ଧସିଲା ବୁଢ଼ାବଳଙ୍ଗ ପଥର ପ୍ୟାକିଂ

ବାଲେଶ୍ୱର ଅଫିସ, ୨୦।୮: ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା-ଫୁଲାଡ଼ି ମଧ୍ୟଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଦକ୍ଷିଣପାର୍ଶ୍ୱରେ ହୋଇଥିବା ପଥରପ୍ୟାକିଂ ଧସିଛି। ନଦୀକୂଳିଆ ଗାଁକୁ ଥିବା ବିପଦ ଥିବା ଆଶଙ୍କା ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନଠାରେ ଅଭିଯୋଗ ଆଣିଛନ୍ତି।
ବୁଢ଼ାବଳଙ୍ଗ ନଦୀ ଦକ୍ଷିଣପାର୍ଶ୍ୱରେ ଅନ୍ୟୁନ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହୋଇଥିବା ପଥରପ୍ୟାକିଂ କାମ ୬ ମାସ ନ ପୂରୁଣୁ ପୁଣି ପଥର ଖସି ନଦୀଗର୍ଭକୁ ଯାଇଛି। ପ୍ୟାକିଂ ବେଳେ ସ୍ପର ଠିକ୍‌ ଭାବେ ନ ହେବା, ମଧ୍ୟମଧରଣର ଗଣ୍ଡରେ ପଥର ଡମ୍ପିଂ କରା ନ ଯାଇ ମାଟିକୁ ସଜାଡ଼ି ପଥରପ୍ୟାକିଂ ହୋଇଥିଲା। ଚଳିତ ଲଘୁଚାପଜନିତ ବର୍ଷା ପ୍ରଭାବରେ ନଦୀରେ ଆସିଥିବା ସାମାନ୍ୟ ବନ୍ୟାରେ ୨୦ ଫୁଟ୍‌ରୁ ଅଧିକ ପଥର ପ୍ୟାକିଂ ନଦୀଗର୍ଭକୁ ଧସିଯାଇଛି। ଏଥିସହ ପଥରପ୍ୟାକିଂର ଆଗକୁ ମଧ୍ୟ କିଛି ଅଂଶ କୂଳକ୍ଷୟ ହୋଇଛି। ପ୍ୟାକିଂରେ ଅତ୍ୟନ୍ତ ଛୋଟପଥର ଦେବା, ପଥର ସଂଯୋଗୀକରଣରେ ସିମେଣ୍ଟ ଜଏଣ୍ଟ ନ ହେବା ଓ ସର୍ବୋପରି ଆଡ଼ିବନ୍ଧରୁ ଉପରକୁ ପାଖାପାଖି ଦେଢ଼ମିଟର ପଥର ଦିଆ ନ ଯିବା ଏହା ଧସିବାର ଅନ୍ୟତମ କାରଣ ବୋଲି ଆଶଙ୍କା କରାଯାଉଛି। ସେହିପରି ଉକ୍ତ ସ୍ଥାନରେ ଏକ ମଧ୍ୟମଧରଣର ଗଣ୍ଡ ରହିଛି। ଗଣ୍ଡ ପାର୍ଶ୍ୱରେ ଗାର୍ଡ଼ୱାଲ କିମ୍ବା ବଡ଼ ବଡ଼ ପଥର ଡମ୍ପିଂ କରାଯାଇ କୂଳକ୍ଷୟ ନିମନ୍ତେ ପଥର ପ୍ୟାକିଂ କରାଯିବା କଥା। ହେଲେ କାଁ ଭାଁ ପଥର ଡମ୍ପିଂ କରାଯାଇ ଯେନତେନ ଏହି ପ୍ୟାକିଂ କରାଯାଇଥିଲା। ପ୍ରତିବର୍ଷ ବୁଢ଼ାବଳଙ୍ଗ ନଦୀ କୂଳକ୍ଷୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାର କିଛିଦିନ ପରେ ପୁଣି ମରାମତି ପାଇଁ କାର୍ଯ୍ୟ କରାଯାଉଥିବାରୁ ବାରମ୍ବାର ରାଜସ୍ବହାନି ହେଉଛି। ଏହାକୁ ନେଇ ସାଧାରଣରେ ଆଲୋଚନା ହେଉଛି।
ସେହିପରି ସହର ଉପକଣ୍ଠସ୍ଥ ଅକ୍ତିଆରପୁର ଛକପରଠାରୁ ୫୦୦ ମିଟର, ୫୦୦ରୁ ୯୫୦ ଓ ୫୦୦ରୁ ୧୪୫୦ ମିଟର ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ମଧ୍ୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପଥରପ୍ୟାକିଂ ଚଳିତବର୍ଷ ହୋଇଛି। ଏହି ପଥରପ୍ୟାକିଂର କିଛି ଅଂଶରୁ ପଥର ଖସିବା ମଧ୍ୟ ଆରମ୍ଭ ହେଲାଣି। ପଥର ଯୋଡ଼ାଣି ମୁଣ୍ଡକୁ କଂକ୍ରିଟ୍‌ରେ ଜଏଣ୍ଟ କରା ନ ଯିବା ଦ୍ୱାରା ସାମାନ୍ୟ ବର୍ଷାପାଣିରେ ପଥର ଉପରେ ମାଡ଼ ହେଉଛି ଓ ପଥର ମଧ୍ୟରେ ଥିବା ଫାଙ୍କାରୁ ମାଟି ନଦୀଗର୍ଭକୁ ବାହାରିଯିବାରୁ ଅତି ସହଜରେ ପ୍ୟାକିଂ ପଥର ଖସୁଛି। ନିମ୍ନମାନର କାମ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଏହାକୁ ଧ୍ୟାନ ନ ଦେବା ହେତୁ ନଦୀକୂଳିଆ ଗ୍ରାମବାସୀ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୃଷ୍ଟି ଦେବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିବା ସହ ବିଧିବଦ୍ଧ ତଦନ୍ତ ନିମେନ୍ତ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri