ଶ୍ରୀବଲୀ ଗୀତରେ ଏମିତି ନାଚିଲେ ଜେ ଡେଭିଡ୍‌ ୱାର୍ନର: ନିଜକୁ ସମ୍ଭାଳି ପାରିଲେନି ଅଲ୍ଲୁ

ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ ରହିଥା’ନ୍ତି। ଖାସ୍‌ କରି ସେ ତାଙ୍କର ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏମିତି କି ଭାରତୀୟ ସିନେମା ପ୍ରତି ତାଙ୍କର ଟିକିଏ ଅଲଗା ଭଲପାଇବା ରହିଛି, ଯାହାକୁ ସେ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଥା’ନ୍ତି ।
ୱାର୍ନର ପ୍ରାୟତଃ ଇନ୍‌ଷ୍ଟାଗ୍ରାମରେ ବଲିଉଡ୍‌ ଏବଂ ଟଲିଉଡ୍‌ର ଡ୍ୟାନ୍ସ-ଡାଏଲଗ ଭିଡିଓଗୁଡ଼ିକୁ ଶେୟାର କରିବାକୁ ପସନ୍ଦ କରନ୍ତି। ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ପୁଷ୍ପା ଲୁକ୍‌ ପାଇଁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ବେଶ ଫେମସ୍‌ ହୋଇଥିଲେ । ଡେଭିଡ ୱାର୍ନର ପୁଷ୍ପା ଫିଲ୍ମର ଶ୍ରୀବଲୀ ଗୀତର ହୁକ୍‌ ଷ୍ଟେପକୁ କପି କରିଛନ୍ତି । ତାଙ୍କର ନୂତନ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଡେଭିଡ ୱାର୍ନର ଏକ ଡ୍ୟାନ୍ସ କ୍ଲିପ ଶେୟାର କରିଛନ୍ତି, ଯେଉଁଥିରେ ସେ ଶ୍ରୀବଲୀ ଗୀତରେ ଅଲ୍ଲୁ ଅର୍ଜୁନଙ୍କ ହୁକ୍‌ ଷ୍ଟେପକୁ ଦେଖିପାରିବେ। ୱାର୍ନର ଏହି ଷ୍ଟେପକୁ ଏତେ ଭଲ ଭାବରେ କପି କରିଛନ୍ତି ଯେ, ନିଜେ ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନ ମଧ୍ୟ ଏହି ଭିଡିଓ ଉପରେ କମେଣ୍ଟ ଦେବାରେ ନିଜକୁ ଅଟକାଇ ପାରିନାହାନ୍ତି। ୱାର୍ନରଙ୍କ ପୂର୍ବରୁ ରବୀନ୍ଦ୍ର ଜାଡେଜା, ଶିଖର ଧାୱନ, ଇଶାନ କିଷନ, ସୂର୍ଯ୍ୟ କୁମାର ଯାଦବ ଏବଂ ପୂର୍ବତନ ପ୍ରଶିକ୍ଷକ ଆର. ଶ୍ରୀଧରଙ୍କ ଭଳି କ୍ରିକେଟରମାନେ ମଧ୍ୟ ପୁଷ୍ପା ଫିଲ୍ମର ସଂଳାପ ଏବଂ ନୃତ୍ୟରେ ନିଜ ଷ୍ଟେପ ଶେୟାର କରିଥିଲେ।

https://www.instagram.com/davidwarner31/?utm_source=ig_embed&ig_rid=b0a1221a-afa4-43f0-9fad-de0f96dc55b2

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ...

ସ୍ତ୍ରୀ, ପୁଅକୁ ନେଇ ଘରେ ପହଞ୍ଚିଲେ ପାଣ୍ଡ୍ୟା; ଭାଉଜ କଲେ ଏପରି ସ୍ବାଗତ

ନୂଆଦିଲ୍ଲୀ, ୫।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତୃତ୍ୱ ଲାଭ କରିଥିଲେ। ତାଙ୍କ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା...

ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି...

ଏଆଇବିଏ ଚାମ୍ପିୟନ୍ସ ଆଣ୍ଡ ଭେଟେରାନ୍ସ କମିଟି: ମେରିକମ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୪।୩(ପି.ଟି.): ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ଭାରତୀୟ ବକ୍ସର ଏମ୍‌ସି ମେରିକମ୍‌ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଚାମ୍ପିୟନ୍ସ ଓ ଭେଟେରାନ୍ସ କମିଟିର...

ବୋଷ୍ଟନରେ ସ୍ବର୍ଣ୍ଣ ଜିତିଲେ ଶଙ୍କର

ବୋଷ୍ଟନ, ୬ା୨ (ପି.ଟି.): ଭାରତୀୟ ହାଇ ଜମ୍ପର ତେଜସ୍ବିନୀ ଶଙ୍କର ଏଠାରେ ଚାଲିଥିବା ନ୍ୟୁ ବାଲାନ୍ସ ଇନ୍‌ଡୋର ଗ୍ରାଁ ପ୍ରିରେ ପ୍ରଥମ ସ୍ଥାନ ଅଧିକାର କରି...

ରସେଲଙ୍କ ମୁଣ୍ଡରେ ବାଜିଲା ବଲ

କିଙ୍ଗ୍‌ଷ୍ଟନ,୧୩।୯: ଚଳିତ କାରିବିଅନ ଲିଗ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଧ୍ରେ ରସେଲଙ୍କ ହେଲ୍‌ମେଟ୍‌ରେ ବଲ ବାଜିଛି। ସେଣ୍ଟ ଲୁସିଆ ଜୁକ୍ସ ଦଳର ପେସର...

ଆଇପିଏଲ୍‌ ୨୦୨୦: କ୍ରେଡ୍‌ ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର

ନୂଆଦିଲ୍ଲୀ,୨୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏକ ଖୁସି ଖବର। ଏବେ କ୍ରେଡିଟ୍‌ କାର୍ଡ କମ୍ପାନୀ...

୧୪ରେ ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲ

ଦୋହା,୧୦।୧୨: ଚଳିତ ଫିଫା ବିଶ୍ୱକପର ସେମିଫାଇନାଲରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ୨ଟିଯାକ କ୍ୱାର୍ଟର ଫାଇନାଲ ପେନାଲ୍ଟି ଶୁଟ୍‌ ଆଉଟରେ ମୀମାଂସା ହୋଇଥିଲା। ବ୍ରାଜିଲକୁ...

Advertisement
Archives

Model This Week