Posted inଖେଳ

ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା ହେଉଛି, କିନ୍ତୁ କଳା ବାଦଲ ସମଗ୍ର ସହରକୁ ଘୋଡାଇ ରଖିଛି। ଅନ୍ତିମ ମ୍ୟାଚ ସମୟରେ ବର୍ଷା ହେବା ନେଇ ଆଲୋଚନା ହେଉଛି । ତେକେ ପାଗ ଭଲ ହେବ ଏବଂ ସୁଧାର ଆସିବ ବୋଲି କ୍ରିକେଟ ପ୍ରଶଂସକମାନେ ଆଶା କରୁଛନ୍ତି। ତେବେ ମେଲବୋର୍ନର ପାଗରେ ଉନ୍ନତି ଦେଖାଯାଉ ନାହିଁ । ଏଭଳି ସ୍ଥିତି ଲାଗି ରହିଲେ ଫାଇନାଲ ମ୍ୟାଚକୁ ରିଜର୍ଭ ଦିନକୁ ସ୍ଥାନାନ୍ତର କରିବାକୁ ପଡିପାରେ।

ସନ୍ଧ୍ୟାରେ ଲଗାତାର ବର୍ଷା ହେବାର ସମ୍ଭାବନା ଅଛି। ମେଲବୋର୍ନରେ ରବିବାର ସକାଳେ ଖରା ହୋଇଥିଲେ ମଧ୍ୟ କିଛି ସମୟ ପରେ ମେଘ ସହରକୁ ଘୋଡାଇବା ଆରମ୍ଭ କରିଥିଲା। ପରେ ହାଲୁକା ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଅପରାହ୍ନ ୫:୩୦ ରୁ ଲଗାତାର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଷ୍ଟ୍ରେଲିଆର ସମୟ ଅନୁଯାୟୀ, ମ୍ୟାଚ ସନ୍ଧ୍ୟା ୭:୦୦ରୁ ଆରମ୍ଭ ହେବ ଏବଂ ଯଦି ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ବର୍ଷା ଆରମ୍ଭ ହୁଏ, ତେବେ ମ୍ୟାଚ ଠିକ ସମୟରେ ଆରମ୍ଭ କରିବା ସମ୍ଭବ ନୁହେଁ । ଯଦି ଲଗାତାର ବର୍ଷା ଜାରି ରହେ, ତେବେ ମ୍ୟାଚ ଆୟୋଜନ କରିବା ସମ୍ଭବ ହେବ ନାହିଁ।

ସୋମବାର ଫାଇନାଲ ମ୍ୟାଚ୍‌ ପାଇଁ ହେଉଛି ରିଜର୍ଭ ଦିନ। ବର୍ଷାର ମୁକାବିଲା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମ୍ୟାଚରେ ଅତିରିକ୍ତ ଦେଢ଼ ଘଣ୍ଟା ଯୋଡିବାର ନିଷ୍ପତ୍ତି ନେଇଛି। ହୁଏତ ଆଜି ଏହି ନିଷ୍ପତ୍ତିର ଉପଯୋଗ ହୋଇପାରେ। ରବିବାର ବର୍ଷା ଯୋଗୁ ମ୍ୟାଚ ଅନୁଷ୍ଠିତ ହୋଇ ନପାରିଲେ ଏହା ସୋମବାର ରିଜର୍ଭ ଦିବସରେ ଅନୁଷ୍ଠିତ ହେବ। ସୋମବାର ପାଇଁ, ଅଷ୍ଟ୍ରେଲିୟା ସମୟ ଅନୁଯାୟୀ ମ୍ୟାଚ୍‌ ଅପରାହ୍ନ ୩ ଟା ସମୟ ରଖାଯାଇଛି। ଏଥିରେ ଅତିରିକ୍ତ ୨ଘଣ୍ଟା ସମୟ ମଧ୍ୟ ଦିଆଯାଇଛି। ତେବେ ସୋମବାର ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଭଳି ପରିସ୍ଥିତିରେ ଉଭୟ ଦିନରେ ମ୍ୟାଚ ଆୟୋଜନ କରିବା ଟୁର୍ନାମେଣ୍ଟର ଆୟୋଜକମାନଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?