ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା

ନୂଆଗାଁ,୭।୧(ଧନେଶ୍ୱର ସାହୁ): ପ୍ରେମ ବିବାହ ଓ ପରେ ପ୍ରତାରଣା । ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଶୁକ୍ରବାର ସନ୍ଧ୍ୟା ସମୟରୁ ଧାରଣାରେ ବସିଛନ୍ତି ବୋହୂ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡାଝୋଲା ଗ୍ରାମରେ ।
ସୂଚନା ମୁତାବକ ଓଡ଼ଗାଁ ଥାନା ଡହଙ୍ଗୀ ଗ୍ରାମର ରବିନ୍ଦ୍ର ସେନାପତିଙ୍କ ଝିଅ କାବେରୀ (୨୦)ବାହାଡାଝୋଲା ଗ୍ରାମର ଶଙ୍କର୍ଷଣ ପ୍ରଧାନଙ୍କ ପୁଅ ଅଜିତ ପ୍ରଧାନ(ନାରଣ)ଙ୍କୁ ଭଲ ପାଇ ବସିଥିଲେ । ୪ ମାସ ଭଲ ପାଇବା ପରେ ଉଭୟ ଘର ଛାଡି ପଳାଇ ଯାଇଥିଲେ ଓ ପରେ ୩୦୨୩ଜାନୁଆରୀ ୧୦ ତାରିଖରେ ନୋଟାରୀରେ ବିବାହ କରିଥିବା କହିଛନ୍ତି କାବେରୀ । ବିବାହ ପରେ ଉଭୟ କାବେରୀଙ୍କ ଭଉଣୀ ଘରେ ଓଡ଼ଗାଁରେ ୩ ମାସ ଯାଏ ରହିଲେ । ଅଜିତ ପେଶାରେ ଜଣେ ଟାଇଲ ମିସ୍ତ୍ରୀ ହୋଇଥିବାରୁ ପରେ ସେମାନେ ସୁରାଟ ଯାଇ କାବେରୀଙ୍କ ବଡ ନାନୀ ଘରେ ପ୍ରାୟ ୧ ସପ୍ତାହ ରହିବା ପରେ ଅଜିତ କାବେରୀକୁ ସେଠାରେ ଛାଡି ଦେଇ ଗାଁକୁ ଚାଲି ଆସି ଫୋନ ଯୋଗେ ଧନ ସମ୍ପତ୍ତି ଦାବି କରିଥିଲେ । ତେଣୁ କାବେରୀ ୨ ମାସ ପରେ ବାଧ୍ୟ ହୋଇ ସୁରଟରୁ ନିଜ ଘରକୁ ଫେରି ଆସିଥିଲେ । ପରେ ଅଜିତ ସାବିତ୍ରୀ ଅମାବାସ୍ୟା ଦିନ ଜଣେ ସାଙ୍ଗକୁ ସାଥିରେ ନେଇ କାବେରୀକୁ ଘରୁ ଡାକି ଆଣି ପୁରୀ ନେଇଥିଲେ। ସେଠାରେ ଘରଭଡା ନେଇ ଉଭୟ ୬ ମାସ ରହିବା ପରେ କାବେରୀ ଗର୍ଭବତୀ ହୋଇଥିଲେ। ତେଣୁ ଗଣେଶ ପୂଜା ସମୟରେ ଗାଁକୁ ଆସି ଟୀକା ନେଇ ପୁଣି ପୁରୀ ଚାଲି ଯାଇଥିଲେ । ସେଠାରେ କିଛି ଦିନ ରହିବା ପରେ କାବେରୀଙ୍କ ଗର୍ଭନଷ୍ଟ ହୋଇ ଥିଲା । ଏହି ସୁଯୋଗରେ ଅଜିତ କାବେରୀକୁ ଆଣି ବାପ ଘର ଡହଙ୍ଗିରେ ଛାଡି ପୁରୀ ଚାଲି ଯାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ମନମାଳିନ ହୋଇ କାବେରୀ ଅଜିତଙ୍କ ପାଖରେ ଯାଇ ନ ଥିଲେ । ତେବେ କାବେରୀ ନ ପୁରୀ ଆସିଲେ ଅଜିତ ଆତ୍ମହତ୍ୟା କରିବାର ଧମକ ଦେବାରେ ସେ ବାଧ୍ୟ ହୋଇ ଯାଇଥିଲେ । ପୁରୀରେ ଉଭୟ ଏକ ମାସ ଭଲରେ ଚଳିବା ପରେ ସେଠାରେ କାବେରୀକୁ ଏକା ଛାଡି ଅଜିତ ଗାଁକୁ ଆସିଥିଲେ । ଦୀର୍ଘ ୩ ମାସ ହେଲା ଅଜିତ ଆଉ କାବେରୀ ପାଖକୁ ଫେରିଲେ ନାହିଁ । କାବେରୀ ଫୋନ କଲେ ମୁଁ ତୋତେ ଆଉ ନେବି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଏହା ପରେ ଅନ୍ୟ ଉପାୟ ନ ପାଇ କାବେରୀ ବାହାଡାଝୋଲାସ୍ଥିତ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ। ଅନ୍ୟପଟେ ଝିଅର ବାପା ମାଆ ଓଡ଼ଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଥାନା ପକ୍ଷରୁ ଅଜିତଙ୍କ ବାପାମାଆଙ୍କୁ ଥାନାକୁ ଡାକି ବୁଝାଇବାରେ ସେମାନେ ୧୫ଦିନ ମଧ୍ୟରେ ପୁଅ ଅଜିତକୁ ଡାକି କାବେରୀ ସହିତ ଫୁଲେଶ୍ୱର ମନ୍ଦିରରେ ବିବାହ କରାଇବା ସହ ଘର ନିର୍ମାଣ କରିବା ପାଇଁ ୮ହାତ ଜାଗା , ୫୦ ହଜାର ଟଙ୍କା ଏବଂ ୬ ମାସ ପାଇଁ ଚାଉଳ ଡାଲି ଯୋଗାଇ ଦେବେ ବୋଲି ଥାନାରେ ପ୍ରତିଶ୍ରୁତି ଦେବା ପରେ ଶନିବାର ଅପରାହ୍ନ ସମୟରେ କାବେରୀ ଧାରଣାରୁ ଉଠିଥିଲେ । ତେବେ ୧୫ ଦିନ ପରେ ପ୍ରତିଶ୍ରୁତି ରକ୍ଷା ନ କଲେ କାବେରୀ ପୁନର୍ବାର ଧାରଣାରେ ବସିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?