ଦଶରଥପୁରରେ ପାନୀୟ ଜଳ ପାଇଁ ହନ୍ତସନ୍ତ

ଝୁମ୍ପୁରୀ,୮ା୪(ସରୋଜ ନାୟକ): ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ହେଲେ ଏହି ପ୍ରତିଶ୍ରୁତି କେବଳ ପାଣିର ଗାର ସଦୃଶ ହୋଇଛି। ଏବେବି ଲୋକେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେବାସହ ଲାଇନ୍‌ ଦେଇ ଗୋଟାଏ ଗୋଟାଏ ନଳକୂପରୁ ଜୀବନ ବଞ୍ଚାଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି। ଏପରି ଅବସ୍ଥା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍‌ ଅଞ୍ଚଳରେ। ଏଠାରେ ପାଣି ପାଇଁ ଲୋକଙ୍କୁ ବାର ଦୁଆର ହେବାକୁ ପଡ଼ୁଛି। ବ୍ଲକ୍‌ ଅଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନାମରେ ପ୍ରାୟ ୨୫୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିବାକୁ ସ୍ଥିର କରି ଏକ କମ୍ପାନୀକୁ କାର୍ଯ୍ୟାଦେଶ ଦେଇଥିଲେ। ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସରିବାର ଅବଧି ଥିଲେ ମଧ୍ୟ ପ୍ରାୟ ୪ ବର୍ଷ ହୋଇଗଲାଣି ଏପର୍ଯ୍ୟନ୍ତ ଗୋଟିଏ ବି ପଞ୍ଚାୟତରେ ପ୍ରକଳ୍ପ କାମ ସରି ପାରିନାହିଁ।
ସିଦ୍ଧେଶ୍ୱରଠାରେ ବୈତରଣୀ ନଦୀରୁ ପାଇପ୍‌ ଯୋଗେ ପାଣି ଆଣି ଏହାକୁ ବିଶୁଦ୍ଧ କରିବା ପାଇଁ ଏକ ପ୍ଲାଣ୍ଟ ବସାଇ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି। ବ୍ଲକ୍‌ର ୩୫ ପଞ୍ଚାୟତରୁ ପ୍ରାୟ ୨୫ ପଞ୍ଚାୟତରେ ଓଭର ହେଡ଼୍‌ ଟାଙ୍କି କମ୍ପାନୀ ପକ୍ଷରୁ ନିର୍ମାଣ ସରିଥିବାବେଳେ ୨୦ଟି ପଞ୍ଚାୟତରେ ବୋରିଂ ସିଷ୍ଟମରେ ପାଣି ଦେବାପାଇଁ ବୋରିଂ ଖୋଳା ସରିଛି। ହେଲେ ପାଣି ପହଞ୍ଚି ନ ଥିବାରୁ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରଥମେ ଏଷ୍ଟମେଟ୍‌ର ହୋଇଥିବା ଅର୍ଥର ପ୍ରାୟ ୩ ଗୁଣ ଡେଭିଏସନ୍‌ ମାଧ୍ୟମରେ ଏହି କମ୍ପାନୀ ସରକାରଙ୍କଠାରୁ ଅର୍ଥ ନେଇସାରିଥିଲାବେଳେ ଏବେ ସୁଦ୍ଧା ପ୍ରକଳ୍ପ ଶେଷ କରିନି। ପୂର୍ବରୁ ଏହି ବ୍ଲକ୍‌ରେ ବସୁଧା ଜଳ ଯୋଗାଣ ନାମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ କିଛି ପଞ୍ଚାୟତରେ ଓଭର ହେଡ଼୍‌ ଟାଙ୍କି କରାଯାଇ ଜଳ ଯୋଗାଇ ଦିଆଯାଉଥିଲା। ଏହି ମେଗା କମ୍ପାନୀ ବସୁଧା ଜଳ ଯୋଗାଣକୁ କାଗଜପତ୍ରରେ ମେଗା ଜଳ ଯୋଗାଣ ନାମରେ ଭୁଲ୍‌ ତଥ୍ୟ ୱେବ୍‌ସାଇଟ୍‌ରେ ଦେଇଥିବା ଜଣାପଡ଼ିଛି। କମ୍ପାନୀ କିଛି ପଞ୍ଚାୟତରେ ପାଣି ପାଇପ୍‌ ବିଛା କାର୍ଯ୍ୟ କରିଥିବାବେଳେ କେତେକ ଜାଗାରେ ଷ୍ଟାଣ୍ଡ ପୋଷ୍ଟ ଆଖିଦେଖାଣିଆଭାବେ ଲଗାଉଛି। ପାଇପ୍‌ ବିଛା କାର୍ଯ୍ୟରେ ପ୍ରତି ପଞ୍ଚାୟତର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାକୁ ଏହି କମ୍ପାନୀ ଭାଙ୍ଗି ଚୁରମାର କରିଦେଇଛି। ରାସ୍ତା ଭାଙ୍ଗି ପାଇପ୍‌ ବିଛାଇବା ପରେ ସେହି ରାସ୍ତାକୁ ମରାମତି କରିବାକୁ କମ୍ପାନୀ ସରକାରଙ୍କଠାରେ ଚୁକ୍ତି କରିଛି। ହେଲେ ଭାଙ୍ଗିଥିବା ରାସ୍ତାଗୁଡ଼ିକୁ ନିର୍ମାଣ କରିବାର ନାଁଧରୁନି। ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ନଦୀନାଳ ଗଡ଼ିଆ ସହ ଶତାଧିକ ନଳକୂପ ଅଚଳ ହୋଇଗଲାଣି। କେଉଁଠି ନଳକୂପରୁ ହଳଦିଆ ପାଣି ବାହାରୁଛି ତ କେଉଁଠି ଲୁଣି ପାଣି ବାହାରୁଛି। ପିଇବା ପାଇଁ ଏହା ଅନୁପଯୁକ୍ତ ହୋଇଥିବାରୁ ଲୋକେ ସ୍ବଚ୍ଛ ପାଣି ମୁନ୍ଦାଏ ପାଇଁ ଡବଳ ବିକଳ ହେଉଛନ୍ତି। ବ୍ଲକ୍‌ର ପ୍ରାୟ ପଞ୍ଚାୟତର ଏପରି ଅବସ୍ଥା ଦେଖିବାକୁ ମିଳିଛି। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri