‘ଝିଅକୁ ହତ୍ୟା କରାଯାଇଛି’

ବଲାଙ୍ଗୀର ଅଫିସ, ୪ା୩: ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ଶୁକ୍ରବାର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ତାଙ୍କ ବାପା ଡାକ୍ତର ବନମାଳୀ ସାହୁ ଏବଂ ମା’ ଲବଙ୍ଗ ସାହୁ। ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ବେକରେ ସୃଷ୍ଟି ହୋଇଥିବା ଚିହ୍ନରୁ ଏହା ସ୍ପଷ୍ଟ ଜଣାପଡୁଛି। ବେକକୁ ରଶି କିମ୍ବା କୌଣସି ମୋବାଇଲ କର୍ଡ ଭଳି ତାରରେ ଦବାଇ ହତ୍ୟାକରି କିମ୍ବା ଅର୍ଦ୍ଧଚେତନ ଅବସ୍ଥାରେ ପିସି ବ୍ରିଜ୍‌ ପାୱାର ଚ୍ୟାନେଲକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି ବୋଲି ଉଭୟେ ବଲାଙ୍ଗୀର ସହର ଟିକ୍ରାପଡ଼ାସ୍ଥିତ ବାସଭବନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। କେବଳ ଏତିକି ନୁହେଁ, ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରତିମାନ୍‌ ଦେଙ୍କ ବାପା ଗୃହ ବିଭାଗର ଯୁଗ୍ମ ସଚିବ। ତେଣୁ ଚାପରେ ସତ ଲୁଚିଯିବ ବୋଲି ଉଭୟେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଡାକ୍ତର ବନମାଳୀ କହିଛନ୍ତି, ପାଣିରୁ ଚିନ୍ମୟୀଙ୍କ ମୃତଦେହ ଜବତ କରାଯିବା ପରେ ତାଙ୍କ ବେକରେ ଦାଗ ରହିଥିବା ଦେଖାଯାଇଥିଲା। ଏହା ହତ୍ୟାକାଣ୍ଡ ଆଡ଼କୁ ଇଙ୍ଗିତ କରୁଛି। ସେ ନିଜେ ଜଣେ ଡାକ୍ତର ହୋଇଥିବାରୁ ଏହାକୁ ଭଲଭାବେ ଅନୁମାନ କରିପାରିବା ସ୍ବାଭାବିକ। ଚିନ୍ମୟୀ ଜଣେ ମେଧାବୀ ଛାତ୍ରୀ। ସେ ଆଇଟିରେ ବି.ଟେକ୍‌ କରିସାରିଥିଲେ। ଏହାପରେ ଭୁବନେଶ୍ୱରରେ ରହି ସିଡିଏସ୍‌, ଓପିଏସ୍‌ସି, ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କୁ ପ୍ରତିମାନ୍‌ ହିଁ ହତ୍ୟା କରିଥିବା ସେ ସନ୍ଦେହ କରିଛନ୍ତି। ପ୍ରୀତିମାନ୍‌ଙ୍କ ବାପା ଗୃହ ବିଭାଗର ଜଣେ ଯୁଗ୍ମ ସଚିବ। ସେ ତଦନ୍ତକୁ ବାଟବଣା କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ତେଣୁ ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦେବା ଲାଗି ବ୍ୟବସ୍ଥା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ସେହିପରି ଚିନ୍ମୟୀଙ୍କ ମା’ ଲବଙ୍ଗ କହିଛନ୍ତି, ଘଟଣା ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଶେଷଥର ପାଇଁ ସେ ଝିଅଙ୍କ ସହ କଥା ହୋଇଥିଲେ। ଏହାପରେ ମୋବାଇଲରେ ଚାଟିଂ କରିଥିଲେ। ରାତି ୯ଟାରେ ବସ୍‌ରେ ବସି ଫେରିବେ ବୋଲି ଚିନ୍ମୟୀ କହିଥିଲେ। ରାତି ପ୍ରାୟ ୯ଟା ୨୦ରେ ସେ ପୁନର୍ବାର ଫୋନ୍‌ କରିଥିଲେ। ଫୋନ୍‌ ଅନ୍‌ ଥିଲା ଏବଂ କିଛି ଶବ୍ଦ ଶୁଭିଥିଲା। କାଳେ ଅନ୍ୟ କେଉଁଠି ଲାଗିଗଲା ଭାବି ସେ ଫୋନ କାଟି ଦେଇଥିଲେ। ପ୍ରାୟ ଏକଘଣ୍ଟା ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ଭିସୁଟ୍‌ରୁ ଜଣେ ମ୍ୟାଡାମ ତାଙ୍କୁ ଫୋନ୍‌ କରି ଚିନ୍ମୟୀ ପିସି ବ୍ରିଜ୍‌ରୁ ଖସିପଡ଼ିଥିବା ସୂଚନା ଦେଇଥିଲେ। ରାତି ୯ଟାରେ ବସ୍‌ରେ ଫେରିବା କଥା କହିଥିବା ଚିନ୍ମୟୀ କେଉଁ ପରିସ୍ଥିତିରେ ପିସି ବ୍ରିଜ୍‌କୁ ଗଲେ ଏବଂ ପ୍ରତିମାନ୍‌ଙ୍କଠାରୁ କେମିତି ଚିନ୍ମୟୀଙ୍କ ମୋବାଇଲ ଫୋନ୍‌ ବାହାରିଲା ତାହାର କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଉନାହିଁ। ଚିନ୍ମୟୀଙ୍କ ବେକରୁ ସୁନାଚେନ୍‌ ଗାଏବ ହୋଇଯାଇଛି। ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଲବଙ୍ଗ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri