‘ଝିଅକୁ ହତ୍ୟା କରାଯାଇଛି’

ବଲାଙ୍ଗୀର ଅଫିସ, ୪ା୩: ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ଶୁକ୍ରବାର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ତାଙ୍କ ବାପା ଡାକ୍ତର ବନମାଳୀ ସାହୁ ଏବଂ ମା’ ଲବଙ୍ଗ ସାହୁ। ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ବେକରେ ସୃଷ୍ଟି ହୋଇଥିବା ଚିହ୍ନରୁ ଏହା ସ୍ପଷ୍ଟ ଜଣାପଡୁଛି। ବେକକୁ ରଶି କିମ୍ବା କୌଣସି ମୋବାଇଲ କର୍ଡ ଭଳି ତାରରେ ଦବାଇ ହତ୍ୟାକରି କିମ୍ବା ଅର୍ଦ୍ଧଚେତନ ଅବସ୍ଥାରେ ପିସି ବ୍ରିଜ୍‌ ପାୱାର ଚ୍ୟାନେଲକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି ବୋଲି ଉଭୟେ ବଲାଙ୍ଗୀର ସହର ଟିକ୍ରାପଡ଼ାସ୍ଥିତ ବାସଭବନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। କେବଳ ଏତିକି ନୁହେଁ, ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରତିମାନ୍‌ ଦେଙ୍କ ବାପା ଗୃହ ବିଭାଗର ଯୁଗ୍ମ ସଚିବ। ତେଣୁ ଚାପରେ ସତ ଲୁଚିଯିବ ବୋଲି ଉଭୟେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଡାକ୍ତର ବନମାଳୀ କହିଛନ୍ତି, ପାଣିରୁ ଚିନ୍ମୟୀଙ୍କ ମୃତଦେହ ଜବତ କରାଯିବା ପରେ ତାଙ୍କ ବେକରେ ଦାଗ ରହିଥିବା ଦେଖାଯାଇଥିଲା। ଏହା ହତ୍ୟାକାଣ୍ଡ ଆଡ଼କୁ ଇଙ୍ଗିତ କରୁଛି। ସେ ନିଜେ ଜଣେ ଡାକ୍ତର ହୋଇଥିବାରୁ ଏହାକୁ ଭଲଭାବେ ଅନୁମାନ କରିପାରିବା ସ୍ବାଭାବିକ। ଚିନ୍ମୟୀ ଜଣେ ମେଧାବୀ ଛାତ୍ରୀ। ସେ ଆଇଟିରେ ବି.ଟେକ୍‌ କରିସାରିଥିଲେ। ଏହାପରେ ଭୁବନେଶ୍ୱରରେ ରହି ସିଡିଏସ୍‌, ଓପିଏସ୍‌ସି, ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କୁ ପ୍ରତିମାନ୍‌ ହିଁ ହତ୍ୟା କରିଥିବା ସେ ସନ୍ଦେହ କରିଛନ୍ତି। ପ୍ରୀତିମାନ୍‌ଙ୍କ ବାପା ଗୃହ ବିଭାଗର ଜଣେ ଯୁଗ୍ମ ସଚିବ। ସେ ତଦନ୍ତକୁ ବାଟବଣା କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ତେଣୁ ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦେବା ଲାଗି ବ୍ୟବସ୍ଥା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ସେହିପରି ଚିନ୍ମୟୀଙ୍କ ମା’ ଲବଙ୍ଗ କହିଛନ୍ତି, ଘଟଣା ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଶେଷଥର ପାଇଁ ସେ ଝିଅଙ୍କ ସହ କଥା ହୋଇଥିଲେ। ଏହାପରେ ମୋବାଇଲରେ ଚାଟିଂ କରିଥିଲେ। ରାତି ୯ଟାରେ ବସ୍‌ରେ ବସି ଫେରିବେ ବୋଲି ଚିନ୍ମୟୀ କହିଥିଲେ। ରାତି ପ୍ରାୟ ୯ଟା ୨୦ରେ ସେ ପୁନର୍ବାର ଫୋନ୍‌ କରିଥିଲେ। ଫୋନ୍‌ ଅନ୍‌ ଥିଲା ଏବଂ କିଛି ଶବ୍ଦ ଶୁଭିଥିଲା। କାଳେ ଅନ୍ୟ କେଉଁଠି ଲାଗିଗଲା ଭାବି ସେ ଫୋନ କାଟି ଦେଇଥିଲେ। ପ୍ରାୟ ଏକଘଣ୍ଟା ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ଭିସୁଟ୍‌ରୁ ଜଣେ ମ୍ୟାଡାମ ତାଙ୍କୁ ଫୋନ୍‌ କରି ଚିନ୍ମୟୀ ପିସି ବ୍ରିଜ୍‌ରୁ ଖସିପଡ଼ିଥିବା ସୂଚନା ଦେଇଥିଲେ। ରାତି ୯ଟାରେ ବସ୍‌ରେ ଫେରିବା କଥା କହିଥିବା ଚିନ୍ମୟୀ କେଉଁ ପରିସ୍ଥିତିରେ ପିସି ବ୍ରିଜ୍‌କୁ ଗଲେ ଏବଂ ପ୍ରତିମାନ୍‌ଙ୍କଠାରୁ କେମିତି ଚିନ୍ମୟୀଙ୍କ ମୋବାଇଲ ଫୋନ୍‌ ବାହାରିଲା ତାହାର କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଉନାହିଁ। ଚିନ୍ମୟୀଙ୍କ ବେକରୁ ସୁନାଚେନ୍‌ ଗାଏବ ହୋଇଯାଇଛି। ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଲବଙ୍ଗ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?