୬ ଲକ୍ଷ ଭାରତୀୟଙ୍କ ଡାଟା ଚୋରି

ଭିଲନିଅସ୍‌,୯।୧୨:ଅନେକ ଶିଳ୍ପପତି ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଡେଟା ଚୋରି ହେବା ଘଟଣା ଆଜିର ସମୟରେ ଖବରର ଶିରୋନାମା ପାଲଟିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାୟୀ ୫ନିୟୁତ ଲୋକଙ୍କ ବ୍ୟକ୍ତିଗତ ଡେଟା ବେଆଇନ ଭାବେ ଚୋରି କରାଯାଇଥିବାବେଳେ ସେମାନଙ୍କ ଭିତରେ ୬ ଲକ୍ଷ ଭାରତୀୟ। ନୋର୍ଡ ଭର୍ଚୁଆଲ ପ୍ରାଇଭେଟ ନେଟଓ୍ବର୍କ (ଭିପିଏନ୍‌) ପକ୍ଷରୁ ଡେଟା ଚୋରି ସମ୍ବଳିତ ରିପୋର୍ଟ ଅନୁସାରେ ପାଖାପାଖି ୬ ଲକ୍ଷ ଭାରତୀୟଙ୍କ ପର୍ସନାଲ ଡେଟା ବୋଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ବୋଟ୍‌ ମାଲଓ୍ବେର ଦ୍ୱାରା ଭାରତ ଅଧିକ ପ୍ରଭାବିତ ହୋଇଥିବା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।
ୟୁରୋପ ଲୁଥୁଆନିଆରେ ଅବସ୍ଥିତ ନୋର୍ଡ ଭିପିଏନ୍‌ ରିପୋର୍ଟ ମୁତାବକ ୟୁଜରଙ୍କ ଲଗ୍‌ଇନ୍‌ସ, ଡିଜିଟାଲ ଫିଙ୍ଗରପ୍ରିଣ୍ଟସ୍‌, ସ୍କ୍ରିନ୍‌ଶଟ୍‌ ଏବଂ ଅନ୍ୟାନ୍ୟ ସୂଚନା ସବୁକୁ ହ୍ୟାକରମାନେ ବୋଟ ମାଲଓ୍ବେର ସାହାଯ୍ୟରେ ଚୋରି କରି ଏହାକୁ ବୋଟ ମାର୍କେଟରେ ବିକ୍ରି କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ବିଶେଷକଙ୍କ ଡେଟାକୁ ୪୯୦ ଟଙ୍କାରେ (୫.୯୫ ଡଲାର) ବିକ୍ରି କରାଯାଇଛି। ୨୦୧୮ରେ ବୋଟ ମାର୍କେଟ୍‌ ବଜାର ପ୍ରବେଶ କରିଥିବାବେଳେ ନୋର୍ଡ ଭିପିଏନ୍‌ ୪ ବର୍ଷର ତଥ୍ୟକୁ ନେଇ ଏହି ରିପୋର୍ଟ ତିଆରି କରିଛି। ୮୧,୦୦୦ ଡିଜିଟାଲ ଫିଙ୍ଗରପ୍ରିଣ୍ଟ, ୫୩୮,୦୦୦ଅଟୋ ଫିଲ ଫର୍ମସ୍‌ ଏବଂ ଅନେକ ଡିଭାଇସ୍‌ ସ୍କ୍ରିନ୍‌ଶଟ୍‌ ବିକ୍ରି କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଡେଟା ଓ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ନେଇ ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ଚଳିତ ବର୍ଷ ଭାରତ ସରକାର ସାଇବର ସିକ୍ୟୁରିଟି ନିୟମକୁ କଡ଼ା କରିଛନ୍ତି। ଡେଟା ହ୍ୟାକ୍‌ ହେବାର ୬ ଘଣ୍ଟା ଭିତରେ ଟେକ୍‌ କମ୍ପାନୀ ଭାରତୀୟ କମ୍ପ୍ୟୁଟର ଇମର୍ଜେନ୍ସି ରେସ୍ପନ୍ସ ଟିମ୍‌ (ସିଇଆର୍‌ଟି )କୁ ଏ ନେଇ ଅବଗତ କରାଇଥାଏ, ଯାହାପରେ ହ୍ୟାକରଙ୍କୁ ଧରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଏ। ଭାରତରେ ସାଇବର ସିକ୍ୟୁରିଟି ଏକ ଚ୍ୟାଲେଞ୍ଜ ପାଲଟିଛି। ନିକଟରେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଥିବାବେଳେ ୨୪ ଘଣ୍ଟାରେ ଜଣେ ହ୍ୟାକ୍‌ର ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିବା ପାଇଁ ଦୁର୍ବୃତ୍ତ ୬ ହଜାର ଥର ପ୍ରୟାସ କରିଥିବା ଖବର ସାମ୍ନାକୁ ଆସିଥିଲା।
ନୋର୍ଡ ଭିପିଏନ୍‌ ମୁଖ୍ୟତଃ ୩ ପ୍ରକାର ବୋଟ୍‌ ମାର୍କେଟ ଜେନେସିସ୍‌, ଦ ରୁଷିଆନ୍‌ ଏବଂ ୨ଇଜି ମାର୍କେଟରେ ବିକ୍ରି ହୋଇଥିବା ଅଧିକାଂଶ ଡେଟା ଗୁଗଲ, ମାଇକ୍ରୋସଫ୍ଟ ଏବଂ ଫେସ୍‌ବୁକରୁ ଚୋରି ହୋଇଥିବା ଜଣାପଡ଼ିଛି। ଅନ୍ୟ ଡାର୍କ ଓ୍ବେବ୍‌ ମାର୍କେଟ୍‌ ତୁଳନାରେ ବୋଟ୍‌ ମାର୍କେଟରେ ଆବଶ୍ୟକତାଠାରୁ ଅଧିକ ଡେଟା ସହଜରେ ମିଳୁଥିବା ବୋର୍ଡ ଭିପିଏନ୍‌ ମୁଖ୍ୟ ଟେକ୍‌ନୋଲୋଜି ଅଫିସର ମାରିଜସ୍‌ ବ୍ରିନଡିସ୍‌ କହିଛନ୍ତି। ଯେପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କ ଫୋନରେ ବୋଟ ମାଲଓ୍ବେର ରହିଥିବ ସେ ପର୍ଯ୍ୟନ୍ତ ଡେଟା ସବୁ ସହଜରେ ଚୋରି କରାଯାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?