Posted inଫୁରସତ

ଡେଭିଡ୍‌ ବେକହାମ୍‌ ମନ୍ଦିର

ଦେବଦେବୀଙ୍କ ମନ୍ଦିର ସହ ଅନେକ ସମୟରେ କିଛି ଅଜବ ମନ୍ଦିର ବି ସାରା ପୃଥିବୀରେ ଦେଖିବାକୁ ମିଳେ। କିଛି ସ୍ଥାନରେ ତ ଲୋକଙ୍କ ପ୍ରିୟ ତାରକା, ସେ ସିନେ ତାରକା ହୁଅନ୍ତୁ କି ଖେଳ ତାରକାଙ୍କ ମନ୍ଦିର ବି ରହିଛି। ସେହିଭଳି ଏକ ମନ୍ଦିର ଥାଇଲାଣ୍ଡରେ ବି ଅଛି। ଉକ୍ତ ମନ୍ଦିରର ନାମ ‘ପରିଓ୍ବତ’। କିନ୍ତୁ ଏହା ବେଶ୍‌ ପରିଚିତ ଡେଭିଡ୍‌ ବେକ୍‌ହାମ୍‌ ମନ୍ଦିର ଭାବେ। କାରଣ ଏହି ବୌଦ୍ଧ ମନ୍ଦିରରେ ଫୁଟବଲ ତାରକା ଡେଭିଡ ବେକହାମ୍‌ଙ୍କର ଏକ ସୁନାର ମୂର୍ତ୍ତି ରହିଛି। ଏହି ମୂର୍ତ୍ତିକୁ ୧୯୯୯ରେ ମନ୍ଦିରରେ ସ୍ଥାପନ କରାଯାଇଥିଲା, ଯେବେ ମାଞ୍ଚେଷ୍ଟର ଇଂଲିଶ କ୍ଲବ ଗୋଟିଏ ସିଜନ୍‌ରେ ଲଗାତର ତିନୋଟି ଟ୍ରଫି ନିଜ ନାମରେ କରିଥିଲା। ଏଠାରେ ଡେଭିଡ ବେକ୍‌ହାମ୍‌ଙ୍କ ମୂର୍ତ୍ତିକୁ ହିନ୍ଦୁଧର୍ମର ପୌରାଣିକ ଚରିତ୍ର ଗରୁଡଙ୍କୁ ସ୍ଥାପିତ କଲା ଭଳି ସ୍ଥାପନ କରାଯାଇଛି। ମନ୍ଦିରରେ ଓ୍ବୁଲଓ୍ବରିନ୍‌, ସୁପରମ୍ୟାନ୍‌, ପପେ ଦ ସେଲର୍‌, କ୍ୟାପଟେନ୍‌ ଆମେରିକା, ପିକାଚୁ ବିଭିନ୍ନ କାର୍ଟୁନ ଚରିତ୍ର ଓ ସୁପର୍‌ହିରୋଙ୍କର ବି ମୂର୍ତ୍ତି ରହିଛି। ବିଶ୍ୱାସ କରାଯାଏ ଏହି ଚରିତ୍ର ସବୁ ଭଲର ପ୍ରତୀକ। ଆଉ ଏମାନେ ବୌଦ୍ଧଧର୍ମର ରକ୍ଷା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭସ୍ଥ ସନ୍ତାନ: ସ୍ବାମୀଙ୍କର ନୁହେଁ, ପୁଅର

ମା’ ପୁଅର ସମ୍ପର୍କ ସବୁଠାରୁ ନିଆରା। ପୁଅର ଭୁଲ ଠିକ୍‌ ବିଷୟରେ ମା’ ଉଚିତ୍‌ ଶିକ୍ଷା ଦେବା ସହ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇଥାଏ। ମାତ୍ର...

ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ

ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା।...

ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ...

ଦୃଷ୍ଟିହୀନ କରିପାରେ ଫୋନ୍‌ର ନୀଳରଶ୍ମି!

ସ୍ମାର୍ଟଫୋନ୍‌ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ...

ଗଧକୁ ମିଳିଲା ଜାମିନ

ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା...

ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା...

ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର...

ମାସ୍କରେ ରହିବ ପଲିପ୍ରୋପାଇଲିନ୍‌ ଫିଲ୍ଟର

ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍‌ ମାସ୍କରେ ପଲିପ୍ରୋପାଇଲିନ୍‌ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ...

Advertisement

BGU

Archives

Model This Week

Why Dharitri