ଭାରତୀୟ ଖାଦ୍ୟ ଭିତରେ ରୁଟି ପ୍ରମୁଖ। ଖାସ୍‌କରି ଉତ୍ତର ଭାରତ ଯେଉଁଠି ଗହମ ଉତ୍ପାଦନ ଅଧିକ, ସେଠାରେ ରୁଟି ଅଧିକ ଖିଆଯାଏ। ରୁଟି ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶ, ମାଳଦୀପ, ମ୍ୟାନମାର, ମାଲେସିୟା, ଇଣ୍ଡୋନେସିଆ, ସିଙ୍ଗାପୁର, ଥାଇଲାଣ୍ଡ, ଗୁଆନା, ଜାମାଇକା, ତ୍ରିନିଦାଦ, ମରିସସ୍‌, ଫିଜି ଆଦି ଦେଶରେ ବି ଲୋକପ୍ରିୟ। ଏହାକୁ କିଏ ଚପାତି କୁହନ୍ତି ତ କିଏ ରୋଟଲି, ପୁଣି କିଏ ସଫାତି, ଶବାତି ପୁଣି ଫୁଲ୍‌କା। ପଶ୍ଚିମ ଆଫ୍ରିକାରେ ଏହା ପରିଚିତ ଚାପୋ ନାମରେ ଓ ମାଳଦ୍ୱୀପରେ କୁହନ୍ତି ରୋଶି। ରୁଟିର ପୁଣି ରହିଛି ଅନେକ ପ୍ରକାର। ଯେମିତିକି ଚପାତି, ବାଜରା ରୁଟି, ଜଓ୍ବାର ରୁଟି, ଚାଉଳ ରୁଟି, ମକା ରୁଟି, ରୁମାଲି ରୁଟି, ତନ୍ଦୁରୀ ରୁଟି, ର଼୍ୟାପ୍‌ ରୁଟି, ରୁଟି କନାଇ, ପରଟା ଓ ଭକର। ତେବେ ଐତିହାସିକ ତଥ୍ୟ ଅନୁସାରେ ଏହି ଲୋକପ୍ରିୟ ଖାଦ୍ୟ ରୁଟିର ଆବିଷ୍କାର ଆଉ କେଉଁଠି ନୁହେଁ ଭାରତରେ ହିଁ ହୋଇଛି। ଖ୍ରୀ.ପୂ. ୩୩୦୦-୧୭୦୦ ହରପ୍ପା ସିନ୍ଧୁ ଉପତ୍ୟକା ସଭ୍ୟତା ସମୟରୁ ଏହା ଖାଦ୍ୟ ତାଲିକାରେ ସାମିଲ ହୋଇଥିବା ଜଣାପଡେ। କାରଣ ଏହି ସଭ୍ୟତାର ଲୋକେ ଗହମ, ବାଜରା, ଯଅ ଆଦି ଚାଷ କରୁଥିବା ପ୍ରମାଣ ମିଳିଛି।

ମୋଗଲ ବାଦ୍‌ଶାହଙ୍କୁ ବି ପସନ୍ଦ ଥିଲା ରୁଟି: ଅବୁଲ ଫଜଲ ଷୋଡ଼ଶ ଶତାବ୍ଦୀରେ ଆଇନ-ଇ- ଆକବରୀରେ ବର୍ଣ୍ଣନା କରିଛନ୍ତି ଯେ, ମୋଗଲ ସମ୍ରାଟ ଆକବରଙ୍କୁ ରୁଟି ଏତେ ପସନ୍ଦ ଥିଲା ଯେ, ସେ ଏହାକୁ ଘିଅ ଓ ଚିନି ସହ ଖାଉଥିଲେ। କେବଳ ଆକବର ନୁହନ୍ତି ଔରଙ୍ଗଜେବଙ୍କୁ ବି ରୁଟି ବହୁତ ପସନ୍ଦ ଥିଲା। ଆଉ ଏକ ରୋଚକ କଥା ହେଉଛି ୧୮୫୭ ପ୍ରଥମ ସ୍ବତନ୍ତ୍ରତା ସଂଗ୍ରାମରେ ସାମିଲ ଥିବା ସ୍ବତନ୍ତ୍ର ସୈନ୍ୟବାହିନୀ ବି ରୁଟି ଖାଉଥିବା ଜଣାପଡିଛି।

ଅନ୍ୟ ଦେଶରେ ରୁଟି: ଭାରତୀୟ ନାଗରିକ ଯେବେ ଆମେରିକା, ବ୍ରିଟେନ୍‌ରେ ଯାଇ ରହିବା ଆରମ୍ଭ କଲେ ରୁଟି କରିବା ପଦ୍ଧତି ସେଠାକୁ ଗଲା। ଏବେ ଏହି ରୁଟିକୁ କେଉଁ ଦେଶ ରୋଲ୍‌ ରୂପେ ଖାଉଛନ୍ତି ତ କେଉଁ ଦେଶ ଟାକୋ ରୂପରେ ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri