ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍‌ ସଂକ୍ରମଣ ଆଶଙ୍କା…

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ ବାହାର ଖୋଲା ପବନରେ ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ। ବନ୍ଦ ଘରେ ସଂକ୍ରମଣ ହେବା ଆଶଙ୍କା ୧୧୮ ପ୍ରତିଶତ ବଢ଼ିଯାଇଥାଏ। ତେବେ ବାୟୁ ଚଳାଚଳ ହେଉଥିବା ଅଞ୍ଚଳରେ ସଂକ୍ରମଣ ଆଶଙ୍କା ୧୦ ପ୍ରତିଶତ କମ୍‌ ହୋଇଥାଏ ବୋଲି ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମହାମାରୀ ଏବଂ ପ୍ରାଣୀ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପଲ୍‌ ସିକ୍ସ୍‌ଙ୍କ ଅନୁସାରେ ଖୋଲା ପବନରେ କରୋନା ଭୂତାଣୁ ଅଧିକ ସମୟ ଜୀବିତ ରହିପାରି ନ ଥାଏ। ଅପରପକ୍ଷରେ ବନ୍ଦ ଘରେ ଏହା ଅଧିକ ସମୟ ସକ୍ରିୟ ରହିଥାଏ। ଏସମ୍ପର୍କିତ ସର୍ଭେ ରିପୋର୍ଟ ‘ ଦ ନ୍ୟୁ ଓ୍ବାଲର୍‌ଡ ଜର୍ନାଲ’ରେ ପ୍ରକାଶ ପାଇଛି। ଭିଡ଼ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ୩୩ ପ୍ରତିଶତ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି। ଜନ ଗହଳି ଅଞ୍ଚଳରେ କରୋନା ସୁପର ସ୍ପ୍ରେଡ଼ର ସାଜିଥାଏ ବୋଲି ପ୍ରଫେସର ଡ. ନୁଶିନ୍‌ ରଜାନି କହିଛନ୍ତି। ଖୋଲା ପବନରେ ସଂକ୍ରମଣ ହେବା ଆଶଙ୍କା ସମୟ ଅବଧି ଉପରେ ନିର୍ଭର କରିଥାଏ। ଜଣେ କେତେ ସମୟ ବାହାରେ ରହୁଛନ୍ତି ତାହା ଉପରେ ସଂକ୍ରମଣର ପ୍ରଭାବ ଅନୁଭୁତ ହୋଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଚିନ୍ତା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଓଡ଼ିଶାରେ ୩ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରର ହୋଇଥିବାବେଳେ ସେ...

କରୋନା ସହାୟତା: ମହାବୀର ରେସିଡେନ୍ସି ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଲେଖାଏ ପ୍ରଦାନ

କଣ୍ଟାବାଞ୍ଜି, ୧୪।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଥିବା ଡୁମେରଚୁଆଁ ରୋଡସ୍ଥିତ ମହାବୀର ରେସିଡେନ୍ସି ପରିବାର ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ୧୧ ହଜାର ଏବଂ...

ମାଇଗ୍ରେଶନ କମିଶନ ଗଠନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୬ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ୨୩ ଲକ୍ଷ ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶ ଫେରିଲେଣି। ଏବେ ସେମାନଙ୍କୁ ନିଯୁକ୍ତି...

୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ...

୪ କୋଟି ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୬।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୨...

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ...

ବାଂଲାଦେଶରୁ ୧୬୯ ଭାରତୀୟଙ୍କୁ ଏୟାର ଲିଫ୍ଟ୍‌ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୫: ବାଂଲାଦେଶରେ ଥିବା ୧୬୯ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏୟାର ଲିଫ୍ଟ କରାଯିବ। ସେମାନେ ଢ଼ାକାରୁ ଆସି ଜମ୍ମୁ-କଶ୍ମୀରର...

ସିନ୍ଦୂର

ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ...

Advertisement
Archives

Model This Week