Posted inଜାତୀୟ

ତିସ୍ତାଙ୍କୁ ୭ ଦିନ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ, ୨।୭ : ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ୍‌ଙ୍କ ନିୟମିତ ଜାମିନ ଆବେଦନକୁ ଗୁଜରାଟ ହାଇକୋର୍ଟ ଶନିବାର ଖାରଜ କରିଦେଇଥିଲେ। ୨୦୦୨ ଗୋଧ୍ରା ପରବର୍ତ୍ତୀ ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଫସାଇବା ପାଇଁ ପ୍ରମାଣ ଜାଲିଆତି କରିଥିବା ଅଭିଯୋଗରେ ସମ୍ପୃକ୍ତ ତିସ୍ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ତିସ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କୁ ଗିରଫଦାରୀରୁ ୭ ଦିନ ପାଇଁ ସୁରକ୍ଷା ମିଳିଛି। ଆତ୍ମସମର୍ପଣ ପାଇଁ ହାଇକୋର୍ଟ ଅଧିକ ସମୟ ଦେବା ଆବଶ୍ୟକ ବୋଲି ଜଷ୍ଟିସ ଏ.ଏସ୍‌. ଓକା ଏବଂ ପି.କେ. ମିଶ୍ରାଙ୍କ ଖଣ୍ଡପୀଠ କହିଥିଲେ। ତେବେ ତିସ୍ତାଙ୍କୁ ସୁରକ୍ଷା ଦେବା ଲାଗି ଦୁଇ ବିଚାରପତିଙ୍କ ଭିନ୍ନ ମତ ଯୋଗୁ ପିଟିଶନ୍‌ର ଶୁଣାଣି ପାଇଁ ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠକୁ ପଠାଯାଇଥିଲା।
ଗତବର୍ଷ ଜୁନ୍‌ ୨୫ରେ ଗୁଜରାଟ ପୋଲିସ ତିସ୍ତାଙ୍କୁ ଗିରଫ କରିଥିଲା। ସେପ୍ଟେମ୍ବରରେ ସେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ, ମୋ’ ସ୍କୁଲ ଅଭିଯାନ ଯୋଜନାରୁ ଲକ୍ଷାଧିକ ଟଙ୍କା…

ଦେବଗଡ଼,୨୩ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ତିଲେଇବଣି ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ହେଇଛି। ମୋ’ ସ୍କୁଲ ଅଭିଯାନରୁ ଲକ୍ଷାଧିକ ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ…

ଅଧରାତିରେ ଅମିତାଭ ବଚ୍ଚନ ମୋତେ କରନ୍ତି ଫୋନ: ଅଭିନେତ୍ରୀ ଦିବ୍ୟା ଦତ୍ତ କଲେ ବଡ଼ ଖୁଲାସା

ଅମିତାଭ ବଚ୍ଚନ ବଲିଉଡର ‘ଶେହନଶା’। ଅନେକ ବ୍ଲକବଷ୍ଟର ଫିଲ୍ମ ଜରିଆରେ ସେ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି। କେବଳ ଅଭିନୟ ନୁହେଁ, ଉତ୍ତମ ସ୍ବଭାବ…

ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, PUC ସାର୍ଟିଫିକେଟ୍ ବିନା ମିଳିବନି ପେଟ୍ରୋଲ!

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି । ଯାନବାହନ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବିରେ ବିକ୍ଷୋଭ

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି , ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା…

ଗ୍ରାହକଙ୍କୁ ଲୁହାରଡ୍‌ରେ ପିଟିଲେ ବ୍ୟାଙ୍କ କ୍ୟାଶିୟର, ଟଙ୍କା କାହିଁକି ମିଳୁନି ପଚାରିବାରୁ…

ଧୂଷୁରୀ,୨୩ା୪(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନରେ ଥିବା ଏସ୍‌ବିଆଇ ଆରଡ଼ି ଶାଖାର କ୍ୟାଶିୟର ଜଣେ ଗ୍ରାହକ(ଛାତ୍ର)ଙ୍କୁ ବୁଧବାର ପୂର୍ବାହ୍ନରେ ଲୁହାରଡ୍‌ରେ…

‘ମୁଁ ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ କାର୍ଟୁନ୍ ଦେଖେ…’ କାହିଁକି ଏଭଳି କହିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୩।୪: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା । ଯେତେବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିଗ୍ରହଣ କରିଥିଲା, ସେତେବେଳେ ସେ ମାତ୍ର ୧୩ ବର୍ଷ ବୟସର…

ହଠାତ୍‌ ଫ୍ଲପ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ: ଖୋଲିଗଲା ପୋଲ୍‌

ନୂଆଦିଲ୍ଲୀ,୨୩।୪: IPL 2026ର ପ୍ରଥମ ଚାରି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରିଥିଲେ। କିଛି ଦିନ ପାଇଁ ସେ ଅରେଞ୍ଜ କ୍ୟାପ ମଧ୍ୟ ରଖିଥିଲେ। କିନ୍ତୁ…

ନିଜ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ଯୁବକ, ବାଟରେ ପିଟିଦେଲା ବସ୍‌, ଆଉ ତା’ ପରେ…

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri