Posted inଜାତୀୟ

ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାର୍‌ଓ୍ବିନ୍‌ ତତ୍ତ୍ୱ ବାଦ୍‌

ନୂଆଦିଲ୍ଲୀ,୨୩।୪: ଏନ୍‌ସିଇଆର୍‌ଟି ପୁସ୍ତକର ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାର୍‌ଓ୍ବିନ୍‌ଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱକୁ ବାଦ୍‌ ଦିଆଯାଇଥିବାରୁ ବୈଜ୍ଞାନିକମାନେ ଏହାର ନିନ୍ଦା କରିଛନ୍ତି। ପ୍ରାୟ ୧,୮୦୦ ବୈଜ୍ଞାନିକ, ଶିକ୍ଷାବିତ୍‌, ବିଜ୍ଞାନ ଶିକ୍ଷକ, ବିଜ୍ଞାନକୁ ଲୋକପ୍ରିୟ କରାଉଥିବା ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିବିଶେଷ ଏନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ବ୍ରେକ୍‌ଥ୍ରୁ ସାଇନ୍ସ ସୋସାଇଟି (ବିଏସ୍‌ଏସ୍‌) ଅଧୀନରେ ଉପରୋକ୍ତ ବ୍ୟକ୍ତିବିଶେଷ ଏକ ଖୋଲା ଚିଠିରେ ସ୍ବାକ୍ଷର କରି ଡାର୍‌ଓ୍ବିନ୍‌ଙ୍କ ତତ୍ତ୍ୱ ପାଠ୍ୟକ୍ରମ ଜାରି ରଖିବା ଲାଗି ସରକାରଙ୍କୁ ନିବେଦନ କରିଛନ୍ତି। ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପୁସ୍ତକରେ ଡାର୍‌ଓ୍ବିନ୍‌ଙ୍କ ଜୈବ ବିବର୍ତ୍ତନ ବିଷୟର ଯଥେଷ୍ଟ ଗୁରୁତ୍ୱ ରହିଥିବା ସେମାନେ ଦର୍ଶାଇଛନ୍ତି।
ମହାମାରୀ ବେଳେ ପାଠପଢ଼ା ବୋଝ କମାଇବା ପାଇଁ ଅନ୍ତରୀଣ ପଦକ୍ଷେପ ସ୍ବରୂପ ଡାର୍‌ଓ୍ବିନ୍‌ ତତ୍ତ୍ୱ ପାଠ୍ୟକ୍ରମକୁ ବାଦ୍‌ ଦିଆଯାଇଥିଲା। ତେବେ ବିଷୟବସ୍ତୁ ସୁବ୍ୟବସ୍ଥୀକରଣ ସ୍ବରୂପ ସ୍ଥାୟୀ ଭାବେ ଉକ୍ତ ବିଷୟକୁ ହଟାଇ ଦିଆଯାଇଥିବା ଏନ୍‌ସିଇଆର୍‌ଟି ଦସ୍ତାବିଜ୍‌ରେ ଉଲ୍ଲେଖ ରହିଛି। ବିଜ୍ଞାନର ଏହି ମୌଳିକ ଗବେଷଣାର ବିଷୟବସ୍ତୁ ପଢ଼ିବାରୁ ପିଲାମାନଙ୍କୁ ବଞ୍ଚତ୍ତ କରାଯିବା ଦ୍ୱାରା ସେମାନଙ୍କ ଚିନ୍ତା କରିବା ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଦେଶର ବୈଜ୍ଞାନିକ ସମୁଦାୟ ବିଶ୍ୱାସ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri