୬ ଲକ୍ଷ ଭାରତୀୟଙ୍କ ଡାଟା ଚୋରି

ଭିଲନିଅସ୍‌,୯।୧୨:ଅନେକ ଶିଳ୍ପପତି ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଡେଟା ଚୋରି ହେବା ଘଟଣା ଆଜିର ସମୟରେ ଖବରର ଶିରୋନାମା ପାଲଟିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାୟୀ ୫ନିୟୁତ ଲୋକଙ୍କ ବ୍ୟକ୍ତିଗତ ଡେଟା ବେଆଇନ ଭାବେ ଚୋରି କରାଯାଇଥିବାବେଳେ ସେମାନଙ୍କ ଭିତରେ ୬ ଲକ୍ଷ ଭାରତୀୟ। ନୋର୍ଡ ଭର୍ଚୁଆଲ ପ୍ରାଇଭେଟ ନେଟଓ୍ବର୍କ (ଭିପିଏନ୍‌) ପକ୍ଷରୁ ଡେଟା ଚୋରି ସମ୍ବଳିତ ରିପୋର୍ଟ ଅନୁସାରେ ପାଖାପାଖି ୬ ଲକ୍ଷ ଭାରତୀୟଙ୍କ ପର୍ସନାଲ ଡେଟା ବୋଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ବୋଟ୍‌ ମାଲଓ୍ବେର ଦ୍ୱାରା ଭାରତ ଅଧିକ ପ୍ରଭାବିତ ହୋଇଥିବା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।
ୟୁରୋପ ଲୁଥୁଆନିଆରେ ଅବସ୍ଥିତ ନୋର୍ଡ ଭିପିଏନ୍‌ ରିପୋର୍ଟ ମୁତାବକ ୟୁଜରଙ୍କ ଲଗ୍‌ଇନ୍‌ସ, ଡିଜିଟାଲ ଫିଙ୍ଗରପ୍ରିଣ୍ଟସ୍‌, ସ୍କ୍ରିନ୍‌ଶଟ୍‌ ଏବଂ ଅନ୍ୟାନ୍ୟ ସୂଚନା ସବୁକୁ ହ୍ୟାକରମାନେ ବୋଟ ମାଲଓ୍ବେର ସାହାଯ୍ୟରେ ଚୋରି କରି ଏହାକୁ ବୋଟ ମାର୍କେଟରେ ବିକ୍ରି କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ବିଶେଷକଙ୍କ ଡେଟାକୁ ୪୯୦ ଟଙ୍କାରେ (୫.୯୫ ଡଲାର) ବିକ୍ରି କରାଯାଇଛି। ୨୦୧୮ରେ ବୋଟ ମାର୍କେଟ୍‌ ବଜାର ପ୍ରବେଶ କରିଥିବାବେଳେ ନୋର୍ଡ ଭିପିଏନ୍‌ ୪ ବର୍ଷର ତଥ୍ୟକୁ ନେଇ ଏହି ରିପୋର୍ଟ ତିଆରି କରିଛି। ୮୧,୦୦୦ ଡିଜିଟାଲ ଫିଙ୍ଗରପ୍ରିଣ୍ଟ, ୫୩୮,୦୦୦ଅଟୋ ଫିଲ ଫର୍ମସ୍‌ ଏବଂ ଅନେକ ଡିଭାଇସ୍‌ ସ୍କ୍ରିନ୍‌ଶଟ୍‌ ବିକ୍ରି କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଡେଟା ଓ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ନେଇ ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ଚଳିତ ବର୍ଷ ଭାରତ ସରକାର ସାଇବର ସିକ୍ୟୁରିଟି ନିୟମକୁ କଡ଼ା କରିଛନ୍ତି। ଡେଟା ହ୍ୟାକ୍‌ ହେବାର ୬ ଘଣ୍ଟା ଭିତରେ ଟେକ୍‌ କମ୍ପାନୀ ଭାରତୀୟ କମ୍ପ୍ୟୁଟର ଇମର୍ଜେନ୍ସି ରେସ୍ପନ୍ସ ଟିମ୍‌ (ସିଇଆର୍‌ଟି )କୁ ଏ ନେଇ ଅବଗତ କରାଇଥାଏ, ଯାହାପରେ ହ୍ୟାକରଙ୍କୁ ଧରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଏ। ଭାରତରେ ସାଇବର ସିକ୍ୟୁରିଟି ଏକ ଚ୍ୟାଲେଞ୍ଜ ପାଲଟିଛି। ନିକଟରେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଥିବାବେଳେ ୨୪ ଘଣ୍ଟାରେ ଜଣେ ହ୍ୟାକ୍‌ର ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିବା ପାଇଁ ଦୁର୍ବୃତ୍ତ ୬ ହଜାର ଥର ପ୍ରୟାସ କରିଥିବା ଖବର ସାମ୍ନାକୁ ଆସିଥିଲା।
ନୋର୍ଡ ଭିପିଏନ୍‌ ମୁଖ୍ୟତଃ ୩ ପ୍ରକାର ବୋଟ୍‌ ମାର୍କେଟ ଜେନେସିସ୍‌, ଦ ରୁଷିଆନ୍‌ ଏବଂ ୨ଇଜି ମାର୍କେଟରେ ବିକ୍ରି ହୋଇଥିବା ଅଧିକାଂଶ ଡେଟା ଗୁଗଲ, ମାଇକ୍ରୋସଫ୍ଟ ଏବଂ ଫେସ୍‌ବୁକରୁ ଚୋରି ହୋଇଥିବା ଜଣାପଡ଼ିଛି। ଅନ୍ୟ ଡାର୍କ ଓ୍ବେବ୍‌ ମାର୍କେଟ୍‌ ତୁଳନାରେ ବୋଟ୍‌ ମାର୍କେଟରେ ଆବଶ୍ୟକତାଠାରୁ ଅଧିକ ଡେଟା ସହଜରେ ମିଳୁଥିବା ବୋର୍ଡ ଭିପିଏନ୍‌ ମୁଖ୍ୟ ଟେକ୍‌ନୋଲୋଜି ଅଫିସର ମାରିଜସ୍‌ ବ୍ରିନଡିସ୍‌ କହିଛନ୍ତି। ଯେପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କ ଫୋନରେ ବୋଟ ମାଲଓ୍ବେର ରହିଥିବ ସେ ପର୍ଯ୍ୟନ୍ତ ଡେଟା ସବୁ ସହଜରେ ଚୋରି କରାଯାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri