ମୁଣ୍ଡ ଥାପୁଡେଇଲେ କୋହଲି, ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ହୋଇଥିଲା। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଯେଉଁଥିରେ ଆରସିବି ଦିଲ୍ଲୀକୁ ୧ ରନ୍‌ରେ ପରାସ୍ତ କରିଥିଲା। ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ଏବଂ ଶିମ୍‌ରେନ୍‌ ହେଟମିୟରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ସେମାନେ ଟାର୍ଗେଟକୁ ପିଛାବାରେ ମାତ୍ର ଗୋଟିଏ ରନ ପଛରେ ପଡିଯାଇଥିଲେ। ମ୍ୟାଚ ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ରିଷଭ ପନ୍ତଙ୍କ ମୁଣ୍ଡକୁ ଥାପୁଡେଇ ନିଜ ସାନ୍ତ୍ୱନା ପ୍ରଦର୍ଶନ କରିଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪୨ ଟି ବଲରେ ଏବି ଡି ଭିଲିୟର୍ସ ୭୫ ରନର ଚମତ୍କାର ଇନିଂସ ଖେଳିଥିଲେ, ଫଳରେ ଆରସିବି ୧୭୧ ରନ ସ୍କୋର କରିଥିଲା। ଏହାର ଜବାବରେ ଦିଲ୍ଲୀ ୧୭୦ ରନ୍‌ କରିବାରେ ସମର୍ଥ ହୋଇଥିଲା। ହାରିବା ପରେ ପନ୍ତ ବେଶ୍‌ ନିରାଶ ଦେଖାଯାଉଥିଲେ। ତାଙ୍କୁ ସାନ୍ତ୍ୱନା ଦେଇ କୋହଲି ମୁଣ୍ଡ ଥାପୁଡାଇବା ସହ ତାଙ୍କୁ ବୁଝାଇଥିଲେ। ଏହି ମ୍ୟାଚ୍‌ରେ ଶିମ୍‌ରେନ ହେଟମିୟର ୨୫ଟି ବଲରେ ୫୨ ରନ ସଂଗ୍ରହ କରିଥିବାବେଳେ ରିଷଭ ପନ୍ତ ୪୮ଟି ବଲରେ ୫୮ ରନ ସଂଗ୍ରହ କରି ଦିଲ୍ଲୀ କ୍ୟାପିଟାଲ୍ସ ସ୍କୋର ୧୭୦ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ସେମିଫାଇନାଲ

ବେନୋଇ,୧।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ...

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୀଥ

ବାସେଲ (ସୁଇଜରଲାଣ୍ଡ),୨୩।୮(ପିଟି): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ଶଟଲର ପି. ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ...

ଏହି ଇଂଲଣ୍ଡ ବୋଲରଙ୍କ ଦମ୍ଭୋକ୍ତି: ସ୍ପିନ୍‌ ବୋଲିଂରେ ଆମକୁ ହରାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨୯।୧: ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଫେବୃୟାରୀ ୫ରୁ ଖେଳାଯିବ। ଚେନ୍ନାଇ ମଇଦାନ ଉଭୟ ବ୍ୟାଟ୍ସମ୍ୟାନ୍‌ ଏବଂ ସ୍ପିନ୍‌ ବୋଲରଙ୍କ ପାଇଁ...

ସୁଧୁରୁ ନାହାନ୍ତି ଅଷ୍ଟ୍ରେଲିଆ ଦର୍ଶକ: ଗାବାରେ ସିରାଜ, ସୁନ୍ଦରଙ୍କୁ ଗାଳି

ବ୍ରିସ୍‌ବେନ, ୧୬।୧(ପି.ଟି.): ଅଷ୍ଟ୍ରେଲୀୟ ଦର୍ଶକ ନିଜ ପ୍ରକୃତି ଛାଡିପାରି ନାହାନ୍ତି। ପୁଣି ଥରେ ସେମାନେ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଚତୁର୍ଥ ଟେଷ୍ଟର...

ଏନ୍‌ସିଏରେ ରୋହିତଙ୍କ ଫିଟ୍‌ନେସ ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୨୦।୧୧(ପି.ଟି.)-ଅଷ୍ଟ୍ରେଲିଆ ଗସ୍ତରେ ଯିବାପାଇଁ ପ୍ରସ୍ତୁତ ହେଉଥିବା ରୋହିତ ଶର୍ମା ଗୁରୁବାର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। ରୋହିତ ଅଷ୍ଟ୍ରେଲିଆ...

ଫେଡେରେଶନ କପ୍‌ ଆଥଲେଟିକ୍ସ ୧୦୦ ମି. ରେସ୍‌: ଦୂତୀଙ୍କୁ ରୌପ୍ୟ, ଅମିୟ ୭ମ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାର ଏନ୍‌ଏସ ଏନ୍‌ଆଇଏସ୍‌ରେ ଆରମ୍ଭ ହୋଇଥିବା ୨୪ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ...

ପାକିସ୍ତାନର ୧୦ ସଂକ୍ରମିତଙ୍କ ମଧ୍ୟରୁ ୬ ନେଗେଟିଭ୍‌

କରାଚୀ, ୨୮ା୬ (ପି.ଟି.)-ପାକିସ୍ତାନ ୨୦ ଖେଳାଳି ଓ ୧୧ ସପୋର୍ଟ ଷ୍ଟାଫ୍‌କୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବ। ୧୦ କରୋନା ସଂକ୍ରମିତ କ୍ରିକେଟରଙ୍କ ମଧ୍ୟରୁ ଦ୍ୱିତୀୟ...

ଆଇପିଏଲ୍‌ ଇତିହାସର ୧୦ ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧୯।୯: କରୋନା ଭାଇରସ୍‌ର ପ୍ରଭାବ ମଧ୍ୟରେ ଶନିବାରଠାରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ...

Ten Cric Info
Advertisement


Archives

Model This Week

Why Dharitri