Advertisement

କାର ଧକ୍କାରେ ବୋହୂ ମୃତ: ଜେଜେ, ନାତୁଣୀ ଗୁରୁତର

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏକ ଢାବା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ଜେଜେ ଏବଂ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରମ୍ଭା ଟିକରପଡ଼ା ଗ୍ରାମର ବେବି ସେଠୀ।
ମିଳିଥିବା ସୂଚନାନୁଯାୟୀ, ବୋହୂ ବେବି ଝିଅର ଚିକିତ୍ସା ପାଇଁ ଶ୍ୱଶୁରଙ୍କ ସହ ସ୍କୁଟିରେ ରମ୍ଭାରୁ ଲକ୍ଷ୍ମୀପୁର ଯାଉଥିଲେ। ହେଲେ ବାଟରେ ଏକ ଢାବା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଏଣୁ ଘଟଣା ସ୍ଥଳରେ ବୋହୂଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଜେଜେ ଏବଂ ନାତୁଣୀଙ୍କୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ କାରକୁ ଜବତ କରିଛି। ଅନ୍ୟପକ୍ଷେ ପୋଲିସ କାର ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଗୋପାଳପୁର,୧୪ା୮: ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ମୃତକ ହେଲେ ଦାମୋଦର ନାହାକ (୨୪)। ଦାମୋଦର ଉକ୍ତ...

ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍‌ ଦୁଲେ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର...

୩ରେ ଛତର୍‌ ଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଭବାନୀପାଟଣା,୨୦।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ପାଇଁ ଏକ ପ୍ରସ୍ତୁତି...

ପିଲାଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

CORONAVIRUS UPDATE: ୨୬ ଜିଲାକୁ ଛୁଇଁଲା କରୋନା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି...

ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନାହାନ୍ତି ହିତାଧିକାରୀ: ପ୍ରଶାସନ ପକ୍ଷରୁ ଧାରଣା

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନ ଥିବାବେଳେ ଏ ନେଇ ସୋମବାର...

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶୀ ସଙ୍ଗୀତ (ଭୋକାଲ ଓ ଇନଷ୍ଟ୍ରୁମେଣ୍ଟ)କୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ...

Advertisement
Archives

Model This Week