Posted inଫୁରସତ

ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ: ଲେଖିରେ ଭାବପ୍ରବଣ ପୋଷ୍ଟ

ବିବାହକୁ ନେଇ ଅନେକ ନିଆରା ଘଟଣା ଦେଖିବାକୁ ମିଳେ। ନିକଟରେ ଜଣେ ଝିଅ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଛନ୍ତି। ମା’ଙ୍କ ମେହେନ୍ଦୀ ସମୟର ଏକ ଫଟୋ ଟୁଇଟର୍‌ରେ ଶେୟାର କରି ଭାବପ୍ରବଣ ହୋଇପଡିଛନ୍ତି। ଟୁଇଟରରେ alphaw1fe ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଏହି ପୋଷ୍ଟ କରାଯାଇଛି। ଝିଅଟି କହିଛନ୍ତି ଯେ, ତାଙ୍କ ମା’ ୧୫ ବର୍ଷ ପରେ ପୁଣି ବିବାହ କରିଛନ୍ତି। ଝିଅ ଭାବରେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ, କାରଣ ପ୍ରେମ ନାଁରେ ତାଙ୍କ ମା’ ବହୁତ କଷ୍ଟ ପାଇଛନ୍ତି। ଝିଅଟି ତାଙ୍କ ମା’ଙ୍କ ମେହେନ୍ଦୀ ସମାରୋହର ଫଟୋ ଏବଂ ଭିଡିଓ ଶେୟାର କରିଛି।
ଝିଅଟି ଲେଖିଛନ୍ତି ଯେ, ମା’ ବିବାହ କରୁଛନ୍ତି ଏବଂ ଏହାକୁ ବିଶ୍ୱାସ କରିପାରୁନାହାଁନ୍ତି। ଫଟୋ ଶେୟାର କରି ସେ ସୁନ୍ଦର ଦେଖାଯାଉଛନ୍ତି କି ନାହିଁ ଲେଖିଛନ୍ତି। ସେ କହିଥିଲେ ଯେ ତାଙ୍କ ମା’ ବହୁତ କମ ବୟସରେ ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ୧୭ ବର୍ଷ ବୟସରେ ହୋଇଥିଲା। ଯାହାଙ୍କୁ ସେ ବିବାହ କରିଥିଲେ, ସେ ଝିଅର ସ୍କୁଲ ଫି ମଧ୍ୟ ଦେଇ ନ ଥିଲେ। କେବଳ ଏତିକି ନୁହେଁ, ତାଙ୍କ ଝିଅକୁ ଦୁଇ ବର୍ଷ ବୟସ ହେବା ମାତ୍ରେ ସେ ଦୁହିଁଙ୍କୁ ଛାଡି ଚାଲିଗଲେ। ଏବେ ମା’ଙ୍କୁ ଖୁସିରେ ଦେଖିବାକୁ ସେ ତାଙ୍କ ବିବାହ କରାଇଛନ୍ତି ବୋଲି ଝିଅ କହିଛନ୍ତି। ମା’ଙ୍କର ଏହି କାହାଣୀ ଦେଖି ୟୁଜର୍ସ ଝିଅଙ୍କୁ ବହୁତ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟୀ ପିରାମିଡ୍‌ ‘ ଦ ଗ୍ରେଟ୍‌ ପିରାମିଡ୍‌ ଅଫ୍‌ ଗିଜା’

ମିଶରରେ ଥିବା ୪ ହଜାର ବର୍ଷର ପୁରୁଣା ପିରାମିଡ୍‌ର ରହସ୍ୟ ସମ୍ପର୍କରେ ସଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ରାଜା ରାଣୀଙ୍କ କବର ପାଇଁ ଏହା...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ

ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି।...

ରେଷ୍ଟୁରାଣ୍ଟରେ ମାସ୍କ ଲଗାଇବାକୁ ମନାକଲେ ମହିଳା ଗ୍ରାହକ, ଓ୍ବେଟର ଛାଡିଦେଲେ ଚାକିରି, ଆଉ ତା ପରେ…

ମହାମାରୀ କରୋନା ପୁଣିଥରେ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବଭଳି ସାମାଜିକ ଦୂରତା ଏବଂ ମାସ୍କର ଆବଶ୍ୟକତା ପଡ଼ୁଛି। ଅଧିକାଂଶ ଲୋକ...

ଏହି ଫୁଲରେ ବସେ ନାହିଁ ଭଅଁର

ଫୁଲ ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି। ଫୁଲରେ ଭଅଁର ବସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ମାତ୍ର ଏମିତି ଫୁଲ ଅଛି, ଯାହା ଉପରେ ଭଅଁର...

ଅନ୍ତରଙ୍ଗତାର ଅନ୍ୟ ଏକ ନାଁ ମାନମୟୀ-ପବିତ୍ର

ପ୍ରେମ ତାଙ୍କ ସମ୍ପର୍କ ଗଢିଛି, ବିଶ୍ୱାସ ସେମାନଙ୍କୁ ଜିଇଁବା ଶିଖେଇଛି। ଆଉ ପରସ୍ପର ପ୍ରତି ସମ୍ମାନ ତାଙ୍କୁ ଅଧିକରୁ ଅଧିକ ନିକଟତର କରି ଆଗକୁ ଆଗକୁ...

ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ତିଆରି କଲେ ରେଳ କର୍ମଚାରୀ

ପାଟଣା,୧୦।୩: ରେଳ କର୍ମଚାରୀମାନେ ଦେଶରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ସମସ୍ତିପୁରର ରେଳକର୍ମଚାରୀ ଏମିତି ଏକ କମାଲ କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି...

ଫୁଲ୍‌ ପାଣି ବାଲ୍‌ଟି ଉପରେ ଚଢ଼ିଲା କୁକୁର, ପରେ କଲା ଏମିତି

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ କୁକୁରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ...

ମାଲିକଠାରୁ ଅଧିକ ଚାଲାକ ମଇଁଷି, ଦେଖନ୍ତୁୁ କ’ଣ କଲା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି...

Advertisement
Archives

Model This Week